Posted inଖେଳ

ଭାରତୀୟ ଦଳ ପାଇଁ ପୁଣି ଏକାଠି ଖେଳିଲେ ଦୁଇ ଭାଇ

ଗୁୟାନା,୭।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି। ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଭାରତ ୫ଟି ବଲ ବାକି ଥାଇ ୭ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଛି। ଏହି ମ୍ୟାଚରେ ଡେବ୍ୟୁ କରିଥିଲେ ୨୦ ବର୍ଷୀୟ ଲେଗ୍‌ ସ୍ପିନର୍‌ ରାହୁଲ ଚହର୍‌। ତେବେ ଏହି ମ୍ୟାଚରେ ରାହୁଲଙ୍କ ସମ୍ପର୍କୀୟ ଭାଇ ଦୀପକ ଚହର୍‌ ମଧ୍ୟ ଖେଳୁଥିଲେ। ଅନ୍ତର୍ଜାତୀୟ ମ୍ୟାଚରେ ଦୁଇ ଭାଇ ଏକାଠି ଖେଳିବାରେ ରାହୁଲ ଏବଂ ଦୀପକ ଚତୁର୍ଥ ଭାରତୀୟ ହୋଇଛନ୍ତି। ପୂର୍ବରୁ ସୁରେନ୍ଦ୍ର ଏବଂ ମହିନ୍ଦର ଅମରନାଥ, ଇର୍ଫାନ ଓ ୟୁସୁଫ ପଠାନ ଏବଂ ହାର୍ଦ୍ଦିକ ଓ କୃନାଲ ପାଣ୍ଡ୍ୟା ଏକାଠି ମ୍ୟାଚ୍‌ ଖେଳିଛନ୍ତି।

ଲାଲା ଏବଂ ମହିନ୍ଦର ଅମରନାଥ

ପୂର୍ବତନ କ୍ରିକେଟର ଲାଲା ଅମରନାଥଙ୍କ ପରେ ତାଙ୍କର ଦୁଇ ପୁଅ ମହିନ୍ଦର ଅମରନାଥ ଓ ସୁରେନ୍ଦ୍ର ଅମରନାଥ ଭାରତୀୟ କ୍ରିକେଟରେ ଏକାଠି ଖେଳିଥିଲେ। ବାମହାତୀ ବ୍ୟାଟ୍ସମ୍ୟାନ ସୁରିନ୍ଦର ଅମରନାଥ ଘରୋଇ କ୍ରିକେଟରେ ବେଶ ଭଲ ପ୍ରଦର୍ଶନ କରିଥିଲେ ମାତ୍ର ଅନ୍ତର୍ଜାତୀୟ କ୍ରିକେଟରେ ବେଶି ସମୟ ତିଷ୍ଠି ପାରି ନ ଥିଲେ। ସେ ଭାରତ ପକ୍ଷରୁ ସେ ୧୦ଟି ଟେଷ୍ଟ ଖେଳିଥିଲେ। ମହେନ୍ଦ୍ର ଅମରନାଥ ତାଙ୍କ ସମୟର ଜଣେ ଦକ୍ଷ ଖେଳାଳି ଭାବେ ପରିଚିତ। ୧୯୮୩ ବିଶ୍ୱକପ୍‌ ବିଜୟରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।

ଇର୍ଫାନ ଓ ୟୁସୁଫ ପଠାନ
ଇର୍ଫାନ ପଠାନ ଓ ୟୁସୁଫ ପଠାନ ଅନ୍ତର୍ଜାତୀୟ କ୍ରିକେଟରେ ଏକାଠି ଖେଳିଛନ୍ତି। ଦ୍ରୁତ ବୋଲର ଇର୍ଫାନ ପଠାନ ଏକଦା ଭାରତୀୟ ବୋଲିଂ ବିଭାଗର ମେରୁଦଣ୍ଡ ରହିଥିଲେ। ୟୁସୁଫ ମଧ୍ୟ ଅଲରାଉଣ୍ଡର ଥିଲେ।

ହାର୍ଦ୍ଦିକ ଓ କୃନାଲ ପାଣ୍ଡ୍ୟା
ଆଇପିଏଲରେ ମୁମାଇ ଇଣ୍ଡିଆନ୍ସ ପକ୍ଷରୁ ଏକାଠି ଖେଳୁଥିବା ହାର୍ଦ୍ଦିକ ଏବଂ କୃନାଲ ପାଣ୍ଡ୍ୟା ଅନ୍ତର୍ଜାତୀୟ ମ୍ୟାଚରେ ମଧ୍ୟ ଏକାଠି ଖେଳିଛନ୍ତି। ହାର୍ଦ୍ଦିକ ଭାରତୀୟ ଦଳର ନିୟମିତ ସଦସ୍ୟ ହୋଇଥିବାବେଳେ କୃନାଲ ଟି-୨୦ରେ ଭାରତୀୟ ଦଳରେ ସ୍ଥାନ ପାଉଥିବାର ଦେଖାଯାଇଛି।

ଦୀପକ-ରାହୁଲ ଚହର୍‌
ଅନ୍ତର୍ଜାତୀୟ ମ୍ୟାଚରେ ଦୁଇ ଭାଇ ଏକାଠି ଖେଳିବାରେ ରାହୁଲ ଏବଂ ଦୀପକ ଚତୁର୍ଥ ଭାରତୀୟ ହୋଇଛନ୍ତି। ଦୀପକ୍‌ ପୂର୍ବରୁ ଭାରତ ପାଇଁ ଖେଳିଥିବାବେଳେ ରାହୁଲ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଶେଷ ଟି-୨୦ରେ ଦଳରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri