ମନ୍ଦିର ପରିଚାଳନାରେ ଅବ୍ୟବସ୍ଥା:ପାଣିଟାଙ୍କିରେ ମଲାକାଉ

ଆରଡ଼ି, ୨୨।୬ (ଡି.ଏନ.ଏ.)- ଭଦ୍ରକ ଜିଲାର ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣି ମନ୍ଦିର ପରିଚାଳନାରେ ତ୍ରୁଟି ଘଟିଛି। ମନ୍ଦିର ରୋଷେଇ ଘର ଛାତ ଉପରେ ଥିବା ଏକ ପାଣିଟାଙ୍କିରେ ମଲାକାଉ ପଡ଼ିଥିବା ଶୁକ୍ରବାର ଦେଖିବାକୁ ମିଳିଥିଲା। ଏହାକୁ ନେଇ ସେବାୟତ ଓ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୀର୍ଘଦିନ ପରେ ମନ୍ଦିର କର୍ମଚାରୀମାନେ ରୋଷେଇ ଘର ଓ କାର୍ଯ୍ୟାଳୟ ଛାତ ଉପରେ ଥିବା ପାଣିଟାଙ୍କି ସଫା କରୁଥିଲେ। ଏକ ପାଣିଟାଙ୍କିରେ ମଲାକାଉ ଦେଖି ସେମାନେ ଏହାକୁ କୌଶଳରେ ଫିଙ୍ଗି ଦେବାକୁ ଉଦ୍ୟମ କରୁଥିବା ବେଳେ କେତେକ ସେବାୟତଙ୍କ ନଜରକୁ ଆସିଥିଲା ବୋଲି ସୂଚନା ମିଳିଛି।
ଉଲ୍ଲେଖନୀୟ ଯେ, ମଲାକାଉ ପଡ଼ିଥିବା ପାଣିଟାଙ୍କିରୁ ଜଳ ନେଇ ପ୍ରତିଦିନ ସେବାୟତମାନେ ରୋଷେଇ କାର୍ଯ୍ୟ ସମାପନ କରିଥାନ୍ତି। ଏଥିସହିତ ସର୍ବସାଧାରଣ ମଧ୍ୟ ଏହି ଟାଙ୍କିର ଜଳ ବ୍ୟବହାର କରନ୍ତି। ହେଲେ ଦାୟିତ୍ୱହୀନ ଭାବେ ମନ୍ଦିର ପରିଚାଳକ ଓ କର୍ମଚାରୀ ପାଣିଟାଙ୍କିର ଢାଙ୍କୁଣି ଅଛି କି ନାହିଁ, ତାହାର ତଦାରଖ ନ କରିବାରୁ ମନ୍ଦିର ପରିଚାଳନା ତ୍ରୁଟି ନେଇ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ସେବାୟତମାନେ ଅଭିଯୋଗ କରିଛନ୍ତି। ଏଥିନେଇ ସେମାନେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏ ସମ୍ପର୍କରେ ଯୁବ ସେବାୟତ ମାନସ କୁମାର ପାଢ଼ୀ ପାଣିଟାଙ୍କିରେ ମଲାକାଉ ଭାସିବା ଏବଂ ଏହି ପାଣିକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯିବା ଅତ୍ୟନ୍ତ ନିନ୍ଦନୀୟ କଥା ବୋଲି କହିଛନ୍ତି। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇଙ୍କୁ ପଚାରିବାରୁ କହିଛନ୍ତି, ଫନୀ ବାତ୍ୟାରେ ପାଣିଟାଙ୍କିରୁ ଢାଙ୍କୁଣି ଉଡ଼ି ଯାଇଥିଲା। ପରେ ଏହାର ବ୍ୟବସ୍ଥା କରାଯାଇଥିଲା। ହେଲେ ପୁଣି କେବେ ଏହି ଢାଙ୍କୁଣି ଉଡ଼ିଯାଇଛି ତାହା ଜଣାନାହିଁ। ପରବର୍ତ୍ତୀ ସମୟରେ ଏଭଳି ତ୍ରୁଟି ଆଉ ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

ବଢୁଛି ଜଳକା, ବନ୍ୟା ଆଶଙ୍କା

ବାଲେଶ୍ୱର, ୧୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri