ନୂଆଦିଲ୍ଲୀ,୨।୬: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନେଇ ଦଳରେ ବିଚାର ବିମର୍ଷ ଆରମ୍ଭ ହୋଇଛି । ପୂର୍ବତନ ଅଧ୍ୟକ୍ଷ ଅମିତ ଶାହ ଏବେ ସ୍ବରାଷ୍ଟ୍ର ମନ୍ତ୍ରୀ ଭାର ଗ୍ରହଣ କରିଛନ୍ତି। ତେଣୁ ଖୁବ୍ ଶୀଘ୍ର ଏହି ପଦବୀ ପୂରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି ପଦବୀ ପାଇଁ ହିମାଚଳପ୍ରଦେଶର ଜେ.ପି.ନଡ୍ଡାଙ୍କ ନାମ ବେଶ୍ ଚର୍ଚ୍ଚାରେ ରହିଛି। ନଡ୍ଡାଙ୍କ ପରେ ରାଜସ୍ଥାନ ରାଜ୍ୟ ସଭା ଏମ୍ପି ଭୂପେନ୍ଦ୍ର ଯାଦବଙ୍କ ନାମ ନେଇ ମଧ୍ୟ ଆଲୋଚନା ହେଉଛି। ତେବେ ଅଧ୍ୟକ୍ଷ ଦୌଡ଼ରେ ଭୂପେନ୍ଦ୍ରଙ୍କ ତୁଳନାରେ ନଡ୍ଡା ଆଗରେ ଥିବା କୁହାଯାଉଛି।