ଭିତରକନିକାକୁ ଚାରିଆଡୁ ବିପଦ

କେନ୍ଦ୍ରାପଡ଼ା ଅଫିସ, ୨୩ା୧୨:ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟପ୍ରାଣୀ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ ଅବଗତ। ଏହାକୁ ଜାତୀୟ ଉଦ୍ୟାନ ଓ ରାମସାର ସାଇଟ ପରି ଆନ୍ତର୍ଜାତୀୟ ମାନ୍ୟତା ମିଳିଛି। ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ପାଇଁ ବିଗତ ଦିନରେ ଉଦ୍ୟମ ହୋଇଥିଲେ ମଧ୍ୟ ଗତ ୨୦୧୭ ଜୁଲାଇରେ ପୋଲାଣ୍ଡର କ୍ରାକ୍‌ଓଠାରେ ଇଣ୍ଟରନାଲ ୟୁନିୟନ ଫର କଞ୍ଜରଭେଶନ ଅଫ ନେଚର (ଆଇୟୁସିଏନ)ର ବୈଠକରେ ଖାରଜ ହୋଇଛି। ସେଠାରେ ଏ ନେଇ ହୋଇଥିବା ସମୀକ୍ଷାରେ ଭିତରକନିକା ଆଦ୍ରଭୂମି ପରିଚାଳନାଗତ ତ୍ରୁଟି ସହ ବିଭିନ୍ନ ଅବ୍ୟବସ୍ଥାକୁ ପଦାରେ ପକାଇଛି। ଏଥିସହ ଦିଆଯାଇଥିବା ତଥ୍ୟାବଳୀ (ଡୋଜିଅର)ରେ ତଥ୍ୟଗୁଡିକରେ ବହୁ ଭୁଲ ରହିଛି। ଭିତରକନିକା ପ୍ରତି ଚାରିଆଡୁ ବିପଦ ଥିବା ଦର୍ଶାଇବା ସହିତ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲକୁ ଅଗ୍ରାହ୍ୟ କରି ଦିଆଯାଇଥିଲା।
ଏ ସମ୍ପର୍କରେ ଭିତରକନିକା ଇକୋ ସେନସେଟିଭ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ସାମାଜିକ କର୍ମୀ ସଞ୍ଜୟ କୁମାର ବେହୁରା, ପ୍ରଦୀପ କୁମାର ତରାଇ ପ୍ରମୁଖ କହିଛନ୍ତି, ତଥ୍ୟାବଳୀରେ ଲୁଣା କୁମ୍ଭୀର, ୨ ପ୍ରକାର ବିରଳ ସମେତ ୬ ପ୍ରକାର ଡଲ୍‌ଫିନ୍‌, ୪୧ ପ୍ରଜାତିର ମାଛ, ବିରଳ ଅଲିଭ ରିଡଲେ କଇଁଛଙ୍କ ଅନ୍ତୁଡିଶାଳ, ୩୬ ପ୍ରକାର ବିରଳ ବନ୍ୟଜନ୍ତୁ, ୨୮୦ ପ୍ରକାର ଦେଶୀ ବିଦେଶୀ ପକ୍ଷୀ, ୩୪ ପ୍ରକାର ସରୀସୃପ ଆଦି ସହ ହେନ୍ତାଳବଣ ସମ୍ପର୍କରେ ଉଲ୍ଲେଖ ରହିଛି। ଭିତରକନିକା ପାଇଁ ଭାରତୀୟ ଜାତୀୟ ବନ୍ୟଜୀବ ସଂରକ୍ଷଣ ଆଇନ ୧୯୭୨ ଲାଗୁ ହୋଇଛି। ଏହାସତ୍ତ୍ୱେ ଏହି ବନାଞ୍ଚଳ ମଧ୍ୟରେ ବ୍ୟକ୍ତିଗତ ଜମି, ସ୍ଥାନୀୟ ଲୋକଙ୍କ ଅବାଧ ପ୍ରବେଶ, ଚାଷ, ଗୋରୁ ମହିଁଷି ବୁଲିବା, ଚିଙ୍ଗୁଡି ଘେରି ଆଦି ରହିଥିବା ୨୦୧୬ ନଭେମ୍ବରରେ ଆସିଥିବା ବୈଷୟିକ ଟିମ୍‌ର ସଦସ୍ୟ ନାଆମୀ ଡୋକ ଓ ରେମକୋ ଭନ ମର୍ମ ଅନୁଧ୍ୟାନ କରିଥିବା ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ତେବେ ତଟକ୍ଷୟ ଓ ଅବାଧ ଅନୁପ୍ରବେଶ ଏହାର ଜୈବ ବିବିଧତାକୁ ନଷ୍ଟ କରୁଛି। ଭିତରକନିକା ମଧ୍ୟରେ ୪୦୦ରୁ ଅଧିକ ଗ୍ରାମ, ଇକୋ ସେନସେଟିଭ ଜୋନ ଅଞ୍ଚଳକୁ ଚିହ୍ନଟ ଓ ଗାଇଡଲାଇନର କାର୍ଯ୍ୟକାରିତା, ଧାମରା ବନ୍ଦରର ଅବସ୍ଥିତି, ହିଇଲର ଦ୍ୱୀପର ମିଜାଇଲ ଟେଷ୍ଟିଂ ଆଦି ଭିତରକନିକା ସୁରକ୍ଷା ଦିଗରେ ଅଭାବ ସୃଷ୍ଟି କରିଛି। ହେନ୍ତାଳବଣ ଓ ଅନ୍ୟ ପ୍ରାଣୀଙ୍କ ପାଇଁ ମଧୁର ଜଳ ଆବଶ୍ୟକ। ତେବେ ଏହାର ପରିମାଣ କ୍ରମଶଃ ହ୍ରାସ ପାଉଛି। ମତ୍ସ୍ୟଜୀବୀଙ୍କ ଲୋଲୁପ ଦୃଷ୍ଟି ସର୍ବଦା ଏହି ସଂରକ୍ଷିତ ସାମୁଦ୍ରିକ ଅଞ୍ଚଳରେ ରହିଥିବା ବେଳେ କର୍ମଚାରୀଙ୍କ ଅଭାବ ରହିଛି। ସେହିପରି ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକୀୟ ଅର୍ଥ ଓ ତଟକ୍ଷୟକୁ ରୋକିବା ଆଦିର ଅଭାବ ଅଛି। ବିଶେଷକରି ଇକୋ ସେନସେଟିଭ ଜୋନର ଗାଇଡ ଲାଇନକୁ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ରିପୋର୍ଟରେ କ୍ଷୋଭ ପ୍ରକାଶ କରାଇଛି। ଏଥିସହିତ ଅନ୍ୟ କାରଣ ଦର୍ଶାଇ ବିଶ୍ୱ ଐତିହ୍ୟ ପାଇଁ ଭିତରକନିକା ଅଯୋଗ୍ୟ ବୋଲି ବୈଠକରେ ମତ ଦିଆଯାଇଛି। ଏ ନେଇ ସମୀକ୍ଷା କରାଯିବାକୁ ଦାବି ସହିତ ପରିବେଶବିତ୍‌ ଓ ସାମାଜିକ କର୍ମୀମାନେ ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବି କରିଛନ୍ତି। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଯୋଗେନ୍ଦ୍ର ଯାଦବଙ୍କୁ ପଚାରିବାରେ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ ପାଇଁ ଥିବା ବାଧାଗୁଡିକର ସମୀକ୍ଷା କରାଯାଉଛି। ଏଥିରେ ତାଲିକାଭୂକ୍ତ ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ଦାରିଙ୍ଗବାଡି ବୁଲିଲେ ଗଣଶିକ୍ଷା ମନ୍ତ୍ରୀ: ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ଦିନିକିଆ ଗସ୍ତରେ ସୋମବାର ଓଡିଶା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ତଥା ଅନୁସୂଚିତ ଜାତି ଜନଜାତି ଉନ୍ନୟନ ସଂଖ୍ୟା...

ଉଜୁଡା ଫସଲ ଦେଖି ଧାନ କ୍ଷେତରେ ଟଳିପଡିଲେ ଚାଷୀ

ସାକ୍ଷୀଗୋପାଳ, ୨୩।୧୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଅଦିନିଆ ବର୍ଷା ପାଣିରେ ଧାନ ଫସଲ ପଡିଥିବା ଦେଖି ଜଣେ ଚାଷୀ ସୋମବାର ଧାନ କ୍ଷେତରେ ଟଳି ପଡ଼ିଛନ୍ତି।...

ଥାନା ଅଞ୍ଚଳରେ ସିରିଜ ଚୋରି: ବଢିଲା ପୋଲିସର ମୁଣ୍ଡବ୍ୟଥା

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଇଲାକାରେ ସିରିଜ ଚୋରି ପୋଲିସର ମୁଣ୍ଡବ୍ୟଥା ବଢାଇ ଦେଇଛି। ଦୁର୍ବୃତ୍ତମାନେ ଲଗାଣ ବର୍ଷା ଓ ଶୀତ ରାତିର ସୁଯୋଗ...

ଜିନ୍ନତକୁ ଟ୍ରାଙ୍କୁଲାଇଜ ପାଇଁ ଚାଲିଛି ଉଦ୍ୟମ

ଭୁବନେଶ୍ୱର,୨୩।୧୨: ଶିମିଳିପାଳରୁ ଖସି ପଳାଇଥିବା ବାଘୁଣୀ ଜିନ୍ନତକୁ ଓଡ଼ିଶା ଫେରାଇ ଆଣିବାକୁ ବନ ବିଭାଗ କସରତ ଆରମ୍ଭ କରିଦେଇଛି। ବାଘୁଣୀ ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଲିଆରେ...

ଖବରକାଗଜ ବିତରକଙ୍କ ଉପରକୁ ଡେଇଁଲା ମାଙ୍କଡ଼: ଆଉ ତା’ପରେ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ସଦରମହାକୁମା ଛତ୍ରପୁରରେ ମାଙ୍କଡ଼ ମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଜଣେ ଖବରକାଗଜ ବିତରକ ଏହାର ଏହାର ଶିକାର ହୋଇଛନ୍ତି।...

ଏଫଏକ୍ୟୁ ମାନ କୋହଳ ପାଇଁ ଉଠିଲା ଦାବି

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ଲଗାଣ ବର୍ଷା ହେତୁ ଖରିଫ ଧାନ ଫସଲ କ୍ଷୟକ୍ଷତିର ଭରଣା, ଧାନର ଏଫଏକ୍ୟୁ ମାନ କୋହଳ, ଟୋକେନ ଅବଧି ବର୍ଦ୍ଧିତ ଦାବି...

ଖୋଲିଲା ଧାନ ମଣ୍ଡି: ଶୁଭାରମ୍ଭ କଲେ ବିଧାୟକ

ପାଟଣା,୨୩।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଖରିଫ ଋତୁରେ ଧାନ କ୍ରୟ କରିବା ପାଇଁ ପାଟଣା ବ୍ଲକ ଅଧିନରେ ଥିବା ୨ ଶାଖା...

ଜିଲା ରାଇଫଲ ସଂଘର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲେ ବିଧାୟକ କଳିକେଶ ନାରାୟଣ ସିଂଦେଓ

ବଲାଙ୍ଗୀର,୨୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସ୍ପୋର୍ଟ କମ୍ପ୍ଲେକ୍ସଠାରେ ଜିଲା ରାଇଫଲ ସଂଘର ସଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ସୋମବାର ବଲାଙ୍ଗୀର ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri