ଭୋକିଲାଙ୍କ ପେଟରେ ଆହାର ଦେବାକୁ ପଣ

ସମ୍ବଲପୁର, ୨୯।୩ (ବ୍ୟୁରୋ):ସଂପ୍ରତି କରୋନା ଭୁତାଣୁ ସମଗ୍ର ବିଶ୍ୱକୁ ସଂପୂର୍ଣ୍ଣ ଭାବେ ଗ୍ରାସିଛି। ଜନ ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ଆଧୁନିକ ବୈଜ୍ଞାନିକ ହାତ ଟେକି ଦେଇଛନ୍ତି। ଏପରି ସ୍ଥଳେ ମଣିଷ ଭୟଭିତ ହୋଇ ଘରେ ବସିବାକୁ ବାଧ୍ୟ ହୋଇଛି। ଜନତା କର୍ପ୍ୟୁ ଓ ପରେ ୨୧ ଦିନ ଲାଗି ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏହାଦ୍ୱାରା ସମଗ୍ର ଦେଶରେ ଗରିବ ନିଷ୍ପେସିତ, ଖଟିଖିଆ ଭୋକରେ ଆଉଟପାଉଟ ହେଉଛନ୍ତି । ଖାଦ୍ୟ ଟିକକ ପାଇଁ ସେମାନେ ଜୀବନ ସହ ସଂଗ୍ରାମ ମଧ୍ୟ କରୁଛନ୍ତି । ଏପରି ଦୁଃଖୀ ଓ ଭୋକିଲାଙ୍କ ପେଟରେ ଆହାର ଦେବା ପାଇଁ ଆଗେଇ ଆସିଛନ୍ତି ସମ୍ବଲପୁର ଏସଆରଆଇଟି କଲୋନୀ ବାସିନ୍ଦା ଦିଲୀପ କୁମାର ପଣ୍ଡା। କରୋନା ଭୂତାଣୁ ଭୟକୁ ମନରୁ ଦୂରେଇ ଦେଇ ସେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳ ରେଳ ଷ୍ଟେଶନ, ସମ୍ବଲପୁର ରୋଡ୍‌, ସିଟି ଷ୍ଟେଶନ, ଧନୁପାଲି, ଲକ୍ଷ୍ମୀଟକିଜ, ସିନ୍ଦୂରପଙ୍କ, ଅଇଁଠାପାଲି, ପାଟଣେଶ୍ୱରୀ ମନ୍ଦିର ଛକରେ ରହୁଥିବା ଗରିବମାନଙ୍କୁ ରନ୍ଧାଖାଦ୍ୟ ଓ ପାଣି ଦେଉଛନ୍ତି। ଲକ୍‌ ଡାଉନ ଶେଷ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ବଣ୍ଟନ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଏ ନେଇ ଦିଲୀପ କହନ୍ତି, ବାପା ରାଧେଶ୍ୟାମ ପଣ୍ଡା ଅନାଥ ଆଶ୍ରମରେ ବଢ଼ିଥିଲେ । ପରବର୍ତ୍ତୀ ସମୟରେ ସେ ପୋଲିସ ବିଭାଗର ଅଧିକାରୀ ଭାବେ ଅବସର ଗ୍ରହଣ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗରିବ, ଅନାଥଙ୍କ ପେଟରେ ଖାଦ୍ୟ ମୁଠେ ଦେବାକୁ ମନରେ ସ୍ଥିର କରିଛନ୍ତି। ୨୦୧୪ ଏପ୍ରିଲ ୫ ତାରିଖରୁ ପ୍ରତି ରବିବାର ସହରର ବିଭିନ୍ନ ଛକରେ ରହୁଥିବା ୫ଶହ ଜଣଙ୍କୁ ରନ୍ଧାଖାଦ୍ୟ ଦେଇ ଆସୁଛନ୍ତି। ୨୦୧୪ରେ ସହରରେ ହୋଇଥିବା ଜଣ୍ଡିସ ସମୟରେ ସମ୍ବଲପୁର ଡାକ୍ତରଖାନା ପରିସରରେ ଦେଢ଼ ମାସ ରୋଗୀ ଓ ଜନସାଧାରଣଙ୍କୁ ଗରମ ପାଣି ପ୍ରଦାନ କରିଛନ୍ତି। ଏକ ବେସରକାରୀ କମ୍ପାନୀରେ ସେ ଚାକିରି କରିଛନ୍ତି। ଜନସେବା କରିବା ତାଙ୍କୁ ଆନନ୍ଦ ଦେଇଥାଏ ବୋଲି କହନ୍ତି ଦିଲୀପ। ତେବେ ଖାଦ୍ୟ ପ୍ରସ୍ତୁତ ଓ ବଣ୍ଟନରେ ଦିଲୀପଙ୍କୁ ରମେଶ କୁମାର ଗୁପ୍ତା, ଘନଶ୍ୟାମ ସାହୁ, ରାଜକମଳ ମହାନ୍ତି, ମାନସ ଶତପଥୀ, ବୁଢ଼ା ବେହେରା, ଗୋପିନାଥ ପୃଷେଟ, ବିକାଶ ତ୍ରିପାଠୀ, ବିଜୟ ଧର, ତନ୍ମୟ ମେହେର ପ୍ରମୁଖ ସହଯୋଗ କରିଥାନ୍ତି । ପ୍ରଥମେ ସେମାନେ ନିଜେ ମାସ୍କ ଓ ହାତରେ ଗ୍ଲୋବ୍ସ ପିନ୍ଧି ଖାଦ୍ୟ ଦେବା ପୂର୍ବରୁ ସେନିଟାଇଜରରେ ଅନ୍ୟମାନଙ୍କ ହାତ ସଫା କରିବାକୁ କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ରୁ ସି. କେ. ନାଇଡୁ ଟ୍ରଫି:ବରଗଡ଼ରେ ଓଡ଼ିଶା ଏବଂ ମହାରାଷ୍ଟ୍ର ଦଳ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଆସନ୍ତା ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ୨୩ବର୍ଷରୁ କମ୍‌ ସି. କେ. ନାଇଡୁ କ୍ରିକେଟ...

ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା:କଂସ ଅଭିନେତାଙ୍କ ବିରୋଧରେ ବଢୁଛି ବିତର୍କ

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ):ଆଉ ଅଢ଼େଇ ମାସ ପରେ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଶନିବାର ସନ୍ଧ୍ୟାରେ ଧନୁଯାତ୍ରା ମହୋତ୍ସବ ସମିତି କାର୍ଯ୍ୟକାରିଣୀ ବୈଠକ ବସିବ। କିନ୍ତୁ ଏହା ପୂର୍ବରୁ...

ଶ୍ରୀମନ୍ଦିର ସେବାୟତଙ୍କୁ ଆକ୍ରମଣ ଘଟଣା: ପନ୍ତିବଡ଼ୁ ସେବକ ନିଲମ୍ବିତ

ପୁରୀ,୧୯।୧୦: ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏହି...

ରାଜନୈତିକ ଶତ୍ରୁତାରୁ ବୋମାମାଡ଼ ଅଭିଯୋଗ: ଦୁର୍ବୃତ୍ତ ଫେରାର

ଖଲ୍ଲିକୋଟ,୧୯।୧୦(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଛକରେ ଥିବା ମୃତ ଦିଲ୍ଲୀପ ପାହାନଙ୍କ ଶ୍ରୀ ରାମ ଟାଇଲସ ଓ ମାର୍ବଲ...

ହବିଷିଆଳିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ: ମା’ମାନଙ୍କ ସେବା, ସମର୍ପଣ ଓଡ଼ିଶାକୁ ସମୃଦ୍ଧ କରିବ

ପୁରୀ,୧୯ା୧୦(ଅଜିତ୍‌ କୁମାର ମହାନ୍ତି):ହବିଷିଆଳି ମା’ମାନେ ଆମ ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ। ସେମାନଙ୍କର ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆଙ୍କୁ ଆଶୀର୍ବାଦ...

୨୪ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି

ପୁରୀ,୧୯ା୧୦(ଅଜିତ କୁମାର ମହାନ୍ତି):ଚଳିତ ମାସ ୨୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର...

ବଲାଙ୍ଗୀରରେ ପୁଣି ଶିଶୁବଳି

ଲାଠୋର, ୧୯ା୧୦ (ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲାରେ ପୁଣି ଶିଶୁବଳି। ଗୁରୁବାର ଅପରାହ୍ଣରୁ ନିଖୋଜ ଥିବା ଜଣେ ନାବାଳକଙ୍କ ମୃତଦେହ ଶୁକ୍ରବାର ସକାଳେ ଲାଠୋର ଥାନା ଅନ୍ତର୍ଗତ...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri