Posted inରାଜ୍ୟ

ମଣ୍ଡିରେ ଧାନ ବିକ୍ରି ନ ହେବାରୁ ଚାଷୀ ଅସନ୍ତୋଷ: ଶସ୍ୟବୀମା ସହାୟତା ରାଶି ମିଳିନି

ବୋଲଗଡ଼,୨୦ା୭(ଡି.ଏନ.ଏ.): ବୋଲଗଡ଼ ବ୍ଲକ ସଂପୁର ପ୍ରାଥମିକ ସେବା ସମବାୟ ସମିତି ଧାନ ମଣ୍ଡିରେ ଧାନ ବିକ୍ରି ହୋଇ ନ ପାରିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ସମିତିରେ ଧାନ ବିକ୍ରି ହୋଇ ପାରି ନ ଥିବା ଓ ବିଗତ ବର୍ଷର ଶସ୍ୟବୀମା ସହାୟତା ରାଶି ୯୦ଜଣ ଚାଷୀ ପାଇପାରି ନ ଥିବା ନେଇ ଅଭିଯୋଗ ହୋଇଛି । ଏଥିପାଇଁ ସମିତି ସମ୍ପାଦକ ଏବଂ କର୍ମଚାରୀଙ୍କ ମନମୁଖି କାର୍ଯ୍ୟକଳାପ ହିଁ ଦାୟୀ ବୋଲି କେତେଜଣ ଚାଷୀ କହିଛନ୍ତି। ଚାଷୀମାନେ ବହୁ ପରିଶ୍ରମ କରି ଋଣ ଆଣି ଫସଲ କରିଥିଲେ ମଧ୍ୟ ମଣ୍ଡିରେ ଧାନ ବିକ୍ରୟ ନ ହେବାରୁ ଅଭାବୀ ବିକ୍ରି ଦ୍ୱାରା କ୍ଷତି ସହୁଛନ୍ତି ବୋଲି ପୂର୍ବତନ ସରପଞ୍ଚ ଜଳଧର ମହାନ୍ତି ମତ ପ୍ରକାଶ କରିଛନ୍ତି। ଯେଉଁ ଚାଷୀ ସେମାନଙ୍କ ବୀମା ସହାୟତା ପାଇ ପାରିନାହାନ୍ତି ସେମାନଙ୍କୁ ଏହା କିପରି ମିଳିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉନି। ସେମାନଙ୍କର ଧାନ ବିକ୍ରୟ ନ ହେବାରୁ ସମିତିରୁ କୃଷିଋଣ ପରିଶୋଧ କରି ନ ପାରି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତିି ବୋଲି ଚାଷୀ ନିରଞ୍ଜନ ନାୟକ କହିଛନ୍ତି । ଚାଷୀମାନଙ୍କ ଏଭଳି ଦୁର୍ଦ୍ଦଶା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ସେହିଭଳି ବିଭିନ୍ନ ସମସ୍ୟା ଭୋଗୁଥିବା ବିଶ୍ୱନାଥ ଲେଙ୍କାଙ୍କ ସମେତ ଅନ୍ୟ ଚାଷୀମାନେ ତୁରନ୍ତ ସମାଧନ ପାଇଁ ଦାବି କରିଛନ୍ତି । ଏ ସମ୍ପର୍କରେ ସମିତି ସମ୍ପାଦକ ଜ୍ଞାନରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ୧୯୦ ଚାଷୀ ମଣ୍ଡିରେ ଧାନ ବିକ୍ରୟ ପାଇଁ ଆମ ସମିତିରେ ନାମ ପଞ୍ଜୀକରଣ କରିଥିଲେ। ୯,୭୦୦ କୁଇଣ୍ଟାଲ ଧାନ ବିକ୍ରୟ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ରହିଥିଲା। ତେବେ ସରକାରଙ୍କ ପକ୍ଷରୁ କେବଳ ଜଣେ ମିଲରଙ୍କୁ ମଣ୍ଡିରୁ ଧାନ କ୍ରୟ କରିବା ପାଇଁ ନିଯୁକ୍ତି ଦିଆଯାଇଥିଲା । ଅଧିକ ସଂଖ୍ୟକ ମିଲର ବଦଳରେ ଜଣେ ମିଲର ସମସ୍ତ ଧାନ କ୍ରୟ କରି ନ ପାରି କେବଳ ୪,୫୦୦ କୁଇଣ୍ଟାଲ ଧାନ କିଣିଥିଲେ। ତେଣୁ ମଣ୍ଡିରେ ପଞ୍ଜୀକୃତ ହୋଇଥିବା ଚାଷୀମାନଙ୍କ ସମସ୍ତ ଧାନ ବିକ୍ରି ହୋଇପାରି ନ ଥିଲା। ଧାନ ବିକ୍ରି କରି ନ ପାରି ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନର୍ସିଂ ଆନ୍ଦୋଳନକୁ ନେଇ ବଡ଼ ଖବର, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୮।୯: ନର୍ସିଂ ଆନ୍ଦୋଳନକୁ ନେଇ ବଡ଼ ଖବର। ଆନ୍ଦୋଳନ ପ୍ରତ୍ୟାହୃତ ପାଇଁ ନର୍ସିଂ ସଂଘ ରାଜି ହୋଇଥିବା ସୂଚନା ଦେଲେ ମୁକେଶ ମହାଲିଙ୍ଗ। ନର୍ସିଂ ସଂଘ...

ମୋହନ ସରକାରଙ୍କ ବଡ଼ ଘୋଷଣା, ବଢିଲା ଅବଧି…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି...

ଥମୁନି ଦାଦନ ଦୁଃଖ: ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଥୁଆମୁଳ ରାମପୁର,୨୮।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡିରେ ପୁଣି ଦାଦନ ଦୁଃଖ। ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି...

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ଗୋପାଳକ ଓ ଦୁଗ୍ଧଚାଷୀଙ୍କୁ ମିଳିବ…

ଭୁବନେଶ୍ୱର,୨୮।୯: ଲୋକସେବା ଭବନରେ ଶନିବାର ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୬ଟି...

ଆର୍‌ଏସ୍‌ପିରେ ବଡ଼ ଧରଣର ବିସ୍ଫୋରଣ

ରାଉରକେଲା,୨୮।୯(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଷ୍ଟିଲ୍‌ ମେଲ୍‌ଟିଂ ଶପ୍‌ (ଏସ୍‌ଏମ୍‌ଏସ୍‌)-୧ କନଭର୍ଟରରେ ଶନିବାର ବିସ୍ପୋରଣ ଘଟିଛି। ଫଳରେ ୪ଜଣ ସ୍ଥାୟୀ ଏବଂ ଜଣେ...

ଭଦ୍ରକ ତୁମୁଳକାଣ୍ଡର ୮ ଅଭିଯୁକ୍ତ ଗିରଫ: ଏସ୍‌ପି କହିଲେ…

ଭଦ୍ରକ,୨୮।୯(ସନାତନ ରାଉତ): ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼...

ଭାଜପାର ମାଷ୍ଟର ଗେମ୍‌: ପାର୍ବଣରେ ନୂଆ ପ୍ଲାନ୍‌, ହାତେଇ ନେବକି…

ଭୁବନେଶ୍ୱର,୨୮।୯: ଧରାପୃଷ୍ଠକୁ ଆସୁଛନ୍ତି ମା’ ଜଗତଜନନୀ ଦୁର୍ଗା। ଏନେଇ ଚଳଚଞ୍ଚଳ ହୋଇଉଠୁଛି ପୂଜା ମଣ୍ଡପ। ଏହି ପରିପ୍ରେକ୍ଷୀରେ ଭାଜପା ଏକ ବଡ଼ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ...

ବିଜେଡି ଖତମ୍ ହେଇସାରିଛି କାହିଁକି ଏମିତି କହିଲେ ତୋମାର

ଭୁବନେଶ୍ୱର,୨୮।୯: ବିଜେଡିକୁ ସମାଲୋଚନା କରିଛନ୍ତି ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର। ସେ କହିଛନ୍ତି ଗତ ୨୪ ବର୍ଷର ଶାସନ ଭିତରେ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri