Posted inଖେଳ

ଭାରତର ଆଉ ଏକ ସୁପର ବିଜୟ

ଓ୍ବେଲିଂଟନ, ୧।୨(ପି.ଟି.)- ରୋମାଞ୍ଚକ ଢଙ୍ଗରେ ଭ୍ରମଣକାରୀ ଭାରତ ଆଉ ଏକ ସୁପର ଓଭର ବିଜୟ ହାସଲ କରିଛି। ସ୍ଥାନୀୟ ଓ୍ବେଷ୍ଟପ୍ୟାକ୍‌ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ରେ ଭାରତ ଘରୋଇ ନ୍ୟୁଜିଲାଣ୍ଡକୁ ସୁପର ଓଭରରେ ପରାସ୍ତ କରି ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୪-୦ରେ ଅଗ୍ରଣୀ ହାସଲ କରିଛି। ଏଥିସହିତ ନ୍ୟୁଜିଲାଣ୍ଡର ସୁପର ଓଭର ଦୁଃସ୍ବପ୍ନ ଜାରି ରହିଛି। ବୁଧବାର ଖେଳାଯାଇଥିବା ତୃତୀୟ ଟି୨୦ରେ ମଧ୍ୟ ନ୍ୟୁଜିଲାଣ୍ଡ ପରାସ୍ତ ହୋଇ କ୍ରମାଗତ ଦ୍ୱିତୀୟଥର ପାଇଁ ସୁପର ଓଭରରେ ମ୍ୟାଚ୍‌ ହାତଛଡା କରିଥିଲା। ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍‌ ଫାଇନାଲରେ ମଧ୍ୟ ନ୍ୟୁଜିଲାଣ୍ଡ ସମାନ ଢଙ୍ଗରେ ପରାସ୍ତ ହୋଇଥିଲା।
ଟସ୍‌ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ କରିବକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ ମଧ୍ୟ ୮ ଉଇକେଟ ହରାଇ ୧୬୫ ରନର ସମ୍ମାନଜନକ ସ୍କୋର ହାସଲ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୨୦ ଓଭରରେ ୭ ଉଇକେଟ ହରାଇ ସମାନ ୧୬୫ ରନରେ ସୀମିତ ରହିଥିଲା। ବିଜୟ ପାଇଁ ଶେଷ ଦୁଇ ଓଭରରେ ୧୧ ରନ ଓ ଅନ୍ତିମ ଓଭରରେ ୭ ରନର ଆବଶ୍ୟକ ହେଉଥିଲା। ଅନ୍ତିମ ଓଭର ବୋଲିଂ କରିବାକୁ ଆସି ଶାର୍ଦ୍ଦୂଳ ଠାକୁର ଚମତ୍କାର ପ୍ରଦର୍ଶନ କରିଥିଲେ। ନ୍ୟୁଜିଲାଣ୍ଡ ଏହି ଓଭରରେ ୪ ଉଇକେଟ ହରାଇ ୬ ରନ ସଂଗ୍ରହ କର ସ୍କୋର ସମାନ କରିବା ସହ ବିଜୟଠାରୁ ୧ ରନ ଦୂରରେ ରହିଯାଇଥିଲା। ଏହା ପରେ ସୁପର ଓଭରରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଗୋଟିଏ ଉଇକେଟ ହରାଇ ୧୩ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ଗୋଟିଏ ଉଇକେଟ ହରାଇ ଗୋଟିଏ ବାକି ରଖି ୧୬ ରନକରି ବିଜୟ ହାସଲ କରିଥିଲା।
ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ ପାଇଁ ଶାର୍ଦ୍ଦୂଳଙ୍କୁ ମ୍ୟାନ୍‌ ଅଫ୍‌ ମ୍ୟାଚ୍‌ ବିବେଚିତ କରାଯାଇଥିଲା। ପଞ୍ଚମ ତଥା ଅନ୍ତିମ ଟି୨୦ ଆସନ୍ତା ରବିବାର ମାଉଣ୍ଟ ମାଉନଗାନୁଇରେ ଖେଳାଯିବ।
୧୬୬ ରନ ଆଭରେଜ ଟାର୍ଗେଟର ପିଛା କରି ନ୍ୟୁଜିଲାଣ୍ଡ ଆଉଟ୍‌ ଅଫ୍‌ ଫର୍ମ ତଥା ଅଭିଜ୍ଞ ଓପନର ମାର୍ଟିନ ଗୁପ୍ଟିଲଙ୍କୁ ଆରମ୍ଭରୁ ହରାଇଥିଲା। ୪ ରନ କରିଥିବା ବେଳେ ଉଇକେଟକିପର ଲୋକେଶ ରାହୁଲଙ୍କୁ କ୍ୟାଚ୍‌ ଦେଇ ଗୁପ୍ଟିଲ ବୁମ୍‌ରାଙ୍କ ଶିକାର ହୋଇଥିଲେ। ଦ୍ୱିତୀୟ ଉଇକେଟରେ ଅନ୍ୟତମ ଓପନର କଲିନ ମୁନରୋ ଟିମ୍‌ ସିଫର୍ଟ ୪୪ ବଲରୁ ୭୪ ରନ କରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ତେବେ ମୁନରୋ ୬୪ (୪୭ ବଲ, ୬ ଚୌକା, ୩ ଛକା) ଓ ସିଫର୍ଟ ୫୭ (୩୯ ବଲ, ୪ ଚୌକା, ୩ ଛକା)ରନର ଅର୍ଦ୍ଧଶତକୀୟ ପାଳି ଖେଳି ଉଭୟ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ଅଭିଜ୍ଞ ରସ୍‌ ଟେଲର ୨ ଚୌକା ସହ ୧୮ ବଲରୁ ୨୪ ରନକରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଭାରତ ତରଫରୁ ଠାକୁର ୨, ବୁମ୍‌ରା ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ସିରିଜରେ ପ୍ରଥମଥର ପାଇଁ ଖେଳିବାର ସୁଯୋଗ ପାଇଥିବା ସଞ୍ଜୁ ସାମସନ ୫ ବଲରୁ ୧ ଛକା ସହ ୮ ରନ କରି ପ୍ରଥମେ ଆଉଟ ହୋଇଥିଲେ ଓ ଭାରତ ଆରମ୍ଭରୁ ଝଟ୍‌କା ଖାଇଥିଲା। ଅଧିନାୟକ ବିରାଟ କୋହଲି ମଧ୍ୟ ଚମକ ଦେଖାଇ ନ ପାରି ୨ ଚୌକା ସହ ୯ ବଲରୁ ୧୧ ରନ କରିଥିବା ବେଳେ ଦ୍ରୁତ ବୋଲର ହାମିଶ ବେନେଟଙ୍କ ବଲ୍‌ରେ ମିଚେଲ ସାଣ୍ଟନରଙ୍କୁ କ୍ୟାଚ୍‌ ଦେଇଥିଲେ। ଶ୍ରେୟାସ ଆୟାର ଓ ଶିବମ ଦୁବେ ମଧ୍ୟ ଫେଲ୍‌ ମାରିଥିଲେ। ଆୟାର ୧ ଓ ଦୁବେ ୧୨ ରନ କରି ସ୍ପିନର ଇଶ୍‌ ସୋଧିଙ୍କ ଶିକାର ହୋଇଥିଲେ। ତେବେ ଓପନର ରାହୁଲ ଆଉଟ ହେବା ପୂର୍ବରୁ ୨୬ ବଲରୁ ୩ ଚୌକା ଓ ୨ ଛକା ସହ ୩୯ ରନ ସଂଗ୍ରହ କରିଥିଲେ। ସେ ସୋଧିଙ୍କ ବଲ୍‌ରେ ମିଡ୍‌ ଉଇକେଟକୁ ଜୋରଦାର ଶଟ୍‌ ଖେଳିଥିଲେ ମଧ୍ୟ ବାଉଣ୍ଡରୀରେ ସାଣ୍ଟନରଙ୍କୁ କ୍ୟାଚ୍‌ ଦେଇଥିଲେ। ଗୋଟିଏ ପଟେ ଉଇକେଟ ପତନ ଜାରି ରହିଥିବା ବେଳେ ଅନ୍ୟପଟରେ ମନୀଷ ପାଣ୍ଡେ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ ମଧ୍ୟ ଦ୍ରୁତ ଗତିରେ ରନ ସଂଗ୍ରହ ଜାରି ରଖିଥିଲେ। ୩୬ଟି ବଲର ସମ୍ମୁଖୀନ ହୋଇ ସେ ୩ ଚୌକା ସହ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ଶାର୍ଦ୍ଦୁଳ ୨ ଚୌକା ସହ ୧୫ ବଲରୁ ମହତ୍ତ୍ୱପୂର୍ଣ୍ଣ ୨୦ ରନ ସଂଗ୍ରହ କରିଥିଲେ। ସେହିପରି ନବୀଦପ ସଇନି ୨ ଚୌକା ସହ ୯ ବଲରୁ ୧୧ ରନ ସଂଗ୍ରହ କରି ପାଣ୍ଡେଙ୍କୁ ଉପଯୁକ୍ତ ସହଯୋଗ କରିଥିଲେ। ଓ୍ବାଶିଂଟନ ସୁନ୍ଦର ଖାତା ଖୋଲିପାରି ନ ଥିବା ବେଳେ ୟୁଜବେନ୍ଦ୍ର ଚହଲ ୧ ରନକରି ଆଉଟ ହୋଇଥିଲେ। ନ୍ୟୁଜିଲାଣ୍ଡ ତରଫରୁ ବୋଲିଂରେ ଲେଗ୍‌ ସ୍ପିନର ସୋଧି ସର୍ବାଧିକ ୩, ବେନେଟ ୨, କାମଚଳା ଅଧିନାୟକ ତଥା ଅଭିଜ୍ଞ ଦ୍ରୁତ ବୋଲର ଟିମ୍‌ ସୌଦି, ସ୍କଟ କୁଗେଲେଜିନ ଓ ମିଚେଲ ସାଣ୍ଟରନ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ଭାରତ ତାରକା ଓପନର ରୋହିତ ଶର୍ମା, ଦ୍ରୁତ ବୋଲର ମହମ୍ମଦ ସାମି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ବିଶ୍ରାମ ଦେଇଥିଲା। ଏମାନଙ୍କ ବଦଳରେ ସାମସନ, ଓ୍ବାଶିଂଟନ ଓ ସଇନିଙ୍କୁ ସୁଯୋଗ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri