ଚେନ୍ନାଇ,୩୦।୯(ପି.ଟି)- ବେଲଜିୟମର ବନ୍ଦର ସହଜର ଘେଣ୍ଟଠାରେ ଅନୁଷ୍ଠିତ ଟୋରନୋଇ ସାଟ୍ଲାଇଟ୍ ଫେନ୍ସିଙ୍ଗ ପ୍ରତିଯୋଗିତା (ବିଶ୍ୱ ସ୍ତରୀୟ)ରେ ରବିବାର ଭାରତୀୟ ମହିଳା ଫେନ୍ସର ଭବାନୀ ଦେବୀ ରୌପ୍ୟ ପଦକ ହାସଲ କରିଛନ୍ତି। ଚେନ୍ନାଇ ଜନ୍ମିତ ଭବାନୀ ଫାଇନାଲରେ ଆଜରବୈଜାନର ବସ୍ତା ଆନ୍ନାଙ୍କଠାରୁ ୧୦-୧୫ରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ସେମିଫାଇନାଲରେ ସେ ଇଟାଲୀର ମାର୍ଟିନା ପେର୍ଟାଗଲିଆଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଭବାନୀ ବିଶ୍ୱ ର଼୍ୟାଙ୍କିଙ୍ଗ୍ରେ ଏବେ ୪୪ତମ ସ୍ଥାନରେ ରହିଛନ୍ତି। ର଼୍ୟାଙ୍କିଙ୍ଗରେ ଉନ୍ନତି ଆଣି ଭାବନୀ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ଲକ୍ଷ୍ୟରେ ରହିଥିଲେ। ଆସନ୍ତାବର୍ଷ ସେ ଏକାଧିକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଅଂଶଗ୍ରହଣ କରିବେ।