Posted inଖେଳ

ଭାରତର ବୃହତ୍‌ ବିଜୟ

ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୬ା୮:ଅଜିଙ୍କ୍ୟ ରାହାନେଙ୍କ ଶତକ ପରେ ଯଶପ୍ରୀତ ବୁମ୍‌ରା, ଈଶାନ୍ତ ଶର୍ମା ଓ ମହମ୍ମଦ ସାମିଙ୍କ ଚମତ୍କାର ବୋଲିଂ ବଳରେ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବୃହତ୍‌ ବିଜୟ ହାସଲ କରିଛି। ରବିବାର ୪ର୍ଥ ଦିବସରେ ଭାରତ ଏହାର ଦ୍ୱିତୀୟ ଇନିଂସକୁ ୩୪୩/୭ରେ ଘୋଷଣା କରିଥିଲା। ଫଳରେ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୪୧୯ ରନ ବିଜୟଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ୧୫ ରନରେ ୫ ଉଇକେଟ ହରାଇ ସାଂଘାତିକଭାବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସରେ ୧୦୦ ରନରେ ଅଲଆଉଟ ହୋଇ ଯାଇଛି। ଫଳରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତ ଏହାର ପ୍ରଥମ ମ୍ୟାଚରେ ୩୧୮ ରନରେ ବିଜୟ ହାସଲ କରିଛି। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ କେମର ରୋଚ୍‌ ସର୍ବାଧିକ ୩୮ ରନ କରିଥିବାବେଳେ ୮ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନାହାନ୍ତି। କ୍ରେଗ୍‌ ବ୍ରାଥଓ୍ବେଟ ୧, ଜନ କ୍ୟାମ୍ପବେଲ ୭, ଶାମରା ବ୍ରୁକ୍ସ ୨, ଡାରେନ ବ୍ରାଭୋ ୨, ଶିମରନ ହେଟମେର ୧, ଶାଇ ହୋପ୍‌ ୨, ଅଧିନାୟକ ଜାସନ ହୋଲ୍ଡର ୮ ରନରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଭାରତ ପକ୍ଷରୁ ବୁମ୍‌ରା ୫ଟି, ଈଶାନ୍ତ ୩ଟି ଓ ମହମ୍ମଦ ସାମି ୨ଟି ଉଇକେଟ ନେଇଛନ୍ତି। ଟେଷ୍ଟ କ୍ରିକେଟରେ ବୁମ୍‌ରାଙ୍କ ଏହା ୪ର୍ଥ ୫ ଉଇକେଟ ସଫଳତା। ଭାରତର କୌଣସି ଅଧିନାୟକଭାବେ ବିରାଟ କୋହଲି ବିଦେଶ ମାଟିରେ ସର୍ବାଧିକ ୧୨ଟି ଟେଷ୍ଟ ଜିତିବାର ରେକର୍ଡ କରିଛନ୍ତି।
ତୃତୀୟ ଦିବସର ଅସମାପ୍ତ ସ୍କୋର ୧୮୫/୩ରୁ ଭାରତ ଖେଳ ଆରମ୍ଭ କରିଥିଲା। ଅଧିନାୟକ ବିରାଟ କୋହଲିଙ୍କୁ ତାଙ୍କ ପୂର୍ବ ଦିନର ସ୍କୋରରେ ହିଁ ଆଉଟ କରି ଓ୍ବେଷ୍ଟଇଣ୍ଡିଜ ପାଇଁ ବଡ଼ ସଫଳତା ଆଣିଥିଲେ ରଷ୍ଟନ ଚେଜ୍‌। ୧୧୩ ବଲ୍‌ର ସମ୍ମୁଖୀନ ହୋଇଥିବା ବିରାଟ ୨ ଚୌକା ସହାୟତାରେ ୫୧ ରନ କରିଥିଲେ। ବିରାଟଙ୍କୁ ଆଉଟ କରିବାପରେ ଓ୍ବେଷ୍ଟଇଣ୍ଡିଜ ଶୀଘ୍ର ଭାରତ ଇନିଂସରେ ପୂର୍ଣ୍ଣଚ୍ଛେଦ ପକାଇବା ଲକ୍ଷ୍ୟରେ ରହିଥିଲା। ମାତ୍ର ଅଜିଙ୍କ୍ୟ ରାହାନେଙ୍କ ସହ ହନୁମା ବିହାରି କ୍ରିଜରେ ଯୋଗଦେଇ ଦଳକୁ ଦୃଢ଼ ସ୍ଥିତିକୁ ନେଇ ଯାଇଥିଲେ। ଦୁହେଁ ୫ମ ଉଇକେଟରେ ଶତକୀୟ(୧୩୫ ରନ) ଭାଗୀଦାରି ଗଢ଼ି ଭାରତର ଅଗ୍ରଣୀ ବ୍ୟବଧାନକୁ ବୃଦ୍ଧି କରିଥିଲେ। ହନୁମା ଏଠାରେ କ୍ୟାରିୟର ଶ୍ରେଷ୍ଠ ଇନିଂସ ଖେଳି ଦ୍ୱିତୀୟ ଟେଷ୍ଟ ଅର୍ଦ୍ଧଶତକ ହାସଲ କରଥିଲେ। ସେ ୧୨୮ ବଲ୍‌ରୁ ୧୦ ଚୌକା ସହାୟତାରେ ୯୩ ରନକରି ଆଉଟ ହେବାସହ ଭାରତ ଇନିଂସ ଘୋଷଣା କରିଥିଲା। ପୂର୍ବରୁ ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ଥିଲା ୫୬ ରନ। ରାହାନେ କିନ୍ତୁ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଇନିଂସ ଖେଳି ୧୦ମ ଟେଷ୍ଟ ଶତକ ହାସଲ କରିଥିଲେ। ସେ ୨୪୨ ବଲ୍‌ରୁ ୫ ଚୌକା ସହ ୧୦୨ ରନ ସଂଗ୍ରହ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ରଷ୍ଟନ ଚେଜ୍‌ ୪ଟି ଏବଂ କେମର ରୋଚ୍‌, ଶାନନ ଗାବ୍ରିଏଲ ଓ ଜାସନ ହୋଲ୍ଡର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ: ୨୯୭ ।
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୨୨୨ ।
ଭାରତ ଦ୍ୱିତୀୟ ଇନିଂସ: ୩୪୩/୭/ଘୋଷଣା(ରାହାନେ-୧୦୨, ହନୁମା-୯୩, କୋହଲି-୫୧, ଲୋକେଶ ରାହୁଲ-୩୮, ଚେତେଶ୍ୱର ପୂଜାରା-୨୫, ଚେଜ୍‌-୪/୧୩୨, ରୋଚ୍‌-୧/୨୯, ଗାବ୍ରିଏଲ-୧/୬୩, ହୋଲ୍ଡର-୧/୪୫)।


Enter your email to get our daily news in your inbox.

All Right Reserved By Dharitri.Com

ମାରଗୁଡ଼ା ଲୋକ ମହୋତ୍ସବ ଉଦ୍‌ଯାପିତ

ନୂଆପଡ଼ା,୫ା୪(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ମାରଗୁଡ଼ା ଲୋକ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ...

ମହଙ୍ଗା ପଡ଼ିଲା ପୋଲିସକୁ ପଥର ମାଡ଼

ଥୁଆମୂଳ ରାମପୁର,୫ା୪(ଦୁର୍ଗା କୀର୍ତ୍ତି): ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରୁ...

୭ ରୋଗୀଙ୍କ ଜୀବନ ନେଇଗଲେ ନକଲି ଡାକ୍ତର

ଦମୋହ,୫।୪: ମଧ୍ୟପ୍ରଦେଶର ଦାମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା...

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

ଟ୍ରେନ ଆଗକୁ ଡେଇଁ ବିଡିଏ କର୍ମଚାରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର...

ଜନ୍ମ ଦିନରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଶନିବାର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image