ଲକ୍ଷ୍ନୌ,୨୦ା୨(ଆଇଏଏନ୍ଏସ୍): କେନ୍ଦ୍ର ସରକାର ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ କରିଛନ୍ତି। ସେହିପରି ମସ୍ଜିଦ ଲାଗି ମଧ୍ୟ ଏକ ଟ୍ରଷ୍ଟ ଗଠନ କରନ୍ତୁ। ମସ୍ଜିଦ ନିର୍ମାଣ ପାଇଁ ପାଣ୍ଠି ମଧ୍ୟ ଯୋଗାଇ ଦିଅନ୍ତୁ ବୋଲି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ମୁଖ୍ୟ ଶରଦ ପାଓ୍ବାର ଦାବି କରିଛନ୍ତି। ଲକ୍ଷ୍ନୌରେ ଏନ୍ସିପିର ରାଜ୍ୟସ୍ତରୀୟ ସମ୍ମିଳନୀକୁ ସମ୍ବୋଧିତ କରି ପାଓ୍ବାର ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ଏହି ଦଳ ଧର୍ମ ଆଧାରରେ ଲୋକଙ୍କୁ ବିଭାଜନ କରୁଛି। ଯଦି ସରକାର ମନ୍ଦିର ପାଇଁ ଟ୍ରଷ୍ଟ ଗଠନ କରିପାରିଲେ ତେବେ ମସ୍ଜିଦ ଲାଗି ପାଣ୍ଠି ଯୋଗାଇ ଆଉ ଏକ ଟ୍ରଷ୍ଟ କାହିଁକି ଗଠନ କରିପାରିବେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।