ମରାମତି ନାମରେ ଲୁଟ୍‌, ହେଉନି ତଦନ୍ତ

ଚଣ୍ଡିଖୋଲ,୨୭ା୨(ଡି.ଏନ.ଏ): ଗ୍ରାମ୍ୟ ଉନ୍ନୟନ ବିଭାଗ ଜାରକା ଡିଭିଜନ ଅନ୍ତର୍ଗତ ଚଣ୍ଡିଖୋଲ ସବ୍‌ଡିଭିଜନରେ ରାସ୍ତା ନିର୍ମାଣ ଓ ମରାମତି ନାମରେ ବ୍ୟାପକ ହରିଲୁଟ ଚାଲିଛି। ଯେଉଁ ରାସ୍ତାକାମ ଟେଣ୍ଡର ଜରିଆରେ ହୋଇଛି, ତାହା ପୁଣି ଏଫ୍‌-୨ ଜରିଆରେ କରାଯାଇ କୋଟି କୋଟି ଟଙ୍କା ଆମତ୍ସାତ କରାଯାଉଛି। ଜାତୀୟ ରାଜପଥ ୫ନଂରୁ ସୁଙ୍ଗୁଡ଼ା ଭାୟା ଖୋସାଲିପୁର ରାସ୍ତାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏହି ଘଟଣାର ଭିଜିଲାନ୍ସ ତଦନ୍ତ କରାଯିବାକୁ ଗ୍ରାମବାସୀ ଦାବି କରିଆସୁଥିଲେ ହେଁ କୌଣସି ପଦକ୍ଷେପ ନ ନିଆଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ସୂଚନାଥାଉ କି ୨୦୧୫-୧୬ ଆର୍ଥତ୍କ ବର୍ଷରେ ଏହି ରାସ୍ତା ନିର୍ମାଣ ପାଇଁ ଏକ କୋଟି ୮୬ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ରାସ୍ତା ନିର୍ମାଣ ଶେଷ ହେବାକୁ ବିଳମ୍ବ ହୋଇଥିଲା। ୨୦୧୭ ଡିିସେମ୍ବର ମାସରେ ରାସ୍ତା ନିର୍ମାଣ ଶେଷ ହୋଇଥିଲା। ଏହା ମଧ୍ୟରେ ଖୋସାଲିପୁର ଗ୍ରାମ ମଧ୍ୟରେ ଓ ସେଠାରୁ ଯାଇଥିବା ଜଳ ସମ୍ପଦ ବିଭାଗ ରାସ୍ତା ନିର୍ମାଣ କରାଯାଇ ନ ଥିଲା। ସମ୍ପୃକ୍ତ ଦୁଇ ରାସ୍ତାକୁ ଛାଡ଼ି ଠିକାଦାର ଅନ୍ୟ କାର୍ଯ୍ୟର ବିଲ୍‌ ନେଇ ପଳାଇଯାଇଥିଲା। ସରକାରୀ ନିୟମ ଅନୁଯାୟୀ ରାସ୍ତା କାର୍ଯ୍ୟ କରୁଥିବା ଠିକାଦାର ୫ବର୍ଷ ପର୍ଯ୍ୟନ୍ତ ଏହାର ମରାମତି କରିବେ। ହେଲେ ମରାମତି କରିବା ପରିବର୍ତ୍ତେ ଏହାର ବର୍ଷକ ପରେ ସମ୍ପୃକ୍ତ ରାସ୍ତାରେ ୫ଟି ଗୁପ୍ତ ଟେଣ୍ଡର କରାଯାଇ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରାଯାଇଛି। ୨୮।୨।୧୮ରୁ ୨୭।୩।୧୮ ପାଇଁ ରାସ୍ତା କାର୍ଯ୍ୟ ନାମରେ ୨୪୭ ଏଫ-୨, ୪ଲକ୍ଷ ୩୪ ହଜାର ୭୮୪ ଟଙ୍କା କରାଯାଇଥିବାବେଳେ ଏହି ସମୟରେ ୨୮୮ ଏଫ୍‌-୨ରେ ୪ଲକ୍ଷ ୩୫ ହଜାର ୧୬୭ ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ଅଧିକାର ତଥ୍ୟରୁ ମିଳିଛି। ସେହିଭଳି ୮।୬।୧୮ ରୁ ୭।୬।୧୮ ମଧ୍ୟରେ ୨ଲକ୍ଷ ୧୬ ହଜାର ୮୭୪ ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି। ଏହା ପରେ ୧୦।୧।୧୯ ରୁ ୯।୨୧୯ ମଧ୍ୟରେ ୧୨୭ ଏଫ-୨, ୧୭୯ ଏଫ୍‌-୨ ରେ ଦୁଇଟି ଗୁପ୍ତ ଟେଣ୍ଡର କରାଯାଇଛି। ଜଣେ ବ୍ୟକ୍ତିଙ୍କ ନାମରେ ଏହି ଦୁଇଟି ଗୁପ୍ତ ଟେଣ୍ଡର କରାଯାଇଥିବାବେଳେ ଗୋଟିକରେ ୪ଲକ୍ଷ ୩୬ ହଜାର ୬୮୬ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି। ଅନ୍ୟଟିରେ ୪ଲକ୍ଷ ୩୭ହଜାର ୬୯୬ ଟଙ୍କା ଖର୍ଚ୍ଚ ହୋଇଥିବା ବିଭାଗ ପକ୍ଷରୁ ଦର୍ଶାଯାଇଛି। ଏହି ୫ଗୋଟି ଗୁପ୍ତ ଟେଣ୍ଡର ଜରିଆରେ ଜାତୀୟ ରାଜପଥ ୫ନଂମ୍ବର ଠାରୁ ସୁଙ୍ଗୁଡ଼ା ଭାୟା ଖୋସାଲିପୁର ପର୍ଯ୍ୟନ୍ତ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା କାଗଜ ପତ୍ରରେ ଦର୍ଶାଯାଇଥିଲାବେଳେ ପ୍ରକୃତ ପକ୍ଷେ ଏହା ଖର୍ଚ୍ଚ ହୋଇ ନାହିଁ। ଏହି ରାସ୍ତାଟିକୁ ୨୦୧୭ ସୁଦ୍ଧା ଯେଉଁ ନିର୍ମାଣ କରାଯାଇଛି ସେଥିମଧ୍ୟରୁ ୬୦ଭାଗ କଂକ୍ରିଟ ରାସ୍ତା ହୋଇଥିବାବେଳେ ୪୦ଭାଗ ପିଚୁ ରହିଛି। ତେବେ କିଭଳି ଭାବରେ ସମ୍ପୃକ୍ତ ରାସ୍ତାରେ ପୁନଃର୍ବାର ଗୁପ୍ତ ଟେଣ୍ଡର ଜରିଆରେ ଏତେ ଟଙ୍କା ଖର୍ଚ୍ଚ କରାଗଲା ସେ ନେଇ ଗ୍ରାମବାସୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏତେ ଟଙ୍କା ଖର୍ଚ୍ଚ କରାଯାଇଥିଲେ ବି ବର୍ତ୍ତମାନ ରାସ୍ତାର ଅବସ୍ଥା କହିଲେ ନ ସରେ। ବିଭିନ୍ନ ସ୍ଥାନରୁ କଂକ୍ରିଟ ଓ ପିଚୁ ଉଠିଗଲାଣି। ଏହି ରାସ୍ତା କାମର ଭିଜିଲାନ୍ସ ତଦନ୍ତ କରାଗଲେ ଟଙ୍କା ଆତ୍ମସାତ ସମ୍ପର୍କରେ ଜଣାପଡ଼ିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଚଣ୍ଡିଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଳସୀ ପାତ୍ରଙ୍କୁ ପଚାରିବାରେ କେତେ ଟଙ୍କା କେଉଁ ସମୟରେ ଖର୍ଚ୍ଚ ହୋଇଛି ତାହା ଠିକ୍‌ ଭାବେ କହିପାରିବି ନାହିଁ। କାଗଜ ପତ୍ର ଦେଖିବାପରେ ଜଣାଇବି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ବୋନସ ଦାବି ତେଜିଲା…

ରାଉରକେଲା,୨୦।୯(ସଙ୍ଗୀତା ଜେନା): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସିଟୁ ସମର୍ଥିତ ଷ୍ଟିଲ୍‌ ଏମ୍ପ୍ଲୟିଜ୍‌ ଟ୍ରେଡ୍‌ ୟୁନିୟନ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ ପକ୍ଷରୁ ଶୁକ୍ରବାର ପାୱାରଗେଟ୍‌...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri