ଲକ୍ଷ୍ନୌ,୨।୯: ଉତ୍ତର ପ୍ରଦେଶ ମିର୍ଜାପୁର ଜିଲାର ଏକ ସରକାରୀ ସ୍କୁଲରେ କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ମଧ୍ୟାହ୍ନ ଭୋଜନ ଯୋଜନା ବାଟବଣା ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନରେ ଲୁଣ ଓ ରୁଟି ଦିଆଯାଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ହେବାର କିଛି ଦିନ ପରେ ରାଜ୍ୟ ସରକାର ଆକ୍ସନ ମୁଡରେ ଆସିଯାଇଛନ୍ତି। ଭିଡିଓ ଉତ୍ତୋଳନ କରିଥିବା ଖବରଦାତାଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଖବରଦାତା ପବନ ଜୟସଓ୍ବାଲ ଓ ସ୍ଥାନୀୟ ଗାଁ ମୁଖ୍ୟଙ୍କ ଜଣେ ପ୍ରତିନିଧିଙ୍କ ବିରୋଧରେ ଆପରାଧିକ ଷଡ଼ଯନ୍ତ୍ର ଓ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ଛବିକୁ ଏମାନେ ବଦ୍ନାମ କରିବାକୁ ଷଡ଼ଯନ୍ତ୍ର ରଚିଥିବା ନେଇ ବ୍ଲକ ଶିକ୍ଷାଧିକାରୀ ଅଭିଯୋଗ କରିଛନ୍ତି।
Posted inଜାତୀୟ