ଭୁବନେଶ୍ୱରରେ ୩ ହୋଟେଲରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା

ଭୁବନେଶ୍ୱର, ୧୮ା୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସବୁ ସ୍ତରରୁ ଉଦ୍ୟମ ଚାଲିଛି। ଏବେ ଭୁବନେଶ୍ୱରର ୩ ଘରୋଇ ହୋଟେଲରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରାଯାଇଛି। ସେଗୁଡ଼ିକ ହେଲା ଜୟଦେବବିହାରସ୍ଥିତ ଜିଞ୍ଜର ହୋଟେଲ, ଶହୀଦନଗରର ଏମ୍ପାୟାର୍ସ ହୋଟେଲ ଓ କଳ୍ପନାସ୍ଥିତ କଳିଙ୍ଗ ଅଶୋକ ହୋଟେଲ। ଯେକୌଣସି ଲୋକ ନିଜକୁ କରୋନାଠାରୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ସେମାନେ ଏଠାରେ ରହିପାରିବେ ବୋଲି ବୁଧବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନ ପ୍ରେମଚନ୍ଦ୍ର ଚୌଧାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ କ୍ୱାରାଣ୍ଟାଇନ୍‌ ସେଣ୍ଟର7ର ବ୍ୟବସ୍ଥା କରାଯାଇଛି। ଯେଉଁମାନେ ହୋଟେଲ କ୍ୱାରାଣ୍ଟାଇନରେ ରହିବାକୁ ଚାହିଁବେ ସେମାନଙ୍କୁ ଦିନକୁ ୨୫ଶହ ଟଙ୍କା ସହ ନିର୍ଦ୍ଧାରିତ ଟ୍ୟାକ୍ସ ଦେବାକୁ ପଡ଼ିବ। କରୋନା ସଂକ୍ରମଣ ଏଡ଼ାଇବା ସହ ନାଗରିକଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଓଡ଼ିଶା ମ୍ୟୁନିସିପାଲ କର୍ପୋରେଶନ ଆକ୍ଟ ୨୦୦୩ର ଧାରା ୫୮୩ରୁ ୫୯୯ ଅନୁଯାୟୀ ଏହି କ୍ୱାରେଣ୍ଟାଇନ୍‌ ସେଣ୍ଟର ଖୋଲାଯାଇଥିବା କମିଶନର ଚୌଧାରୀ କହିଛନ୍ତି।
ଉକ୍ତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ସମସ୍ତ ସୁବିଧା ରହିଛି। ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନ ସହ ଦୁଇଟି ପିଇବା ପାଣି ବୋତଲ ଦିଆଯିବ। ୧୪ ଦିନ ଯାଏ ବ୍ୟକ୍ତି ଜଣକ ଉକ୍ତ ହୋଟେଲର ସେହି ନିର୍ଦ୍ଦିଷ୍ଟ ରୁମ୍‌ରେ ରହିବେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶନାମାକୁ ସମ୍ପୃକ୍ତ ବ୍ୟକ୍ତି ଓ ହୋଟେଲ କର୍ତ୍ତୃପକ୍ଷ ପାଳନ କରିବେ। ଉକ୍ତ ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଫୋନ୍‌ ମାଧ୍ୟମରେ ନିୟମିତ ଯୋଗାଯୋଗ କରାଯିବ ଓ ଆବଶ୍ୟକ ପଡ଼ିଲେ ଡାକ୍ତର ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଯିବେ। ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ହୋଟେଲ କର୍ତ୍ତୃପକ୍ଷ ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗକୁ ଦେବେ ବୋଲି କମିଶନର ଚୌଧାରୀ କହିଛନ୍ତି।
ତେବେ କ୍ୱାରାଣ୍ଟାଇନ୍‌ ଖୋଲିଥିବା ୩ଟି ହୋଟେଲ କର୍ତ୍ତୃପକ୍ଷଙ୍କୁ ବିଏମ୍‌ସି ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛି। ସିଙ୍ଗଲ୍‌ ରୁମ୍‌ ସହ ଶୌଚାଳୟ ଥିବା ରୁମ୍‌ରେ ହିଁ କ୍ୱାରାଣ୍ଟାଇନ୍‌ ସୁବିଧା ଦେବା, କ’ଣ କରିହେବ ଓ କ’ଣ ନାହିଁ ସେନେଇ ହୋର୍ଡିଂ ଦ୍ୱାରା ସୂଚନା ଦେବା, ବ୍ଲିଚିଂ ଦ୍ୱାରା ସଫେଇ, ବ୍ୟବହୃତ କପଡ଼ା ଖରାରେ ଶୁଖାଇବା, ଓ୍ବାଶ୍‌ ବେଶିନ, ସୋଫା ଓ ଅନ୍ୟ ସାମଗ୍ରୀକୁ ନିୟମିତ ବ୍ଲିଚ୍‌ ଦ୍ୱାରା ସଫା କରିବା, ଦିନରେ ଝରକା ଖୋଲା ରଖିବା, ନଷ୍ଟ ହୋଇପାରୁଥିବା ପ୍ଲେଟ୍‌ରେ ଖାଇବାକୁ ଦେବା, ହାଉସ୍‌ କିପିଂ କର୍ମଚାରୀ ମାସ୍କ ପିନ୍ଧି ସଫେଇ କରିବା, ଡାକ୍ତର ଓ ଅନ୍ୟ ଅଧିକାରୀଙ୍କ ବ୍ୟତୀତ କୌଣସି ବନ୍ଧୁ ତାଙ୍କୁ ଦେଖା ନ କରିବା, ସିସିଟିଭିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖିବା ସହ କୌଣସି ସମସ୍ୟା ଥିଲେ ବିଏମ୍‌ସିକୁ ଅବଗତ କରାଇବାକୁ ସମ୍ପୃକ୍ତ ହୋଟେଲ କର୍ତ୍ତୃପକ୍ଷଙ୍କୁ ବିଏମ୍‌ସି ନିର୍ଦ୍ଦେଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri