ବଅଁରପାଳ,୪ା୭(ଡି.ଏନ୍.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ଅଧୀନ ମହୀଧରପୁର ରାସ୍ତାର ଫୁଲୁପଡ଼ା ନିକଟରୁ ଗତ ଜୁନ୍ ୧୪ ତାରିଖରେ ଜଣେ ମଦଭାଟି ମ୍ୟାନେଜରଙ୍କ ଠାରୁ ସ୍କୁଟି ସହ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ତେବେ ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଢେଙ୍କାନାଳ ଜିଲା ଅଞ୍ଚଳର ବୁଲୁ ପ୍ରଧାନ, ଗଗନ ନାୟକ ସଞ୍ଜୟ ସାମଲ ଓ ଭାରତ ନାୟକ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।