ପାକିସ୍ତାନ କ୍ରିକେଟର ହସନ ଅଲ୍ଲୀଙ୍କ ପରେ ଏବେ ଆଉ ଜଣେ ବିଦେଶୀ କ୍ରିକେଟର୍ ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଛନ୍ତି। ଖୁବଶିଘ୍ର ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣପଡିଛି। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ୍ ମ୍ୟାକ୍ସଓ୍ବେଲ୍। ସେ ଭାରତୀୟ ଯୁବତୀ ଭିନି ରମନଙ୍କ ପ୍ରେମରେ ପଡିଛନ୍ତି। ଉଭୟ ଅନେକ ଦିନ ହେବ ସମ୍ପର୍କରେ ଅଛନ୍ତି। ଉଭୟ ନିଜ ନିଜ ସୋସିଆଲ ମିଡିଆରେ ଏକାଠି ଫଟୋ ଛାଡିଥାନ୍ତି। ଅଷ୍ଟ୍ରେଲିଆର ଏକଦିବସୀୟ ଏବଂ ଟି-୨୦ ଦଳର ନିୟମିତ ସଦସ୍ୟ ମାକ୍ସଓ୍ବେଲ ଆଇପିଏଲରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପକ୍ଷରୁ ଖେଳନ୍ତି।