ମଞ୍ଚରେ ପ୍ରତିଭା ପ୍ରଦର୍ଶନ କଲେ ଶିଶୁ

ପୁରୀ ଅଫିସ,୧୦ା୮: ‘ଶିଶୁ ସମାଚାର’ର ଦ୍ୱାଦଶ ସ୍ବନକ୍ଷତ୍ର ଉତ୍ସବ ଏବଂ ରାଜ୍ୟସ୍ତରୀୟ ଶିଶୁମେଳା ଶନିବାର ପୁରୀ ପୌରସଦନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ଶିଶୁ ଯୋଗଦେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ପୂର୍ବାହ୍ନ ୧୦ଟାରେ ସାମାଜିକ କର୍ମୀ ଚକ୍ରଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ଜଗନ୍ନାଥ ମହାନ୍ତି ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଶିଶୁ ସାହିତି୍ୟକ ବୀରେନ୍ଦ୍ର କୁମାର ସାମନ୍ତରାୟ, ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍‌ଗାତା, ଶିକ୍ଷାବିତ୍‌ ସୁଶିଲ କୁମାର ବ୍ରହ୍ମା, ଭାଷାବିତ୍‌ ଡ. କୈଳାଶ ଚନ୍ଦ୍ର ଟିକାୟତରାୟ, ଡା. ହରିବଲ୍ଳଭ ମହାପାତ୍ର, ରାଜକିଶୋର ସାବତ୍‌ ପ୍ରମୁଖ ଯୋଗ ଦେଇଥିଲେ। ଶିଶୁମାନଙ୍କ ମଧ୍ୟରେ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ହୋଇଥିଲା। ଏଥିରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଅପରାହ୍ନରେ ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡାଙ୍କ ସଂଯୋଜନାରେ ଉଦ୍‌ଯାପନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଡା. ଅଶୋକ କୁମାର ମହାପାତ୍ର ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ପୂର୍ବତନ ଆୟକର ଆୟୁକ୍ତ ଶରତ କୁମାର ଦାଶ ମଞ୍ଚାସୀନ ଥିଲେ। ସମ୍ମାନିତ ଅତିଥି ଭାବେ ନାଲ୍‌କୋ ଅର୍ଥ ବିଭାଗ ନିର୍ଦ୍ଦେଶକ ଶ୍ରୀଧର ପାତ୍ର, ସଦର ମଣ୍ଡଳ ଶିକ୍ଷାଧିକାରୀ ମମତା ମିଶ୍ର ଏବଂ ଚଳଚ୍ଚିତ୍ର ଅଭିନେତା ସ୍ବରାଜ ମହାପାତ୍ର, ସାମାଜିକ କର୍ମୀ ପ୍ରଭାସ ଆଚାର୍ଯ୍ୟ, ଚକ୍ରଧର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ କହିଥିଲେ, ମାତା ପିତାମାନେ ଶିଶୁଙ୍କୁ ଉତ୍ତମ ବାତାବରଣରେ ରଖିବା ସହ ସେମାନଙ୍କ ସର୍ବାଙ୍ଗୀନ ବିକାଶ ପ୍ରତି ଗୁରୁତ୍ୱ ଦେବା ଉଚିତ। ସେହିପରି ସୁସଂସ୍କାର ଶିକ୍ଷା ପ୍ରଦାନ ସହ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରାଇବା ଆବଶ୍ୟକ। ଏହି ଅବସରରେ ଶିଶୁ ସାହିତି୍ୟକ ବୀରେନ୍ଦ୍ର ସାମନ୍ତରାୟଙ୍କୁ ସାରସ୍ବତ ସମ୍ମାନ, ଡା. ଅଶୋକ କୁମାର ମହାପାତ୍ରଙ୍କୁ ସେବା ସମ୍ମାନ, ସ୍ବାଧିନ କୁମାର ପଣ୍ଡାଙ୍କୁ ଯୁବ ସଙ୍ଗଠକ ସମ୍ମାନ ଏବଂ ଜାତୀୟ ପୁରସ୍କାରପ୍ରାପ୍ତ ଶିଶୁ କଳାକାର ଅନିମେଶ ଘୋଷଙ୍କୁ ଶିଶୁ ସମାଚାର ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଶିକ୍ଷାବିତ୍‌, ଶିଶୁ ସାହିତି୍ୟକ, ସଙ୍ଗୀତ ଓ ନୃତ୍ୟଗୁରୁ ଏବଂ ଶିଶୁ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିଶୁ ସମାଚାର ମୁଖପତ୍ର ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଶୁ ସାହିତି୍ୟକ ସୂର୍ଯ୍ୟମଣି ସାମନ୍ତରାୟଙ୍କ ବିୟୋଗରେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶରତ ଚନ୍ଦ୍ର ରାୟଗୁରୁ ଏବଂ ବିଜୟ କୁମାର ପଣ୍ଡା ମଞ୍ଚ ଓ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଶ୍ରୀକାନ୍ତ ମହାନ୍ତି, ବୀରେନ୍ଦ୍ର ମହାନ୍ତି, ସଂଗ୍ରାମ ସାମଲ, କାହ୍ନୁ ଚରଣ ଦାଶ, ପ୍ରଭାକର ଦାଶ, ଶ୍ରୀୟାଶ୍ରୀ ପଣ୍ଡା, ଶୁଭଜିତ ପଣ୍ଡା, ଶିବସୁନ୍ଦର ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୩ଶହରୁ ଊର୍ଦ୍ଧ୍ୱ ଶିଶୁ ଓ ସେମାନଙ୍କ ଅଭିଭାବକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା କଫ ସିରପ୍‌, ମାଡିବସିଲା ପୋଲିସ: ୨ ଗିରଫ

ବଲାଙ୍ଗୀର, ୧୦ା୩(ସୁନିଲ କୁମାର ମହାନ୍ତି): ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବେଆଇନ କଫ ସିରପ। ପୋଲିସ ଆଖିରେ ଧୂଳି ଦେଇ କଫ ସିରପ ବେପାରୀମାନେ ଏଭଳି ଅଭିନବ...

ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ଆଜି ଯାଞ୍ଚ

ଯାଜପୁରରୋଡ୍‌,୧୧ା୩(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବର ଯାଞ୍ଚ ପାଇଁ ନିର୍ଦ୍ଦେଶ ହୋଇଛି। ଯାଜପୁର...

ଟ୍ରାକରେ ଆମ୍ବୁଲାନ୍ସ ପଶିଯିବା ପରେ ମାମଲା ରୁଜୁ କଲା ରେଳବାଇ

ରାୟଗଡା,୧୧।୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଶିକରପାଇ ଓ ଭାଲୁମସ୍କା ରେଳ ଷ୍ଟେଶନର ମଧ୍ୟବର୍ତ୍ତୀ ସ୍ଥାନରେ ସୋମବାର ଏକ ଆମ୍ବୁଲାନ୍ସ ଅନଧିକାର ଭାବରେ ରେଳ ଟ୍ରାକ...

ଦୁଇ ସାଙ୍ଗ ଘରକୁ ଫେରୁଥବା ବେଳେ ଘଟିଲା ଦୁର୍ଘଟଣା : ଜଣଙ୍କ ଆଗରେ ଚାଲିଗଲା ଆଉଜଣଙ୍କ ଜୀବନ

ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ଗ୍ରାମ ନିକଟସ୍ଥ ପିପିଲିଗୁଡ଼ା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା।...

ଗୋ ଚାଲାଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର: ୨ ଅପରାଧୀ ଆହତ

ସମ୍ବଲପୁର,୧୧।୩(ପ୍ରମୋଦ ବହିଦାର): ସମ୍ବଲପୁରର ସିଟି ଷ୍ଟେସନ ନିକଟରେ ପୋଲିସ ଓ ଗୋରୁ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଗୋରୁ ଚୋରା ଚାଲାଣକରୀଙ୍କ...

ବିବାହ ବନ୍ଧନରେ ଆବଦ୍ଧ ହେବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ଭୁବନେଶ୍ୱର,୧୧।୩: ବିଜେଡି ନେତା ଏବଂ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ କୁମାର ମାଝୀ ମାର୍ଚ୍ଚ ୧୨ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୂତ୍ର ଅନୁସାରେ...

ଦ୍ୱିତୀୟ ବିବାହ ପାଇଁ ୨ ପୁଅଙ୍କୁ ହତ୍ୟା କଲେ ବାପା

ନୟାଗଡ଼,୧୧ା୩(ଲୋକନାଥ ମିଶ୍ର):ସ୍ବାମୀଙ୍କ ନିର୍ଯାତନା ସହି ନ ପାରି ପ୍ରାୟ ୩ ବର୍ଷ ତଳେ ସ୍ତ୍ରୀ ଆମତ୍ହତ୍ୟା କରିଥିଲେ। ସ୍ତ୍ରୀଙ୍କ ମୃତ୍ୟୁ ପରେ ବ୍ୟକ୍ତି ଜଣକ ଅନ୍ୟତ୍ର...

ମହିଳା ସୁରକ୍ଷା ନାଁରେ ସରକାର ଭୁଆଁ ବୁଲାଉଛନ୍ତି ଜିଲାପାଳଙ୍କ ଅଫିସ ଘେରିଲା କଂଗ୍ରେସ

ନୂଆପଡ଼ା,୧୦ା୩ (ମକାରୁ ବେମାଲ): ରାଜ୍ୟରେ ଏସ୍‌ସି,ଏସ୍‌ଟି, ଓବିସି ମହିଳା ଓ ନାବାଳିକାଙ୍କ ଉପରେ ଅପରାଧ ବୃଦ୍ଧି ପାଉଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri