ଭୁଲ୍‌ ରକ୍ତ ପାଇଁ ମହିଳାଙ୍କ ମୃତ୍ୟୁ ଘଟଣା: ୩ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୫।୧(ବ୍ୟୁରୋ): କେନ୍ଦୁଝର ସଦର ହସ୍ପିଟାଲରେ ଭୁଲ୍‌ ରକ୍ତ ନେବାଦ୍ୱାରା ସୁକାନ୍ତି ନାୟକ ନାମ୍ନୀ ମହିଳାଙ୍କର ୨୦୧୬ରେ ମୃତ୍ୟୁ ଘଟିଥିଲା। ଏହି ମାମଲାର ଶୁଣାଣି କରି ଶନିବାର ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମୃତ ମହିଳାଙ୍କ ସ୍ବାମୀ ଚନ୍ଦା ନାୟକଙ୍କୁ ୩ଲକ୍ଷ ଟଙ୍କା ଦେବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମାର୍ଚ୍ଚ ୨୦ ସୁଦ୍ଧା କ୍ଷତିପୂରଣ ସଂକ୍ରାନ୍ତ ରିପୋର୍ଟ ଦେବାକୁ କୁହାଯାଇଛି। ଏସ୍‌ପି, ସିଡିଏମ୍‌ଓଙ୍କ ରିପୋର୍ଟ ଆଧାରରେ ଓଏଚ୍‌ଆର୍‌ସି ଅଧ୍ୟକ୍ଷ ଜଷ୍ଟିସ ବିମଳ ପ୍ରସାଦ ଦାଶ ଓ ସଦସ୍ୟ ଜଷ୍ଟିସ ରଘୁବୀର ଦାଶ ଏହି ନିର୍ଦ୍ଦେଶ ଦେଇଛନ୍ତି।
୨୦୧୬ ଏପ୍ରିଲ ୧୪ରେ ରକ୍ତହୀନତାର ଶିକାରହୋଇ କେନ୍ଦୁଝର ହାଡ଼ବନ୍ଧ ସାହିର ଚନ୍ଦା ନାୟକଙ୍କ ସ୍ତ୍ରୀ ସୁକାନ୍ତି କେନ୍ଦୁଝର ସଦର ହସ୍ପିଟାଲର ମେଡିସିନ୍‌ ଓ୍ବାର୍ଡରେ ଭର୍ତ୍ତି ହୋଇଥିଲେ। ସେହି ସମୟରେ ସମାନ ନାମରେ କେନ୍ଦୁଝର ଚମ୍ପୁଆ ଅଞ୍ଚଳର ଉଦୟ ସିଂଙ୍କ ସ୍ତ୍ରୀ ସୁକାନ୍ତି ନାୟକ ଗାଇନିଂ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ। ଚନ୍ଦା ନାକୟଙ୍କ ସ୍ତ୍ରୀ ସୁକାନ୍ତିଙ୍କ ବ୍ଲଡ୍‌ ଗ୍ରୁପ (୦+) ହୋଇଥିବାବେଳେ ଗାଇନିଂ ଓ୍ବାର୍ଡରେ ଥିବା ସୁକାନ୍ତିଙ୍କ ବ୍ଲଡ୍‌ ଗ୍ରୁପ୍‌ (ଏ+) ଥିଲା। ଦୁହେଁ ରକ୍ତ ଆବଶ୍ୟକ କରୁଥିଲେ। ହେଲେ ଚନ୍ଦାଙ୍କ ସ୍ତ୍ରୀ ସୁକାନ୍ତିଙ୍କୁ ୦+ ବଦଳରେ ଏ+ ରକ୍ତ ଦିଆଯାଇଥିଲା। ଭୁଲ୍‌ ରକ୍ତ ଦିଆଯିବା ଫଳରେ ସୁକାନ୍ତିଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କମିଶନ ନିଜ ଆଡୁ ମାମଲା ରୁଜୁ କରିଥିଲେ। ଏହାପରେ କେନ୍ଦୁଝର ଏସ୍‌ପି ଏବଂ ସିଡିଏମ୍‌ଓଙ୍କୁ ଏନେଇ ରିପୋର୍ଟ ମାଗିଥିଲେ। ଏସ୍‌ପି ତଦନ୍ତ କରି ଦୋଷୀଙ୍କ ନାମରେ ୩୦୪ରେ ଏକ ମାମଲା ରୁଜୁ କରାଯାଇଥିବା ରିପୋର୍ଟରେ ଦର୍ଶାଇଥିଲେ। ଏହାସହ ସିଡିଏମ୍‌ଓ ତାଙ୍କ ରିପୋର୍ଟରେ ଷ୍ଟାଫ୍‌ ନର୍ସ, ବ୍ଲଡ୍‌ ବ୍ୟାଙ୍କ୍‌ ସମେତ ଡାକ୍ତରଙ୍କ ଭୁଲ୍‌ ଥିବା ଦର୍ଶାଇବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ରିପୋର୍ଟରେ ଉଲ୍ଲେଖ କରିଥିଲେ। ଏହି ମାମଲାକୁ ନେଇ ଓଏଚ୍‌ଆର୍‌ସିରେ ପ୍ରବୀର ଦାଶ, ଅପୂର୍ବ ରଞ୍ଜନ ମଲିକ, ବିଜୟ କୁମାର ପଣ୍ଡା ଓ ବିଶ୍ୱପ୍ରିୟ କାନୁନ୍‌ଗୋଙ୍କ ଅଭିଯୋଗକ୍ରମେ ମଧ୍ୟ ୪ ମାମଲା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ୍‌ କଟକଣା

ଭୁବନେଶ୍ୱର,୧୬ା୯(ସତ୍ୟଜିତ୍‌ ରାଉତ): ସୁଭଦ୍ରା ଯୋଜନାର ଶୁଭାରମ୍ଭ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୁବନେଶ୍ୱର ଆସୁଛନ୍ତି। ଏଥିପାଇଁ ରାଜଧାନୀରେ ବିପୁଳ...

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ସୁଭଦ୍ରା ନାଁ’ରେ ବଡ଼ ଠକେଇ: ମହିଳାଙ୍କ ଖାତାରୁ ୧୨ ହଜାର ଟଙ୍କା ଗାଏବ

ନିମାପଡ଼ା,୧୬।୯(ବିଚିତ୍ରାନନ୍ଦ ସାହୁ): ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ଖାତାକୁ ଟଙ୍କା ଯିବାର ଗୋଟିଏ ଦିନ ପୂର୍ବରୁ ବଡ଼ ଠକେଇରେ ପଡିଛନ୍ତି ମହିଳା। ଚାହୁଁଛହୁଁ ଖାତାରୁ ଉଡିଯାଇଛି କଷ୍ଟ...

ସୁଭଦ୍ରା ଟଙ୍କା ପାଇଁ କୋରାପୁଟରୁ ଭୁବନେଶ୍ୱର ଆସିଲେ ୧୦୦ ମହିଳା

କୋରାପୁଟ,୧୬।୯(ଅମିତାଭ ବେହେରା ): ମଙ୍ଗଳବାର ଭୁବନେଶ୍ୱରଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରାଯିବ । ଏନେଇ ସୋମବାର କୋରାପୁଟ ଜିଲାରୁ ୧୦୦ଜଣ ସୁଭଦ୍ରା ହିତାଧିକାରୀ ବସ୍‌ ଯୋଗେ...

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଧାନ ବସ୍ତାରେ ଥିବା ଟଙ୍କା ଖାଇଗଲେ

କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ...

କାର ଭିତରେ ଅଜଗର: ୫ ଘଣ୍ଟା ଉଦ୍ୟମ ପରେ ହେଲା ଉଦ୍ଧାର

ଯାଜପୁର,୧୬।୯: କାର ଭିତରୁ ବାହାରିଲା ଅଜଗର। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ତେନ୍ତୁଲିଖୁଣ୍ଟା ଗାଁ ହୁଣ୍ଡାଇ ସୋ’ ରୁମ ନିକଟରେ। ଜଣେ...

ଭୁବନେଶ୍ୱର ରାଜରାସ୍ତାରେ ବେପରୁଆ ଡ୍ରାଇଭିଂ ଘଟଣା: ୫ ଜଣଙ୍କୁ ବାନ୍ଧିଲା ପୋଲିସ, ୨ଟି ଗାଡ଼ି ଜବତ

ଭୁବନେଶ୍ବର,୧୬।୯: ରାଜଧାନୀ ଭୁବନେଶ୍ୱରରେ ବେପରୁଆ ଡ୍ରାଇଭିଂ କରିବାରୁ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏଥିସହିତ ୨ଟି ଗାଡ଼ି ମଧ୍ୟ ଜବତ କରାଯାଇଛି...

ନଦୀ ପାର ହେଉଥିଲେ: ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡ଼ା,୧୬।୯: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଧୀନ ଦିନିଆରି ଗାଁରେ ସୋମବାର ଏକ ଅଘଟଣ ଘଟିଛି। ନଦୀ ପାର ହେବା ବେଳେ ଜଣେ ବୃଦ୍ଧଙ୍କୁ ଝାମ୍ପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri