ବିଶ୍ୱ ଆମତ୍ହତ୍ୟା ନିରୋଧୀ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୧୦ରେ ସାରା ବିଶ୍ୱରେ ୨୦୦୩ରୁ ପାଳନ କରାଯାଉଛି। ଆନ୍ତର୍ଜାତିକ ଆମତ୍ହତ୍ୟା ନିରୋଧୀ ସଂଗଠନ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ସଂଘର ମିଳିତ ସହଯୋଗରେ ଏହି ଦିବସ ପାଳନ କରାଯାଉଛି। ବିଶ୍ୱରେ ଆମତ୍ହତ୍ୟା ରୋକିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିବଦ୍ଧତା ଆଣିବା ଓ ପଦକ୍ଷେପ ନେବାକୁ ଆହ୍ବାନ ଦେଇଥାଏ ଏହି ଦିବସ। ୨୦୦୩ରେ ବିଶ୍ୱ ଆମତ୍ହତ୍ୟା ନିରୋଧୀ ଦିବସର ସ୍ଲୋଗାନ ଥିଲା-‘ଆମତ୍ହତ୍ୟାକୁ ରୋକାଯାଇପାରିବ’।
ସେବେଠାରୁ ୨୦୧୧ ସୁଦ୍ଧା ୪୦ଟି ଦେଶରେ ଆମତ୍ହତ୍ୟା ରୋକିବା ଉପରେ ସଚେତନତା ସୃଷ୍ଟି କରାଯାଇପାରିଥିଲା। ଆତ୍ମହତ୍ୟା ଘଟଣା କ୍ରମଶଃ ବୃଦ୍ଧିପାଇଛି, କିନ୍ତୁ ୩୮ଟି ଦେଶ ଏଯାବତ ଆମତ୍ହତ୍ୟା ରୋକିବା ପାଇଁ ଜାତୀୟସ୍ତରରେ ଯୋଜନା କରିଛନ୍ତି।୨୦୧୯ରେ ବିଶ୍ୱ ଆମତ୍ହତ୍ୟା ନିରୋଧୀ ଦିବସର ସ୍ଲୋଗାନ୍ ରହିଛି ‘ଆମତ୍ହତ୍ୟା ରୋକିବା ଲାଗି ମିଳିମିଶି କାମ କରିବା’।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟରୁ ଜଣାପଡେ ଯେ, ବିଶ୍ୱରେ ୨୦୦୮, ୨୦୧୨ ଓ ୨୦୧୫ ରେ ପୁରୁଷଙ୍କ ତୁଳନାରେ ମହିଳାମାନେ ବେଶି ଆମତ୍ହତ୍ୟା କରିଥିଲେ। ଭାରତରେ ୧୯୯୦ରେ ଆମତ୍ହତ୍ୟା ୨୦.୩ ପ୍ରତିଶତ ରହିଥିଲା ଯାହା ୨୦୧୬ରେ ପହଞ୍ଚିଥିଲା ୩୬.୬ ପ୍ରତିଶତରେ। ସେହିପରି ପୁରୁଷଙ୍କ ଆମତ୍ହତ୍ୟା ପ୍ରତିଶତ ୧୮.୭ ରହିଥିବାବେଳେ ତାହା ୨୦୧୬ରେ ପହଞ୍ଚିଥିଲା ୨୪.୩ ପ୍ରତିଶତରେ। ପୁରୁଷଙ୍କ ତୁଳନାରେ ଭାରତରେ ମହିଳାମାନେ ବେଶି ଆମତ୍ହତ୍ୟା କରୁଛନ୍ତି। ଆମତ୍ହତ୍ୟା କରିବାର ବିଭିନ୍ନ କାରଣ ରହିଛି। ଏକ ଆକଳନରୁ ଜଣାଯାଏ, ବିଶ୍ୱରେ ବର୍ଷକୁ ୧୦ ଲକ୍ଷ ଲୋକ ଆମତ୍ହତ୍ୟା କରୁଛନ୍ତି। ଏହା ବିଶ୍ୱରେ ମୋଟ୍ରେ ହେଉଥିତ୍ବା ମୃତ୍ୟୁର ୧.୪ ପ୍ରତିଶତ। ପ୍ରତି ୪୦ ସେକେଣ୍ଡରେ ଜଣେ କିମ୍ବା ଦିନକୁ ୩,୦୦୦ ଜଣ ଆମତ୍ହତ୍ୟା କରୁଛନ୍ତି। ୨୦୦୪ରେ ରହିଥିବା ଏହି ସଂଖ୍ୟା ୨୦୨୦ରେ ୧୫ ଲକ୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ସାରା ବିଶ୍ୱରେ ମହିଳାଙ୍କ ଆମତ୍ହତ୍ୟା ହାର ବେଶି । ପୁରୁଷଙ୍କ ଅପେକ୍ଷା ୨-୩ ଗୁଣ ଅଧିକ ଆମତ୍ହତ୍ୟା ଉଦ୍ୟମ କରୁଛନ୍ତି ମହିଳାମାନେ । ବିଶ୍ୱରେ ଯେତିକି ଲୋକ ଯୁଦ୍ଧ ଓ ହତ୍ୟା ଯୋଗୁ ମୃତ୍ୟୁର ଶିକାର ହେଉଛନ୍ତି ତା’ଠାରୁ ଅଧିକ ମୃତ୍ୟୁ ହେଉଛି ଆମତ୍ହତ୍ୟା କାରଣରୁ। ଆମତ୍ହତ୍ୟା କରିବାକୁ ୧୫ରୁ ୨୪ ବର୍ଷ ବୟସ ମଧ୍ୟରେ କିଶୋର ଓ ଯୁବକମାନେ ଅଧିକ ଉଦ୍ୟମ କରୁଛନ୍ତି ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟରୁ ଜଣାପଡିଛି। ବିଶ୍ୱରେ ପ୍ରତିବର୍ଷ ଆମତ୍ହତ୍ୟା କରୁଥିବା ଲୋକଙ୍କ ମଧ୍ୟରୁ ୧,୩୫, ୦୦୦(୧୭ ପ୍ରତିଶତ) ଭାରତରେ ହେଉଛି। ବିଶ୍ୱ ଜନସଂଖ୍ୟାର ୧୭.୫ ପ୍ରତିଶତ ଲୋକ ରହୁଥିବା ଦେଶରେ ବିଶ୍ୱର ମୋଟ୍ ଆମତ୍ହତ୍ୟାର ୧୭ ପ୍ରତିଶତ ହେବା ଚିନ୍ତାଜନକ। ବିଶ୍ୱରେ ଯେତିକି ମହିଳା ଆମତ୍ହତ୍ୟା କରୁଛନ୍ତି ତା’ର ୩୭ ପ୍ରତିଶତ ହେଉଛନ୍ତି ଭାରତୀୟ ।
ଆମତ୍ହତ୍ୟା ବୃଦ୍ଧିର ମୁଖ୍ୟ କାରଣଗୁଡିକ ମଧ୍ୟରେ ଦାରଦ୍ର୍ୟ, ବେକାରି, ପ୍ରିୟଜନଙ୍କୁ ହରାଇବା, ଯୁକ୍ତିତର୍କ, ଆଇନ ତଥା କାର୍ଯ୍ୟ ସମ୍ବନ୍ଧିତ ସମସ୍ୟାରୁ ଏହା ବେଶି ହେଉଛି। ବ୍ୟକ୍ତିଗତ,ସାମାଜିକ, ଆର୍ଥିକ ତଥା ପାରିବାରିକ ସମସ୍ୟା ଆମତ୍ହତ୍ୟାର କାରଣ ପାଲଟୁଛି। ଧନୀ ଦେଶଗୁଡିକରେ ମହିଳାଙ୍କ ତୁଳନାରେ ୩ ଗୁଣ ପୁରୁଷ ଆମତ୍ହତ୍ୟା କରୁଛନ୍ତି। ନିମ୍ନ ଓ ମଧ୍ୟମ ଆୟକାରା ଦେଶଗୁଡିକରେ ପୁରୁଷ- ମହିଳା ଅନୁପାତ କମ୍ ରହିଛି। କିନ୍ତୁ ଆମେରିକାରେ ମହିଳାଙ୍କ ତୁଳନାରେ ୪ ଗୁଣ ପୁରୁଷ ଆମତ୍ହତ୍ୟା କରନ୍ତି ବୋଲି ୨୦୧୬ର କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି। ୨୦୧୮ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟରେ କୁହାଯାଇଛି, ୧୫-୩୯ ବର୍ଷ ବୟସରେ ସାରା ବିଶ୍ୱରେ ଅଧିକ ଆମତ୍ହତ୍ୟା କରୁଛନ୍ତି।
ସାମାଜିକ ଓ ଧାର୍ମିକ ପ୍ରତିବନ୍ଧକ ଆମତ୍ହତ୍ୟାର କାରଣ ହେଉଛି। ବହୁ ଦେଶରେ ଆମତ୍ହତ୍ୟା ଉଦ୍ୟମକୁ ଅପରାଧ ଭାବେ ଗ୍ରହଣ କରାଯାଇଛି। କିନ୍ତୁ ଯିଏ ଏହି ଉଦ୍ୟମ କରୁଛନ୍ତି ଏହାର ମୂଳ କାରଣ କ’ଣ ତାହା ଜାଣି ଆଲୋଚନା ପରିସରକୁ ପ୍ରାୟ ଆଣିବାର ଉଦ୍ୟମ କରାଯାଉନାହିଁ। ଏହାକୁ ପରିବାର ପକ୍ଷରୁ ଏକ କଳଙ୍କ ବୋଲି ବିଚାର କରି ଚାପିଦିଆଯାଉଛି। ଯେଉଁମାନେ ଆଇନ ପରିସରକୁ ଆସୁଛନ୍ତି ତାହା ବି ଫାଇଲ ତଳେ ରହିଯାଉଛି। ଆମତ୍ହତ୍ୟା ଉଦ୍ୟମ କରୁଥିବା ବ୍ୟକ୍ତି ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ସାହାଯ୍ୟ ନେବାକୁ ଚାହଁୁ ନ ଥିବାରୁ ସେମାନେ ଯେଉଁ ସାହାଯ୍ୟ ପାଇବା କଥା ତାହା ପାଇପାରୁନାହାନ୍ତି। ଏଣୁ ଆମତ୍ହତ୍ୟା ନିରୋଧୀ ଅଭିଯାନ ବ୍ୟାପକ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ଏହା ସଚେତନତା ଅଭାବରୁ ହିଁ ହେଉଛି। ଏଥିପାଇଁ ଆମତ୍ହତ୍ୟାର କାରଣଗୁଡିକୁ ଠାବ କରାଯାଇଥିଲେ ବି ଏହା ପ୍ରତି ସଚେତନତା ସୃଷ୍ଟି କରିବା ପଥରେ ଥିବା ସାମାଜିକ ପ୍ରତିବନ୍ଧକକୁ ଦୂର କରିବା ଲାଗି ଖୋଲା ଆଲୋଚନାର ଆବଶ୍ୟକତା ରହିଛି।
ଶାରୀରିକ ତଥା ମାନସିକ ସମସ୍ୟା ଯଥା ବିଷାଦ ଆମତ୍ହତ୍ୟାର ଏକ ବଡ଼ କାରଣ ଭାବେ ସାରା ବିଶ୍ୱରେ ଉଭା ହୋଇଛି। ବିଶ୍ୱରେ ୩୦୦ ମିଲିୟନ ଲୋକ ବିଷାଦଗ୍ରସ୍ତ। ଭାରତରେ ମୋଟ ଜନସଂଖ୍ୟାର ୧୩.୭ ପ୍ରତିଶତ ମାନସିକ ସମସ୍ୟାରେ ରହିଛନ୍ତି। ୩୫ ବର୍ଷ ବୟସରୁ କମ୍ ଯୁବକଙ୍କ ମଧ୍ୟରେ ଏହା ବେଶି ଦେଖାଯାଉଛି। ବିଷାଦ ଓ ଅନ୍ୟ କାରଣ ପାଇଁ ଯୋଗୁ ଭାରତରେ୧୫ରୁ୨୯ ବର୍ଷ ବୟସ ମଧ୍ୟରେ ବିଶ୍ୱରେ ଅଧିକ ଆମତ୍ହତ୍ୟା କରୁଛନ୍ତି। କୃଷକ ଆମତ୍ହତ୍ୟା ବି ଏକ ଉଦ୍ବେଗଜନକ ସ୍ଥିତିରେ ରହିଛି। ଏହା କେଉଁ କାରଣରୁ ବୃଦ୍ଧି ପାଉଛି ଓ କିଭଳି ରୋକାଯାଇପାରିବ ତାହା ଉପରେ ଅନୁଧ୍ୟାନ କରାଯିବା ଆବଶ୍ୟକ। ଜଣେ ଆମତ୍ହତ୍ୟା କରିବା ପୂର୍ବରୁ ତା ବ୍ୟବହାରକୁ ଜାଣି ତା’ର ପ୍ରତିକାର କ’ଣ କରାଯିବା ଦରକାର ତା’ଉପରେ ବ୍ୟାପକ ଭାବେ ଲୋକମାନଙ୍କୁ ସଚେତନ କରିବା ସହ ଏହାର ବିପଜ୍ଜନକ କାରଣକୁ ଲକ୍ଷ୍ୟ କରି ସୁରକ୍ଷା ଦିଗ ପ୍ରତି ସଚେତନ କରାଯିବା ଆବଶ୍ୟକ। ଏ ସବୁ ଦୃଷ୍ଟିରୁ ବିଶ୍ୱ ଆମତ୍ହତ୍ୟା ନିରୋଧୀ ଦିବସ ପାଳନ ଗୁରୁତ୍ୱପୂର୍ଣ୍ଣ ମନେହୁଏ।