ନୂଆଦିଲ୍ଲୀ,୨୩।୧୨: ଆୟୋଜିତ ହୋଇଯାଇଛି ୨୦୧୯ର ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଦିବ୍ୟା ଦତ୍ତ ଏହାର ହୋଷ୍ଟ ଭାବେ ନଜର ଆସିଥିଲେ। ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ଆଓ୍ବାର୍ଡ ମିଳିଥିବା ବେଳେ ଅସୁସ୍ଥତା କାରଣରୁ ବିଗ୍ ବି ଏହି ଉତ୍ସବରେ ଯୋଗ ଦେଇପାରି ନାହାନ୍ତି ବୋଲି ଜଣାପଡିଛି। ବରିଷ୍ଠ ଅବିନେତ୍ରୀ ସୁରେଖା ଶିକାରୀଙ୍କୁ ଫିଲ୍ମ ‘ବଧାଇ ହୋ’ ପାଇଁ ବେଷ୍ଟ ସପୋଟିଂ ଆକ୍ଟ୍ରେସ୍ ଆଓ୍ବାର୍ଡ ମିଳିଛି। ସେ ହ୍ବିଲ ଚେୟାରରେ ଆସି ନାଇଡୁଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ‘ଅନ୍ଧାଧୁନ’ ପାଇଁ ଆୟୁଷ୍ମାନ ଖୁରାନାଙ୍କୁ ଓ ‘ଉରି-ଦ ସର୍ଜିକାଲ ଷ୍ଟ୍ରାଇକ’ ପାଇଁ ଭିକ୍କି କୌଶଲଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନୀତ କରାଯାଇଛି। ସେହିପରି ଅକ୍ଷୟ କୁମାରଙ୍କ ଫିଲ୍ମ ‘ପ୍ୟାଡମ୍ୟାନ’କୁ ଶ୍ରେଷ୍ଠ ସାମାଜିକ ଚଳଚ୍ଚିତ୍ର ପୁରସ୍କାର ମିଳିଛି।