ମରୁଡ଼ି ବେଳେ ଉଠାସେଚ ପଏଣ୍ଟ ଅଚଳ

ଖଇରା,୨୫।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ଅଧୀନ ବାରଭାଗିଆ ଗ୍ରାମରେ ଥିବା ୨ଟି ଉଠା ସେଚପଏଣ୍ଟ ଅକାମୀ ହୋଇ ପଡିଛି। ଅନାବୃଷ୍ଟି ସମୟରେ ସେଚ ପଏଣ୍ଟ ଅଚଳ ହେବାରୁ ଶତାଧିକ ଚାଷୀଙ୍କ ଚିନ୍ତା ବଢି ଯାଇଛି। ବିଭାଗୀୟ ଅଧିକାରୀ ସ୍ଥିତି ଅନୁଧ୍ୟାନ କରି ସେଚ ପ୍ରକଳ୍ପ କାର୍ଯ୍ୟକ୍ଷମ ନ କଲେ ଚାଷୀମାନେ ଆମରଣ ଅନଶନ କରିିବାକୁ ବାଧ୍ୟ ହେବେ ବୋଲି ପ୍ରହଲ୍ଲାଦ ଦାସ, ଅନନ୍ତ ଜେନା, ମଳୟ କୁମାର ଦାସ, ଗଣେଶ ପ୍ରସାଦ ଦାସ, ଶଙ୍କର୍ଷଣ ଜେନା ପ୍ରମୁଖ ଚେତାବନୀ ଦେଇଛନ୍ତି ।
ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ୧୯୯୯ରେ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବାରଭାଗିଆ-୨ ପ୍ରକଳ୍ପ ବିଦ୍ୟୁତ୍‌ ଜନିତ ତ୍ରୁଟି ଯୋଗୁ ଅକାମୀ ହୋଇ ରହିଛି। ଏହାକୁ ବିଭାଗ ପକ୍ଷରୁ ସଜଡା ଯାଉ ନାହିଁ । ସାମାନ୍ୟ ମରାମତି କାମ କରାଯାଇପାରିଲେ ୫୦ଏକରରୁ ଅଧିକ ଚାଷ ଜମିକୁ ଜଳ ମାଡି ପାରନ୍ତା । ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ପୂର୍ବତନ ସରପଞ୍ଚ କ୍ଷେତ୍ରମୋହନ ଖଟୁଆ କହିଛନ୍ତି। ସେହିପରି ନବନିର୍ମିତ ବାରଭାଗିଆ-୧ ଉଠଜଳସେଚନ ପ୍ରକଳ୍ପରୁ ୪୦ଏକର ଚାଷ ଜମିକୁ ପାଣି ମାଡିବାର ବ୍ୟବସ୍ଥା ହୋଇଛି। ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ସକାଶେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବସାଯାଇଛି। ଉଠା ଜଳସେଚନ ନିଗମ ବିଭାଗରୁ ଚିଠି ମିଳିବା ମାତ୍ରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏହାକୁ ଚାର୍ଜ କରାଯିବ । ହେଲେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଇଚ୍ଛାଶକ୍ତି ଅଭାବ ଯୋଗୁଁ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ା ଚାଷ ଉପଯୋଗୀ ବର୍ଷା ହୋଇ ନ ଥିବାରୁ ଏହି ପ୍ରକଳ୍ପ ସଂଲଗ୍ନ ଚାଷଜମି ଶୁଖି ଫାଟିବା ଆରମ୍ଭ କଲାଣି ା ଶୀଘ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ କରା ନ ଗଲେ ପ୍ରକଳ୍ପ ଥାଇ ମଧ୍ୟ ଚାଷୀ ମରଡ଼ି ପରିସ୍ଥିତିର ସମ୍ମୁଖୀନ ହେବେ ବୋଲି ଚାଷୀ ଗୟାଧର ଦାସ ଓ ରମେଶ ଚନ୍ଦ୍ର ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଉଠା ଜଳସେଚନ ସୋର ସବ୍‌ଡିଭିଜନର ସହକାରୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ଦେଙ୍କୁ ପଚାରିବାରୁ ବାରଭାଗିଆର ନୂତନ ପ୍ରକଳ୍ପ କିଭଳି ଶୀଘ୍ର କାର୍ଯ୍ୟକ୍ଷମ ହେବ ସେଥିପାଇଁ ଧ୍ୟାନ ଦିଆଯାଉଛି ା ପୁରୁଣା ପ୍ରକଳ୍ପ ମରାମତି କାମ ସମ୍ପର୍କରେ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। ପାଣି ପଞ୍ଚାୟତ ଅଧୀନରେ ଥିବା ଏହି ଏହି ପ୍ରକଳ୍ପରେ କେତେକ କାର୍ଯ୍ୟ ବାକି ରହିଛି ଏବଂ ଶେଷ ହେବାକୁ ୨ରୁ ୩ଦିନ ଲାଗିବା ବୋଲି କୁହାଯାଉଛି। କିନ୍ତୁ ସମ୍ଭାବ୍ୟ ମରୁଡି ପରିସ୍ଥିତିରେ ପ୍ରଶାସନିକ ତତ୍ପରତାର ଅଭାବ ଚାଷୀଙ୍କୁ ନିରାଶ କରିଛି। ଏହି ବ୍ଲକରେ ମୋଟ ୪୪ଟି ଉଠାସେଚ ପ୍ରକଳ୍ପ ଥିବା ବେଳେ ସେଥିରୁ ୨୪ଟି ଅଚଳ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ

ଭୁବନେଶ୍ୱର, ୯।୩: ପରଲୋକରେ ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ।  ନବୀନ ପଟ୍ଟନାୟକଙ୍କ ସରକାରରେ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଦାୟିତ୍ବ ତୁଲାଇଥିବା ତଥା ଚାରି ଚାରି ଥର...

ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର

ବାଲେଶ୍ୱର ,୬।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ନହରପାଟଣା ଛକ ନିକଟ ରାସ୍ତା ପାର୍ଶ୍ଵରେ ଗୁରୁବାର ଏକ...

ବାଲିଆପାଳ ଜଗନ୍ନାଥ ମନ୍ଦିରରୁ ଲୁଟ, ହୁଣ୍ଡି ବାକ୍ସକୁ ଛାଡିଲେନି ଦୁର୍ବୃତ୍ତ

ବାଲେଶ୍ୱର,୬।୩(ବାଞ୍ଛାନିଧି ଦେ) : ଜଗନ୍ନାଥ ମନ୍ଦିରରୁ ଲୁଟ୍‌। ବିଳମ୍ବିତ ରାତିରେ ମନ୍ଦିରରୁ ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ। ବାଲେଶ୍ବର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଶ୍ରଦ୍ଧାକ୍ଷେତ୍ର ଜଗନ୍ନାଥ...

ପୋଖରୀରେ ଭାସୁଛି ବୃଦ୍ଧଙ୍କ ମୃତଦେହ : ହତ୍ୟା ଅଭିଯୋଗ ଆଣିଲେ ପରିବାର

ପାଟଣା,୧।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକବଡ ପାଟଣା ପଂଚାୟତ କୁଆପଶି ଗ୍ରାମର ରାସ୍ତା କଡ଼ରେ ଥିବା ଏକ ପୋଖରୀରେ ଶନିବାର ସକାଳୁ ଜଣେ ୭୦...

ଗୁହାଳ ଘରେ ଲାଗିଲା ନିଆଁ: ଗୋରୁ-ଛେଳି ଜୀବନ୍ତ ଦଗ୍ଧ,ଘର ମାଲିକ ଗୁରୁତର

ବାଲେଶ୍ୱର, ୧।୩(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ସଦର ବ୍ଲକ ସାର୍ଥା ପଞ୍ଚାୟତ ଅନ୍ତର୍ଗତ ଗନ୍ଧିଆ ଗ୍ରାମର କୈଳାସ ମାଝୀଙ୍କ ଗୁହାଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁହାଳ ଘରେ...

ବ୍ଲକ କାର୍ଯ୍ୟାଳୟ ଆଗରେ ଏସ୍‌ୟୁସିଆଇର ବିକ୍ଷୋଭ ପ୍ରଦର୍ଶନ

ଭୋଗରାଇ,୨୮।୨(ପ୍ରଦୀପ ଦାସ): ୧୪ ଦଫା ଦାବି ନେଇ ବାଲେଶ୍ୱର ଜିଲା ଭୋଗରାଇ ନିର୍ବାଚନ ମଣ୍ଡଳୀର ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଶାଖା ପକ୍ଷରୁ ଶୁକ୍ରବାର ଏକ ବଡ଼ ଧରଣର ବିକ୍ଷୋଭ...

ବିଦ୍ୟୁତ୍‌ ନେଲା ଜୀବନ, ବିଲରେ ଟଳିପଡ଼ିଲେ ଚାଷୀ

ବାଲେଶ୍ୱର,୨୮ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସିଂଲା ଥାନା କୁଣ୍ଡଳୀ ପଞ୍ଚାୟତ ଅନ୍ତର୍ଗତ ଦାଣ୍ଡିପଦାଠାରେ ଶୁକ୍ରବାର ସକାଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି।...

ମନ୍ଦିର ସାମ୍ନାରେ ହଣାକଟା: ଯାତ୍ରା କଳାକାର ବାପି ପଣ୍ଡାଙ୍କ ଦୁଇ ଭାଇଙ୍କୁ ହାଣି ଦେଲେ ଦୁର୍ବୃତ୍ତ

ବାଲେଶ୍ୱର,୨୭ା୨(ବାଞ୍ଛାନିଧି ଦେ): ମହାଶିବରାତ୍ରିରେ ଘଟିଛି ଅଭାବନୀୟ ଘଟଣା। ବାଲେଶ୍ୱର ଜିଲା ଟାଉନ ଥାନା ଅନ୍ତର୍ଗତ ନାଥପାଣି ଛକରେ ବୁଧବାର ଜାଗର ରାତିରେ ଦୁର୍ବୃତ୍ତମାନେ କରିଛନ୍ତି ହଣାକଟା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri