ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ଗୋଳନ୍ଥରାରୁ ଉଦ୍ଧାର: ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରୁ ଶିଶୁପୁତ୍ର ଅପହରଣ ମାମଲାରେ ଖାରବେଳନଗର ଥାନା ପୋଲିସ ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳର ମହିଳାଙ୍କୁ ଗିରଫ କରିଛି। ସେ ହେଲେ ଗୋଳନ୍ତରା ଥାନା ଅନ୍ତର୍ଗତ ଦୁମୁଦୁମି ଗ୍ରାମ ଛକ ନିକଟରେ ଏକ କ୍ଲିନିକ୍‌ରେ କାମ କରୁଥିବା ଜିତା ପାଲ। ପୋଲିସ ସୂଚନା ମୁତାବକ, ଗତ ୮ ତାରିଖରେ ବିହାର ମୁଜାଫରପୁର ଅଞ୍ଚଳର ଜଣେ ଦମ୍ପତିଙ୍କ ୪ ବର୍ଷର ଶିଶୁ ପୁତ୍ରକୁ ଖୋଜାଖୋଜି ପରେ ପାଇ ନ ଥିଲେ। ଶେଷରେ ନିରାଶ ହୋଇ ଗତ ୯ ତାରିଖରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଂ. ୫/୨୦ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅପରପକ୍ଷରେ ୧୫ଦିନ ହେଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଦୁମୁଦୁମି ଗ୍ରାମ ଛକ ନିକଟରେ ଥିବା ଏକ ଆୟୁର୍ବେଦିକ କ୍ଲିନିକରେ ଜଣେ ୪ ବର୍ଷର ଅପରିଚିତ ଶିଶୁପୁତ୍ରଙ୍କୁ ସନ୍ଦେହଜନକ ଭାବେ ରଖାଯାଇଥିଲା। ଏ ନେଇ ଗ୍ରାମବାସୀ ବୁଧବାର ଶିଶୁପୁତ୍ର ସମ୍ପର୍କରେ ଜନୈକ ବ୍ୟକ୍ତି ଓ ଦୁଇ ମହିଳାଙ୍କୁ ପଚାରିବାରୁ ଶିଶୁପୁତ୍ରଙ୍କୁ ଯେଉଁଠାରେ ଆଣିଥିଲୁ ସେଠାରେ ଛାଡ଼ିଦେଲୁ ବୋଲି କହିବା ପରେ ଗ୍ରାମବାସୀ ପାଟିତୁଣ୍ଡ କରିଥିଲେ। ଉକ୍ତ ରାସ୍ତା ଦେଇ ଯାଉଥିବା ତହସିଲଦାରଙ୍କ ହସ୍ତକ୍ଷେପ ପରେ ଗୋଳନ୍ଥରା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ୩ ଜଣଙ୍କୁ ଥାନାରେ ରଖି ପଚରାଉଚରା କରି ଖାରବେଳନଗର ଥାନାକୁ ଖବର ଦେଇଥିଲା। ଖାରବେଳନଗର ଥାନା ପୋଲିସ ଗୁରୁବାର ଗୋଳନ୍ଥରାରେ ପହଞ୍ଚତ୍ ମହିଳାଙ୍କୁ ପଚରାଉଚରା ପାଇଁ ଭୁବନେଶ୍ୱର ଆଣିଥିଲା। ଶିଶୁପୁତ୍ରଟି ବିହାର ମୁଜାଫରପୁର ଅଞ୍ଚଳର ଜନୈକ ଦମ୍ପତିଙ୍କର ବୋଲି ସେ ଜାଣି ନ ଥିଲେ। ଗତ ୮ ତାରିଖରେ ଭୁବନେଶ୍ୱର ରେଳ ଷ୍ଟେଶନରେ ଶିଶୁଟି କାନ୍ଦୁଥିବାବେଳେ ଆଣିଥିବା କହିଥିଲେ। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଉକ୍ତ ଶିଶୁପୁତ୍ରଙ୍କୁ ପୁଣି ଭୁବନେଶ୍ୱର ନେଇ ଛାଡ଼ି ଦେଇଥିବା ସ୍ବୀକାର କରିଥିଲେ। ଜିତାଙ୍କୁ ପଚରାଉଚରା ପରେ ଅପରାହ୍ନରୁ ପୋଲିସ କୋର୍ଟ ଚାଲାଣ କରିଥିଲା ବେଳେ କୋର୍ଟରେ ଜିତାଙ୍କୁ ଜାମିନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri