ଭାଜପା ଛାଡି ବିଜେଡିରେ ଯୋଗଦେଲେ ତଳମଲା ସମିତିସଭ୍ୟା:ଜୁନାଗଡ ବ୍ଲକ ରାଜନିତୀ ସରଗରମ

ଜୁନାଗଡ,୧୧।୮(ଡି.ଏନ.ଏ.)
କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ପଞ୍ଚାୟତ ସମିତିସଭ୍ୟା ଗୀତାଞ୍ଜଳୀ ହଂସ ଶନିବାର ଭାଜପା ଛାଡି ବିଜେଡିରେ ଯୋଗଦେଇଛନ୍ତି। କଳାହାଣ୍ଡି ଜିଲା ଜୁନାଗଡ ସହର କଲମପୁର ଛକସ୍ଥିତ ବିଜେଡି କାର୍ଯ୍ୟାଳୟରେ ସେ ବିଦ୍ଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛନ୍ତି। ତାଙ୍କ ଦଳୀୟ କର୍ମୀମାନେ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ସେହିପରି ସମିତିସଭ୍ୟା ହଂସଙ୍କ ନେତୃତ୍ୱରେ ତାଙ୍କ ସ୍ବାମୀ ଦୟା ହଂସଙ୍କ ସମେତ ପଞ୍ଚାୟତର ଅନେକ ମହିଳା, ପୁରୁଷ ମଧ୍ୟ ବିଜେଡିରେ ଯୋଗଦେଇଥିଲେ। ଏହି ମିଶ୍ରଣ ପର୍ବରେ ଜୁନାଗଡ ବ୍ଲକ ସରପଞ୍ଚ ସଂଘ ସଭାପତି ଅଜୟ କୁମାର ବେହେରା, ବିଜେଡି ଜୁନାଗଡ ବ୍ଲକ ସଭାପତି ପ୍ରମୋଦ ବେହେରା, ଆଇନଜୀବୀ ବିଶ୍ୱନାଥ କର, ପ୍ରଦ୍ୟୁମ୍ନ ରାଉତ, ଯୁବ ନେତା ଦୁଷ୍ମନ୍ତ ନାଏକ, ବିଶ୍ୱ ରଞ୍ଜନ ନାଏକ, କାମାକ୍ଷ ପ୍ରଧାନୀ, ବେଣୁ ଦୀପ, ଭିଷ୍ମ ଦୀପ ପ୍ରମୁଖ ଉପସ୍ଥିତ ଥିଲେ। ଗତ ସୋମବାର ଜୁନାଗଡ ବିଧାୟକ ତଥା ଶକ୍ତି ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜୁନାଗଡ ବ୍ଲକର ୨୦ ସମିତିସଭ୍ୟାସଭ୍ୟ ବିଜେଡିରେ ଯୋଗଦେଇଥିଲେ।
ଗତ ୨୦୧୭ରୁ ଏଠାରେ ଭାଜପା ସମର୍ଥିତ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ରହିଛନ୍ତି। ଜୁନାଗଡ ବ୍ଲକରେ ମୋଟ ୩୪ଟି ପଞ୍ଚାୟତ ରହିଛି। ସେଥିମଧ୍ୟରୁ ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ ପଦବୀ ପାଇଁ ୧୮ଟି ସମିତି ସଭ୍ୟାସଭ୍ୟ ଦରକାର। ବର୍ତ୍ତମାନ ଗୋଟେ ପରେ ଗୋଟେ ପ୍ରାୟ ୨୧ଜଣ ସମିତି ସଭ୍ୟାସଭ୍ୟ ଭାଜପା ଛାଡି ବିଜେଡିରେ ଯୋଗଦେଇଥିବାରୁ ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ ଆସନ ଟଳମଳ ହେଉଛି। କେଉଁ ମୁହୁର୍ତ୍ତରେ ଏଠାରେ ଅନାସ୍ତା ପ୍ରସ୍ତାବ ହେବା ସହ ଭାଜପା ସମର୍ଥିତ ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ ପଦବୀ ଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଯାହାକୁ ନେଇ ଜୁନାଗଡ ବ୍ଲକ ରାଜନିତୀ ଏବେ ସରଗରମ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ

ଭବାନୀପାଟଣା,୨୨ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପଲନା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ସଡ଼କ, ପିଚୁ ରାସ୍ତା ଉପରେ...

ହାଡ଼ଭଙ୍ଗା ଶୀତରେ ଥରୁଛି କଳାହାଣ୍ଡିର କଶ୍ମୀର

ଥୁଆମୂଳ ରାମପୁର, ୨୨।୧୧ (ଦୁର୍ଗା କୀର୍ତ୍ତି) : – କଳାହାଣ୍ଡି ଜିଲାର କାଶ୍ମୀର କୁହାଯାଉଥିବା ଥୁଆମୂଳ ରାମପୁର ବ୍ଲକ ଏବେ ଶୀତରେ ଥରୁଛି। ଚଳିତ ବର୍ଷ...

ଟ୍ରକ୍‌କୁ ପିଟିଲା ଟମାଟୋ ବୋଝେଇ ପିକ୍‌ଅପ୍‌, ୨ ଗୁରୁତର

କୋକସରା,୨୨ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କୋକସରା ଥାନା ଡଙ୍ଗରିଗୁଡ଼ା ଆପନା ଢାବା ନିକଟରେ ଏକ ଟ୍ରକ୍‌କୁ ଜୟପୁର ପଟୁ ବଲାଙ୍ଗୀରକୁ...

ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

ଭବାନୀପାଟଣା,୨୨ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ମଣ୍ଡଳୀ ବିକାଶ କମିଟି ବୈଠକ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶାଖାର ସଭାଗୃହ ଠାରେ ଅନୁଷ୍ଠିତ...

ରବି ଚାଷ ପାଇଁ ଜଳଯୋଗାଣ ବନ୍ଦ ପ୍ରତିବାଦରେ ତେଜିଲା ଚାଷୀ ଆନ୍ଦୋଳନ

ଧର୍ମଗଡ଼,୨୧ା୧୧(ଆକାଶ କୁମାର ଜଗତ)- ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଆସନ୍ତା ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଇନ୍ଦ୍ରାବତୀ ମେଗାଲିଫ୍ଟ କୁସୁମଖୁଣ୍ଟି କାର୍ଯ୍ୟାଳୟରୁ ବିଭାଗୀୟ...

ଜନବସତିରେ ମୁକୁଳା ଟ୍ରାନ୍ସଫର୍ମର: ଲୋକେ ଭୟଭୀତ

କୋକସରା,୨୧ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକ୍‌ ରେଙ୍ଗାଳପାଲି ପଞ୍ଚାୟତ ଡଙ୍ଗରିଗୁଡ଼ା ଗ୍ରାମ ଜନବସତି ସ୍ଥାନରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ମୁକୁଳା ଅବସ୍ଥାରେ ରହି ବିପଦ...

ଶିବ ମନ୍ଦିର ଦାନ ବାକ୍ସ ଭାଙ୍ଗି ଲୁଟିନେଲେ ଚୋର

କୋକସରା,୨୧ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା କୁସୁମଖୁଣ୍ଟି ନୀଳକଣ୍ଠେଶ୍ୱର ଶିବ ମନ୍ଦିର ମୁଖ୍ୟ ଗେଟ ଗ୍ରୀଲ ଭାଙ୍ଗି ଚୋରି ଅଭିଯୋଗ ହୋଇଛି। ଗୁରୁବାର...

‘ଦେବାଦେବୀଙ୍କ ଆରାଧନା ବିନା କୌଣସି କାର୍ଯ୍ୟ ସିଦ୍ଧି ହୋଇ ନ ଥାଏ’

କୋକସରା,୨୦ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଦିବାସୀ ପରମ୍ପରା, ସଂସ୍କୃତି, ଚାଲିଚଳଣିରେ ଦେବାଦେବୀଙ୍କ ସ୍ଥାନ ସର୍ବାଗ୍ରେ ରହିଥାଏ। ଦେବାଦେବୀଙ୍କ ଆରାଧନା ବିନା ଗ୍ରାମରେ କୌଣସି କାର୍ଯ୍ୟ ସିଦ୍ଧି ହୋଇ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri