ମନ ଦୃଢ଼ ଥିଲେ ବୟସ ହାର ମାନେ: ଦୋକାନ ଦେଇଛି ଉଭୟଙ୍କୁ ସ୍ବତନ୍ତ୍ର ପରିଚୟ

କେନ୍ଦୁଝର, ୨୪ା୭ (ସ୍ବ.ପ୍ର.) (ନରେଶ ଚନ୍ଦ୍ର ପଟ୍ଟନାୟକ): ମନ ଦୃଢ ଥିଲେ ବୟସ ମଧ୍ୟ ହାର ମାନିଥାଏ। ପରିଣତ ବୟସରେ ଅନେକ ଘରେ ବିଶ୍ରାମ ନେଇ ନାତିନାତୁଣୀଙ୍କ ସହିତ ଖେଳକୁଦ କରୁଛନ୍ତି। ସେମାନେ ବୟସରେ ବୃଦ୍ଧ କିନ୍ତୁ କାମରେ ଆଜିକାର ଯୁବକଙ୍କଠାରୁ ବହୁ ଆଗରେ ା ବ୍ୟକ୍ତି ୨ଜଣ ହେଲେ ଶ୍ୟାମସୁନ୍ଦର ବାରିକ (୮୫) ଓ ବାସୁଦେବ ମଲ୍ଲିକ ( ୬୮)। କେନ୍ଦୁଝର ସହରର ମୁଖ୍ୟ ବଜାରରେ ଉଭୟଙ୍କ ଦୋକାନ ରହିଛି। ଶ୍ୟାମଙ୍କର ଏକ ସେଲୁନ ଥିବାବେଳେ ବାସୁଦେବଙ୍କର ପାନ ଦୋକାନ ଖଣ୍ଡିଏ ଅଛି। ଦୁଇଟି ଯାକ ଦୋକାନ ବହୁ ପୁରୁଣା ହୋଇଥିବାରୁ ସେହି ଅଞ୍ଚଳରେ ସମସ୍ତେ ସେମାନଙ୍କୁ ଜାଣନ୍ତି। ଦୁଇ ଜଣଙ୍କ ମଧ୍ୟରେ ରହିଛି ପୁରୁଣା ବନ୍ଧୁତ୍ୱ। ଏଣୁ କାମ ସହିତ ଦୁଇ ଜଣଙ୍କ ମଧ୍ୟରେ ଥଟ୍ଟାମଜା ଏବଂ ଅନ୍ୟମାନଙ୍କ ସହିତ ସୁସମ୍ପର୍କ ସେମାନଙ୍କୁ ଭିନ୍ନ ପରିଚୟ ଦେଇଛି ା
ଶ୍ୟାମ ହେଉଛନ୍ତି କେନ୍ଦୁଝର ସହରର ପ୍ରଥମ ସେଲୁନ ଦୋକାନୀ ା କୋଲକାତାରୁ ଫେରି ଆସି ସେଲୁନ କରି ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଆଗରୁ ବିଭିନ୍ନ ଆଶ୍ରମ ବିଦ୍ୟାଳୟର ଛାତ୍ରାବାସକୁ ଯାଇ ଚୁଟି କାଟିବା, ବଡବଡ ସରକାରୀ ବାବୁ ତଥା ପ୍ରତିଷ୍ଠିତ ଲୋକଙ୍କ ଘରକୁ ଯାଇ ଚୁଟି କାଟିବା ନିଆରା ଅନୁଭୂତି ରହିଥିବା ଶ୍ୟାମ କହିଛନ୍ତି। ୧୮ ବର୍ଷ ତଳେ ରୋଗାଗ୍ରସ୍ତ କାରଣରୁ ଗୋଡ କାଟିବାକୁ ପଡିଥିଲା ା ଏହା ସତ୍ତ୍ୱେ ଆଶାବାଡି ଧରି ଚୁଟି କାଟିବା ଛାଡି ନାହାନ୍ତି। ଏବେ ତାଙ୍କୁ ୮୫ ବର୍ଷ। ତାଙ୍କର ଉତ୍ତମ ବ୍ୟବହାର ଯୋଗୁ ଚୁଟି କାଟିବା ପାଇଁ ତାଙ୍କ ସେଲୁନକୁ ବହୁ ଲୋକ ଆସିଥାନ୍ତି। ଏଣୁ ଲୋକଙ୍କ ସହିତ ଭାବ ଓ କାମ କରିବାର ଦୃଢ ଆଶା ତାଙ୍କୁ ଏହି ବୟସରେ ତାଙ୍କର ଅନ୍ନପୂର୍ଣା ସେଲୁନକୁ ସ୍ବତନ୍ତ୍ର ପରିଚୟ ଦେଇଛି ା
ସେହିପରି ୧୫ ବର୍ଷ ବୟସରେ ବାଙ୍କୀ ଅଞ୍ଚଳରୁ କେନ୍ଦୁଝର ଚାଲିଆସିଥିବା ବାସୁଦେବ ୧୯୬୬ ମସିହାରୁ ଏଠାରେ ପାନ ଦୋକାନ କରିଛନ୍ତି। ଯାହାକି ନନା ପାନ ଦୋକାନ ଭାବେ ବେଶ୍‌ ପରିଚିତ। ନନା ପାନ ଦୋକାନରୁ ପାନ ଖଣ୍ଡେ ପାଇଁ ସମସ୍ତଙ୍କୁ ଅପେକ୍ଷା କରିବାକୁ ପଡିଥାଏ। ଥରେ ଖାଇଲେ ଆଉ କେଉଁଠି ଖାଇବାକୁ ଭଲ ଲାଗେ ନାହିଁ। ଏଣୁ ଅନେକେ ପାନ ପାଇଁ ଅପେକ୍ଷା କରନ୍ତି ନଚେତ ବରାଦ ଦେଇ ବିଳମ୍ବରେ ଆସି ନେଇଥାନ୍ତି। ତାଙ୍କର ପାନର ସ୍ବାଦ ଓ ଓଠର ମଧୁର କଥା ଅନେକଙ୍କୁ ବେଶ୍‌ ପ୍ରଭାବିତ କରିଥାଏ ା ପ୍ରଥମେ ସେ କେନ୍ଦୁଝରରେ ଚାକିରି କରୁଥିଲେ। ଗାଁରେ ଥରେ ସରପଞ୍ଚ ପଦବୀ ଜିତିଥିଲେ ା ତେବେ ପାନ ଦୋକାନ କରି ପରିବାର ଚଳାଇବା ସହ ଲୋକଙ୍କ ସହ ମିଶିବାର ସୁଯୋଗ ତାଙ୍କୁ ବେଶ୍‌ ଖୁସି ଦେଇଛି ା ଏବେ ତାଙ୍କର ଏକମାତ୍ର ପୁଅ ତାଙ୍କୁ ସହାୟତା କରିବା ସହ ନିଜେ କାମ ଶିଖିବାରେ ଲାଗିଛନ୍ତି ବୋଲି ବାସୁଦେବ କହିଛନ୍ତି। ଉଭୟଙ୍କ ଦୈନିକ କାମ ଦେଖି ଅନେକ ଯୁବକ ଆଶ୍ଚର୍ଯ୍ୟ ହେଉଥିବାବେଳେ ଅନେକଙ୍କୁ ରୋଜଗାର କରିବାର ପ୍ରେରଣା ମଧ୍ୟ ଯୋଗାଇଛି ା କାରଣ ବୟସର ଅପରାହ୍ନରେ ଦୁହେଁ କେବେ ଥକି ଯାଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri