ଜଗନ୍ନାଥପ୍ରସାଦ,୨୩ା୧୧(ଡି.ଏନ.ଏ.): ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଟାଧର ଗ୍ରାମରେ ନିଜ ଶ୍ୱଶୁର ଘରେ ବୁଧବାର ରାତିରେ ଟୁଲୁ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଟୁଲୁଙ୍କ ସ୍ତ୍ରୀ ବିବି ଓ ଶାଳକ ଜିତୁଙ୍କୁ ଗିରଫ କରାଯାଇଥିବା ବେଳେ ପୋଲିସ ଶନିବାର ଅଭିଯୁକ୍ତ ଶ୍ୱଶୁର ରବୀନ୍ଦ୍ର ବଢ଼େଇଙ୍କୁ କୋର୍ଟଚାଲାଣ କରିଛି। ଏ ନେଇ ନଂ. ୧୯୬/୧୯ରେ ମାମଲା ରୁଜୁ ହୋଇଥିଲା।
କଳହକୁ ନେଇ ଟୁଲୁ ସବୁବେଳେ ସ୍ତ୍ରୀ ବିବିଙ୍କୁ ମାରପିଟ କରୁଥିଲେ। ତେଣୁ ବିବି ଝିଅକୁ ନେଇ ବାପଘରକୁ ଚାଲିଆସିଥିଲେ। ଗତ ବୁଧବାର ଟୁଲୁ ଶ୍ୱଶୁର ଘରକୁ ଆସି ଗାଳିଗୁଲଜ କରିବା ସହ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ଏହି ସମୟରେ ବିବି ଘରେ ଥିବା ଏକ କାତି ଆଣି ସ୍ବାମୀଙ୍କୁ ହାଣିବା ପାଇଁ ଭାଇ ଜିତୁଙ୍କୁ କହିଥିଲେ। ଜିତୁ ଉକ୍ତ କାତିରେ ଟୁଲୁଙ୍କୁ ହାଣି ହତ୍ୟା କରିଥିଲେ। ପରେ ବାପା ରବୀନ୍ଦ୍ରଙ୍କ ସହଯୋଗରେ ସେମାନେ ମୃତଦେହକୁ ଅଖାରେ ପୂରାଇ ବାନ୍ଧି ରଖିଥିଲେ। ଗୁରୁବାର ଭଉଣୀ,ଭାଇ ଥାନାରେ ଆତ୍ମସମର୍ପଣ କରିଥିଲେ। ପୋଲିସ ମୃତଦେହ ଜବତ କରିଥିଲା।