Posted inଜାତୀୟ

ମସ୍ତିଷ୍କ ଜ୍ୱର ଆତଙ୍କ ୧୩୦ ଶିଶୁଙ୍କ ଗଲାଣି ଜୀବନ

ପାଟନା,୧୯।୬: ବିହାରର ମୁଜାଫରପୁରରେ ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ଏଠାରେ ୭୫ ନୂଆ ଶିଶୁ ଏହି ରୋଗରେ ପୀଡିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୩୦୦ରୁ ଊର୍ଦ୍ଧ୍ୱ ଶିଶୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସ୍ଥିତି ଉଦବେଗଜନକ ଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ରୋଗକୁ ଏଡାଇବା ପାଇଁ କେନ୍ଦ୍ରୀୟ ଦଳ ସବୁ ପ୍ରକାର ଚେଷ୍ଟା ଜାରି ରଖିଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ସରକାରୀ ସ୍ତରରେ ମୃତ୍ୟୁସଂଖ୍ୟା ୧୧୨ କୁହାଯାଉଛି। କିନ୍ତୁ ବେସରକାରୀ ସ୍ତରରେ ଏହା ୧୩୦ ବୋଲି ଜଣାପଡିଛି। ଆଉ କେତେଜଣ ଶିଶୁ ଗାଁରେ ପ୍ରାଣ ହରାଇବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ଚେୟାର ତଳେ ବୋମା ଖଞ୍ଜିଦେଲେ ଛାତ୍ର: ଆଉ ତା’ପରେ…

ଚଣ୍ଡିଗଡ,୧୪।୧୧: ହରିୟାଣାର ଭିଓ୍ବାନୀରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସରକାରୀ ବିଦ୍ୟାଳୟର ପିଲାମାନେ ୍ଏକ ବିପଜ୍ଜନକ କାର୍ଯ୍ୟ କରିଛନ୍ତି। ପିଲାମାନେ ସେମାନଙ୍କ...

ଛାତ୍ରୀଛାତ୍ରଙ୍କ ପାଇଁ ଖୁସିଖବର: ସିବିଏସଇ ସିଲାବସ୍‌ ହେବ ହ୍ରାସ

ନୂଆଦିଲ୍ଲୀ,୧୪।୧୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଆସନ୍ତା ୨୦୨୫ ବୋର୍ଡ ପରୀକ୍ଷା ପାଇଁ ଦଶମ ଏବଂ ଦ୍ୱାଦଶ ସିଲାବସରେ ୧୫% ପର୍ଯ୍ୟନ୍ତ ହ୍ରାସ କରିବାକୁ...

ମାଇଁ ଲଡ୍‌ ହ୍ବାଟ୍ସଆପ୍‌କୁ ବ୍ୟାନ୍‌ କରନ୍ତୁ, ସୁପ୍ରିମକୋର୍ଟରେ ଏହି ଆବେଦନ ପହଞ୍ଚିବା ପରେ ଜଜ୍‌ କଲେ ଏମିତି…

ନୂଆଦିଲ୍ଲୀ,୧୪ା୧୧: ସୁପ୍ରିମକୋର୍ଟଙ୍କଠାରୁ ହ୍ବାଟ୍ସଆପ୍‌କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟରେ ଏକ ପିଟିଶନ ଆସିଥିଲା। ଯେଉଁଥିରେ ହ୍ବାଟ୍ସଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଥିଲା। ଏହି...

କୋଚିଂ ସେଣ୍ଟରଗୁଡିକ ପାଇଁ ଆସିଲା ନୂଆ ଗାଇଡଲାଇନ୍‌: ଏଣିକି ବିନା…

ନୂଆଦିଲ୍ଲୀ,୧୪।୧୧: କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) କୋଚିଂ ସେଣ୍ଟର ଦ୍ୱାରା ଦିଆଯାଇଥିବା ବିଭ୍ରାନ୍ତିକର ତଥା ପ୍ରତାରଣାକାରୀ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନୂତନ...

ଡାହାଣ ଆଖିରେ ଯନ୍ତ୍ରଣା ହେଉଥିଲା, ବାମ ଆଖିର ଅପରେଶନ କରିଦେଲେ ଡାକ୍ତର

ନୂଆଦିଲ୍ଲୀ,୧୪।୧୧: ରାଜଧାନୀ ଦିଲ୍ଲୀର ଗ୍ରେଟର ନୋଏଡ଼ାରୁ ଡାକ୍ତରଙ୍କ ଅବହେଳାର ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଡାକ୍ତରଖାନାରେ ବାମ ଆଖିର ଚିକିତ୍ସା କରାଇବାକୁ ଆସିଥିବା...

ଏଥର ବି ଫେଲ୍‌ ମାରିବ ‘ରାହୁଲ ବାବାଙ୍କ’ ବିମାନ: ବର୍ଷିଲେ ଅମିତ ଶାହା

ପୁଣେ,୧୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନୀ ରାଲିରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ନେତା ସୋନିଆ ଗାନ୍ଧୀଙ୍କ ଉପରେ ଖୋଳତାଡ଼ କରି...

ପୁଣି ଭାଜପା ସହ ଯିବେ କି ଉଦ୍ଧବ ଠାକ୍‌ରେ: ନିର୍ବାଚନ ପୂର୍ବରୁ କହିଦେଲେ ମନର କଥା

ପୁଣେ,୧୪।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନା(ୟୁବିଟି) ଦଳର ମୁଖ୍ୟ ଉଦ୍ଧବ ଠାକରେ ଭାଜପା ସହ ମେଣ୍ଟ ସମ୍ଭାବନା ଉପରେ ନିଜ ମତ ସ୍ପଷ୍ଟ କରିଛନ୍ତି।...

ପୁରୋହିତ ମନ୍ତ୍ର ପଢ଼ିଲେ, ହେଲେ ବିବାହ ନ କରି କେବଳ ୪୯୦୦୦ ଦେଇଦେବାକୁ କହିଲେ ବରକନ୍ୟା; କାରଣ ଜାଣିଲେ…

ଉଜୈନ,୧୪।୧୧: ସଜବାଜ ହୋଇ ମଣ୍ଡପରେ ବସିଲେ। ପୁରୋହିତ ମନ୍ତ୍ର ବି ପଢ଼ିଲେ। ହେଲେ ବର ସିନ୍ଦୁର ପିନ୍ଧାଇଲେନି କିମ୍ବା ହାତଗଣ୍ଠି ପଡ଼ିଲାନି। କେବଳ ଏତିକି ନୁହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri