ଭିତ୍ତିଭୂମି ଅବ୍ୟବସ୍ଥା, ଖୋଲାରେ ପଡ଼ିରହିଛି ଧାନ

ବାସୁଦେବପୁର, ୩୦।୧(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର କୃଷିପ୍ରଧାନ ବ୍ଲକ। ବ୍ଲକରେ ମୋଟ ୩୪ ଶହ ହେକ୍ଟର ଚାଷଜମିରୁ ୩୨ ଶହ ହେକ୍ଟର ଜମିରେ ଧାନ ଚାଷ ଚଳିତ ଖରିଫ ଋତୁରେ ହୋଇଥିଲା। ଚାଷୀମାନଙ୍କର ବଳକା ଧାନକୁ ସମବାୟ ସମିତି ମାଧ୍ୟମରେ ବିକ୍ରି ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ବିଭିନ୍ନ ସମିତି ଓ ସମବାୟ ବିଭାଗରେ ବୈଷୟିକ ତ୍ରୁଟି ଏବଂ ମିଲରଙ୍କ ଅସହଯୋଗ ମନୋଭାବ ଯୋଗୁ ଚାଷୀମାନେ ଠିକ୍‌ ଭାବେ ଧାନ ମଣ୍ଡିରେ ବିକି ପାରୁ ନାହାନ୍ତି। ସେହିପରି ଭିତ୍ତିଭୂମି ଅବ୍ୟବସ୍ଥା ପାଇଁ ଖୋଲା ଆକାଶ ତଳେ ଧାନବସ୍ତା ପଡ଼ି ରହିଛି।
ପ୍ରକାଶ ଯେ, ଏହି ବ୍ଲକରେ ଚାଷୀଙ୍କଠାରୁ ଧାନ କ୍ରୟ ସକାଶେ ଚଳିତବର୍ଷ ୨୨ଟି ସମିତି ମଧ୍ୟରୁ ୨୦ ସମିତି ଅନୁମତି ପାଇଛନ୍ତି। ପ୍ରଥମଥର କରି ଚୂଡ଼ାମଣି ପଞ୍ଚାୟତସ୍ତରୀୟ ମହିଳା ମହାସଂଘ, ଶାଶୁଭୁଆସୁଣୀ ମହିଳା ମହାସଂଘ ମାଧ୍ୟମରେ ଚୂଡ଼ାମଣି ଓ ଶାଶୁଭୁଆସୁଣୀ ପଞ୍ଚାୟତରେ ଧାନକ୍ରୟ ଆରମ୍ଭ ହୋଇଛି। ବିଭିନ୍ନ ସେବା ସମବାୟ ସମିତିରେ ଭିତ୍ତିଭୂମିର ଅଭାବ ହେତୁ ଚାଷୀମାନଙ୍କ ଧାନ ଖୋଲାରେ ଅସୁରକ୍ଷିତ ଭାବେ ପଡ଼ିରହିଛି। ଗୋଦାମ ନ ଥିବାରୁ ଏଭଳି ସମସ୍ୟା ଉପୁଜିଛି। ସମିତିଗୁଡ଼ିକରୁ ଧାନ କ୍ରୟ ନିମନ୍ତେ ଅନୁବନ୍ଧିତ ହୋଇଥିବା ଜିଲା ଓ ଜିଲା ବାହାରର ମିଲରମାନେ ଠିକ୍‌ ସମୟରେ କିଣୁ ନ ଥିବା ସହିତ ସମିତିକୁ ଧାନବୁରା ଦେଉ ନ ଥିବାରୁ ଧାନକିଣାରେ ମନ୍ଥରତା ଦେଖାଦେଇଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁସାରେ, ବିରସ ସମିତିରେ ୮୨୨ ଚାଷୀଙ୍କ ମଧ୍ୟରୁ ୭୪୫ ଜଣଙ୍କୁ ଧାନ ବିକ୍ରି ପାଇଁ ଅନୁମତି ଆସିଛି। ୨୩ ହଜାର ୫ ଶହ କୁଇଣ୍ଟାଲ ଧାନ କିଣା ସକାଶେ ଧାର୍ଯ୍ୟ ଥିବାବେଳେ ୨୩ ହଜାର ଧାନକ୍ରୟ ହୋଇଛି। ବାଲିମେଦ ସମିତିରେ ୧୨୦୮ ଚାଷୀ ପଞ୍ଜୀକୃତ ହୋଇଥିବାବେଳେ ୪ ଶହ ଚାଷୀ ଟୋକନ ଜେନେରେଟ୍‌ ପାଇଁ ପଠାଯାଇଛି। ବର୍ତ୍ତମାନ ସୁଦ୍ଧା ୨୦ ହଜାର କୁଇଣ୍ଟାଲ ଧାନ କିଣା ସରିଛି। ମା’ କାଳୀ ସମିତିରେ ୪୧୬ ଚାଷୀଙ୍କ ମଧ୍ୟରୁ ୩୫୬ ଜଣଙ୍କୁ ଅନୁମତି ମିଳିଛି। ୯ ହଜାର କୁଇଣ୍ଟାଲ ଧାନକ୍ରୟ ଧାର୍ଯ୍ୟ ଥିବାବେଳେ ୪ ହଜାର କୁଇଣ୍ଟାଲ କ୍ରୟ ହୋଇଛି। ବାସୁଦେବପୁର ଓ ସୁରେଶ୍ୱରପୁର ସମିତିରେ ୫୭୭ ଚାଷୀଙ୍କ ମଧ୍ୟରୁ ୫୧୯ ଜଣଙ୍କୁ ଅନୁମତି ମିଳିଛି। ଧାର୍ଯ୍ୟ ୯ ହଜାର ୮ ଶହ କୁଇଣ୍ଟାଲରୁ ୬ ହଜାର କୁଇଣ୍ଟାଲ ଧାନ କିଣା ଯାଇଛି। ସେହିପରି ବରଣ୍ଡୁଆ ସମିତିରୁ ୨୦ରୁ ଊର୍ଦ୍ଧ୍ୱ ଚାଷୀ ଧାନ ଦେବା ପାଇଁ ଟୋକନ ପାଇଥିଲେ ମଧ୍ୟ ସେମାନଙ୍କ ନାମ ବୈଷୟିକ ତ୍ରୁଟି ଯୋଗୁ କଟିଯାଇଛି। ଫଳରେ ଚାଷୀମାନେ ପ୍ରାୟ ୮ଶହ କୁଇଣ୍ଟାଲ ଧାନ ବିକ୍ରି କରି ନ ପାରି ଗତ ୩ ଦିନ ତଳେ ସମିତିରେ ତାଲା ପକାଇଥିଲେ। ଅନ୍ୟ ସମିତିରେ ମଧ୍ୟ ଏଭଳି ସମସ୍ୟା ଦେଖାଦେଉଛି। ଏହି ସମସ୍ୟା ସମ୍ପର୍କରେ ଏଆର୍‌ସିଏସ୍‌ ଅମୂଲ୍ୟ ସେଠୀଙ୍କୁ ପଚାରିବାରୁ କହିଛନ୍ତି, ଧାନକିଣା ପ୍ରକ୍ରିୟା ତ୍ୱରାନ୍ବିତ କରିବାକୁ ସମବାୟ ବିଭାଗ ଉଦ୍ୟମ ଜାରି ରଖିଛି। ଧାନକ୍ରୟ କ୍ଷେତ୍ରରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ପ୍ରଶାସନିକ ସ୍ତରରେ ମିଲରମାନଙ୍କୁ ମଧ୍ୟ ଏ ଦିଗରେ ତାଗିଦ୍‌ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳରେ ମହାରାଷ୍ଟ୍ରର ଦ୍ୱିତୀୟ ମହାବଳ ବାଘୁଣୀ

ବାରିପଦା,୧୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାରାଷ୍ଟ୍ରର ଅନ୍ୟ ଏକ ମହାବଳ ବାଘୁଣୀ ‘ଗଙ୍ଗା’ ଗୁରୁବାର ରାତିରେ ପହଞ୍ଚତ୍ଛି। ସ୍ବତନ୍ତ୍ର ଟିମ୍‌...

ପାରାଦୀପରେ ହେବ ୨ ଲକ୍ଷ କୋଟିର ପୁଞ୍ଜି ନିବେଶ: ମୁଖ୍ୟମନ୍ତ୍ରୀ

ପାରାଦୀପ,୧୪ା୧୧: ଆଗାମୀ ଦିନରେ ପାରାଦୀପରେ ନିବେଶ ହେବ ୨ ଲକ୍ଷ କୋଟିର ପୁଞ୍ଜି। ଗୁରୁବାର କଳିଙ୍ଗ ବାଲିଯାତ୍ରାକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଭକ୍ତଙ୍କ ଦାନରୁ ମିଳିଛି ୩୦୦ରୁ ଊର୍ଦ୍ଧ୍ୱ କେଜି ରୁପା: ଛାଉଣି ହେବ ରତ୍ନପଲଙ୍କ, ପତିତପାବନ ମନ୍ଦିର 

ପୁରୀ,୧୪ା୧୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭକ୍ତଙ୍କ ଦାନ...

ଭତ୍ତା ଦେବା ପାଇଁ ଘରେ ଆଣି ରଖିଥିଲେ ୩ ଲକ୍ଷ ଟଙ୍କା, ନେଇଗଲେ ଦୁର୍ବୃତ୍ତ

କୁଆଁରମୁଣ୍ଡା,୧୪ା୧୧(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ପୌରପାଳିକା କର୍ମଚାରୀ ବିଶ୍ୱଜିତ ସାମନ୍ତରାୟଙ୍କ ଘରୁ ୩ ଲକ୍ଷ ଭତ୍ତା ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି।...

ଓଡ଼ିଶାର ୨୪ ଉପକୂଳ ଗ୍ରାମକୁ ମିଳିଲା ସୁନାମି ପ୍ରସ୍ତୁତ ଟ୍ୟାଗ୍

ଭୁବନେଶ୍ୱର,୧୪।୧୧: ଇଣ୍ଡୋନେସିଆରେ ଅନୁଷ୍ଠିତ ଦ୍ୱିତୀୟ ଗ୍ଲୋବାଲ ସୁନାମି ସମ୍ମିଳନୀରେ ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର...

ହୋଟେଲ ବୟରୁ ବନିଥିଲେ ନକଲି ଡାକ୍ତର: ଧରାପଡି ଜେଲ୍ ଗଲେ

ବ୍ରହ୍ମପୁର,୧୪।୧୧ (ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବରୁ ଵ୍ରହ୍ମପୁର ପୋଲିସ ଗେଟ ବଜାର ମିତ୍ର ସାହିରେ କ୍ରିଷ୍ଣା ପାଇଲ୍ସ କ୍ଲିନିକ ଖୋଲିଥିବା ଜଣେ ନକଲି ଆୟୁର୍ବେଦିକ ଡାକ୍ତରଙ୍କୁ...

ନିର୍ବନ୍ଧ ଭୋଜିରେ ଦାଦା-ପୁତୁରା ଲାଗିଗଲେ କଳି: ଚୋଟ ଖାଇଲେ ମଧ୍ୟସ୍ଥି

ଧରାକୋଟ,୧୪ା୧୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ଜଗମୋହନ ପଞ୍ଚାୟତ ନାରାୟଣପୁର ଶାସନ ଗ୍ରାମରେ ଏକ ନିର୍ବନ୍ଧ ଭୋଜିରେ ଛୁରାମାଡ଼ ହେବାରୁ ଜଣେ...

ଦିଲ୍ଲୀ ବାଣିଜ୍ୟ ମେଳାରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଦାରିଙ୍ଗବାଡି,୧୪।୧୧(ଅରୁଣ ସାହୁ ): ରାଜଧାନୀ ଦିଲ୍ଲୀରେ ଗୁରୁବାରଠାରୁ ଆରମ୍ଭ ହୋଇଛି ବାଣିଜ୍ୟ ମେଳା। ମେଳାରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ଓଡ଼ିଶା ପାଇଁ ମେଳାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri