ଭୁବନେଶ୍ୱର,୧୩।୨(ବ୍ୟୁରୋ): ଆଗକୁ ମାଟ୍ରିକ୍ ପରୀକ୍ଷା। ଏହା ପୂର୍ବରୁ ବାରିପଦା ଓ ଆସିକାରେ ମାଟ୍ରିକ୍ ଆଡମିଟ୍ କାର୍ଡ ଭାଇରାଲ ହେବା ପ୍ରସଙ୍ଗରେ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସେ କହିଛନ୍ତି, ଭାଇରାଲ ଆଡମିଟ କାର୍ଡ ନକଲି। ବୋର୍ଡକୁ ବଦ୍ନାମ କରିବାକୁ ଏପରି ଭାଇରାଲ କରାଯାଇଛି। ପରୀକ୍ଷା ସମୟରେ ସମସ୍ୟା ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିଭଳି ଆଡମିଟ୍ କାର୍ଡରେ ତ୍ରୁଟି ଥିଲେ ସୁଧାର ଅଣାଯିବ, କୌଣସି ପିଲା ପରୀକ୍ଷାରୁ ବାଦ ପଡ଼ିବେ ନାହିଁ। ଏ ନେଇ ସେ ବୋର୍ଡ ସଭାପତିଙ୍କ ସହ କଥା ହୋଇଥିବା ସମୀର କହିଛନ୍ତି।