ମରୁଡ଼ିଗ୍ରସ୍ତ ଜମିକୁ ଜଳସେଚନ କରାଯିବାକୁ ଦାବି୫ ଶହ ଏକରରୁ ଊଦ୍ଧର୍‌ବ ଚାଷଜମିକୁ ପାଣି ମାଡୁନି

ଖଣ୍ଡପଡା,୨୫ା୪(ସ୍ବ.ପ୍ର.)-କଣ୍ଟିଲୋ ଅଞ୍ଚଳରେ ୫ ଶହ ଏକରରୁ ଊର୍ଦ୍ଧ୍ୱ ଚାଷ ଉପଯୋଗୀ ଜମି ଥିବାବେଳେ ଅନିୟମିତ ବର୍ଷା ତଥା ଆବଶ୍ୟକ ପାଣି ବିନା ପ୍ରତି ବର୍ଷ ମରୁଡ଼ି ଯୋଗୁ ଫସଲ ନଷ୍ଟ ହୋଇଥାଏ। ଏହିସବୁ ଜମିକୁ ଜଳସେଚନ ସୁବିଧା ପାଇଁ ଉଠା ଜଳସେଚନ ପ୍ରକଳ୍ପ ବ୍ୟବସ୍ଥା ଲାଗି ସ୍ଥାନୀୟ ଅଞ୍ଚଳର ଚାଷୀ ଦାବି କରୁଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଯେ , କଣ୍ଟିଲୋ ଓ ବେଣାଗାଡିଆ ପଞ୍ଚାୟତ ଅନ୍ତର୍ଗତ ମରେଇକଣ ମୌଜା ଅଧୀନରେ ଥିବା ଗୋଡିବଣିଆ, ଛଣପାଟ, ବୋଲୁଅପାଟ, ଚଣ୍ଡିପାଟ, ଟାଙ୍କୁପଡା ମୌଜା ଓ ପାଟ କୁକୁଟା ମୌଜାର ପ୍ରାୟ ୫ ଶହ ଏକରରୁ ଊର୍ଦ୍ଧ୍ୱ ଚାଷ ଉପଯୋଗୀ ଜମି ରହିଛି ା ଏହିସବୁ ପଞ୍ଚାୟତର ଉତ୍ତର-ପୂର୍ବ ଓ ଦକ୍ଷିଣ ଦିଗରେ ଚିରସ୍ରୋତା ମହାନଦୀ, କମେଇ ଓ କୁସୁମୀ ନଦୀ ପ୍ରବାହିତ ହେଉଛି। ନଦୀ କୂଳବର୍ତ୍ତୀ ଜମି ହୋଇଥିବାରୁ ଏ ଅଞ୍ଚଳର ଚାଷ ଜମି ମାଟି ଅତ୍ୟନ୍ତ ଉର୍ବର। ଏହାଛଡା ମହାନଦୀ ଓ କମେଇ ନଦୀରେ ବନ୍ୟା ଆସିଲେ ଉକ୍ତ ଜମିରେ ବନ୍ୟାଜଳ ପ୍ରବାହିତ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଥାଏ । ଅନ୍ୟପକ୍ଷେ ବନ୍ୟା ଜଳ ଛାଡି ଯିବା ପରେ ଜମିରେ ପଟୁ ପଡି ମାଟିକୁ ଅଧିକ ଉର୍ବର କରିଥାଏ । ବନ୍ୟାରେ ଧାନ ଫସଲ ନଷ୍ଟ ହୋଇଯାଉଥିବା ବେଳେ ଏଠାରେ ଧାନ ଛଡା ଅର୍ଥକରୀ ଫସଲ ଆଖୁ, ବିଭିନ୍ନ ପ୍ରକାର ପନିପରିବା ଆଦି ପାଇଁ ଏ ଅଞ୍ଚଳର ମାଟି ଅତ୍ୟନ୍ତ ଉପଯୋଗୀ। ମାତ୍ର ଉକ୍ତ ଅଞ୍ଚଳର ଚାଷୀ ବର୍ଷା ଉପରେ ନିର୍ଭର କରୁଥିବାରୁ ଅନିୟମିତ ବର୍ଷା ଯୋଗୁ ଚାଷ ଉଜୁଡି ଯାଇଥାଏ। ଏସବୁ ଜମି ନିକଟରେ ମହାନଦୀ ପ୍ରବାହିତ ହେଉଥିବା ବେଳେ ଗରିବ ଚାଷୀ ଜମିଗୁଡିକରେ ଖର୍ଚ୍ଚାନ୍ତ ହୋଇ ମହାନଦୀ ପାଣି ମଡାଇବା ସମ୍ଭବ ହୋଇ ନ ଥାଏ। ପ୍ରାୟ ପ୍ରତି ବର୍ଷ ଏହି ସବୁ ଜମି ମରୁଡ଼ିରେ ନଷ୍ଟ ହୋଇଥାଏ। ଏଠାରେ ଜଳସେଚନର ସୁବିଧା ନ ଥିବାରୁ ବର୍ଷ ସାରା ଫସଲ କରିବା ପାଇଁ ଏ ଅଞ୍ଚଳର ମାଟି ଉପଯୁକ୍ତ ହୋଇଥିଲେ ମଧ୍ୟ ଚାଷୀମାନେ କେବଳ ପାଣିର ଅଭାବ ଯୋଗୁ ହାତ ବାନ୍ଧି ବସି ରହିଥାନ୍ତି। କେତେକ ଚାଷୀ ଜୀବିକା ନିର୍ବାହ ନିମନ୍ତେ ଅନ୍ୟତ୍ର ଚାଲି ଯାଇଥାନ୍ତି। ଏହି ପଞ୍ଚାୟତର ସର୍ବାଧିକ ଅନୁସୂଚିତ ଜାତିର ଗରିବ କ୍ଷୁଦ୍ର ଓ ନାମମାତ୍ର ଚାଷୀ କୃଷିକୁ ନିଜର କୌଳିକ ବୃତ୍ତି ରୂପେ ଗ୍ରହଣ କରି ଜୀବିକା ନିର୍ବାହ କରିଥାନ୍ତି । ଚାଷ ଜମିରେ ବିଭିନ୍ନ ପ୍ରକାର ଫସଲ କରି ପରିବାର ପ୍ରତିପୋଷଣ କରିଥାନ୍ତି। ବର୍ଷର ଅବଶିଷ୍ଟ ଆଠମାସ ବେକାର ହୋଇ ବସିଥାନ୍ତି କିମ୍ବା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯିବାକୁ ବାଧ୍ୟ ହୁଅନ୍ତି। ଅପରପକ୍ଷେ ମହାନଦୀ, କମେଇ ଓ କୁସୁମୀ ନଦୀର ପ୍ରବାହିତ ଜଳକୁ ଉପଯୁକ୍ତ କାର୍ଯ୍ୟରେ ବିନିଯୋଗ କରାଯାଇ ପାରୁନାହିଁ। ଏହି ପ୍ରବାହିତ ଜଳକୁ ନଦୀ କୂଳରେ ଉଠା ଜଳସେଚନ ପ୍ରକଳ୍ପ କରାଯାଇ ଅଞ୍ଚଳର ସମସ୍ତ ଜମିକୁ ଜଳସେଚନର ସୁବିଧା କରାଗଲେ ଚାଷୀମାନେ ଉପକୃତ ହୋଇପାରନ୍ତେ। ଏଥିପାଇଁ ଉକ୍ତ ଅଞ୍ଚଳର ଚାଷୀମାନେ ଏଠାରେ ଏକ ଉଠା ଜଳସେଚନ ପଏଣ୍ଟ ନିର୍ମାଣ କରାଯିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ନୟାଗଡ ଜିଲାପାଳଙ୍କ ସମେତ ସ୍ଥାନୀୟ ବିଧାୟକ ଓ ରାଜ୍ୟ କୃଷି ମନ୍ତ୍ରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ଏଯାବତ୍‌ ଏଦିଗରେ କୌଣସି କାଯର୍‌ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଚାଷ ଜମିଗୁଡିକ ଲାଗି ଜଳସେଚନର ସୁବିଧା କରାଗଲେ ହଜାରରୁ ଊର୍ଦ୍ଧ୍ୱ କୃଷିଜୀବୀ ଉପକୃତ ହେବା ସଙ୍ଗେ ସଙ୍ଗେ ଏ ଅଞ୍ଚଳର ଚାଷୀମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Odisha Fishing Ban: ଆଜିଠାରୁ ଓଡ଼ିଶା ଉପକୂଳରେ ମାଛ ଧରିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୫।୪: ମାଛମାନଙ୍କ ଅଣ୍ଡାଦାନ ଋତୁରେ ସାମୁଦ୍ରିକ ଜୀବନକୁ ସୁରକ୍ଷା ଦେବା ପାଇଁ, ଓଡ଼ିଶା ଉପକୂଳରେ ଏପ୍ରିଲ ୧୫ ତାରିଖରୁ ଦୁଇ ମାସ ପାଇଁ ମାଛ ଧରିବା...

ଆମ୍ବେଡକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଜରୁରୀ

ଥୁଆମୂଳ ରାମପୁର,୧୫।୪-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଥୁଆମୂଳ ରାମପୁର ସଦର ମହକୁମା ଠାରେ ଦଳିତ ସଚେତନ ସଂଗଠନ ଥୁଆ ମୂଳ ରାମପୁର ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ବିଶ୍ବରତ୍ନ...

ଡହଡହ ଖରାକୁ ଖାତିର କଲେନି ଭକ୍ତ

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ ): ପ୍ରବଳ ଗ୍ରୀଷ୍ମ ପ୍ରବାହ ସତେ ଡହ ଡହ ଖରାରେ ଦାମୋଦର ପୁରସ୍ଥିତ ମା’ ଦକ୍ଷିଣ କାଳୀ ମନ୍ଦିରରେ ମେରୁସଂକ୍ରାନ୍ତି ଦେଖିବାକୁ ଭକ୍ତ...

ନିଆଁରେ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି: ଜାଣିଶୁଣି ପୋଡି ଦେଇଥିବା ଅଭିଯୋଗ

ପାଟଣାଗଡ ୧୫।୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ଏନଏସିସ୍ଥିତ ବ୍ଳକ ଛକଠାରେ ଦୀର୍ଘଦିନ ହେଲା ପଲିଥିନ ଘୋଡାହୋଇ ରହିଥିବା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ...

ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର, ଅପହରଣକାରୀ ଗିରଫ

ଭୁବନେଶ୍ୱର,୧୫।୪: ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ହୋଇଛି। ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ବାଲେଶ୍ୱରରୁ ପିଲା ଚୋରଙ୍କୁ ଧରିବା ସହ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛି।...

ଜୟଶ୍ରୀରାମ, ଜୟ ହନୁମାନ ଧ୍ୱନିରେ କମ୍ପିଲା ସମ୍ବଲପୁର ସହର: ସାମିଲେ ହେଲେ ଧର୍ମେନ୍ଦ୍ର, ଜୟନାରାୟଣ

ସମ୍ବଲପୁର,୧୪ା୪(ବି.ଶଙ୍କର/ଭବାନୀଶଙ୍କର ଭୋଇ): ମହାବିଷୁବ ସଂକ୍ରାନ୍ତି ତିଥିରେ ସମ୍ବଲପୁରର ସହରର ବିଭିନ୍ନ ହନୁମାନ ମନ୍ଦିରଗୁଡିକରେ ସୋମବାର ଦିନବେଳ ପୂଜାର୍ଚ୍ଚନା କରାଯାଇଥିଲା। ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ...

କଂଗ୍ରେସ ଏବେ ଲୋକଙ୍କ ଆସ୍ଥାଭାଜନ ହେଉଛି: ଭକ୍ତ

ଭୁବନେଶ୍ୱର/ଗୁଡ଼ାରି, ୧୫।୪ (ରବିନାରାୟଣ ଜେନା/ପ୍ରମୋଦ କୁମାର ପତି): ରାଜ୍ୟରେ ଦୁର୍ନୀତି, ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପିସିସି ସଭାପତି ଭକ୍ତ ଚରଣ...

ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ଦେଇ ଜୀବନ ହାରିଲେ କଲେଜ ଛାତ୍ରୀ

ଆନନ୍ଦପୁର,୧୫ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆନନ୍ଦପୁର ଥାନା ଅଧୀନ ଫକିରପୁର ଅଞ୍ଚଳର ଏକ ଘରୋଇ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image