ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ୍ରେ ଇଟାଲିର ମହାକାଶଚାରୀ ପ୍ରଥମ ଥର ପାଇଁ ବେକିଂ କରିଛନ୍ତି। ବେକିଂ କରି ସେ ମହାକାଶରେ ପ୍ରଥମ କୁକିଜ୍ ବା ବିସ୍କୁଟ ପ୍ରସ୍ତୁତ କରିଛନ୍ତି। ଏହାକୁ ତିଆରି କରିବା ପାଇଁ ତାଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା। ଏ ପର୍ଯ୍ୟନ୍ତ ଏହାକୁ କେହି ଚାଖି ନାହାନ୍ତି। ଏହା ଦେଖିବାକୁ ବି ସାଧାରଣ ବିସ୍କୁଟ ପରି ନୁହେଁ। ଏହାକୁ ସ୍ପେସ୍ ଫ୍ଲାଇଟ୍ କଣ୍ଟେନର୍ରେ ହ୍ୟୁଷ୍ଟନ୍ର ଫ୍ରୋଜେନ୍ ଲ୍ୟାବରେ ସୁରକ୍ଷିତ ରଖାଯାଇଛି। ପ୍ରଥମଥର ପାଇଁ ମହାକାଶରେ କଞ୍ଚା ଜିନିଷକୁ ବେକ୍ କରି ଖାଦ୍ୟ ପ୍ରସ୍ତୁତ କରିବାକୁ ଏହି ପ୍ରୟାସ୍ କରାଯାଇଥିଲା। ଏଥିପାଇଁ ଏକ ଖାସ୍ ଓଭନ୍ ତିଆରି କରାଯାଇଥିଲା। ଇଟାଲିର ଅନ୍ତରୀକ୍ଷ ଯାତ୍ରୀ ଲୁସା ପରମିତାନୋ ଏହି କୁକି ପୂର୍ବରୁ ଆଉ ଚାରୋଟି କରିବାକୁ ବି ପ୍ରୟାସ୍ କରିଥିଲେ, ହେଲେ ସେଥିରେ ସଫଳ ହୋଇ ନ ଥିଲେ। ଶେଷରେ ପଞ୍ଚମ ଥରରେ ସଫଳ ହେଲେ ଏବଂ ଆଶାନୁରୂପ ଫଳ ପାଇଲେ।