ମହାମାରୀ ମାଡ: ମାତ୍ର ଗୋଟିଏ ଡଲାରରେ ବିକ୍ରି ହେବ ଗଣମାଧ୍ୟମ ସଂସ୍ଥା

ଓ୍ବିଲିଙ୍ଗଟନ,୨୬।୫: କରୋନା ଭାଇରସ ସଂକ୍ରମଣର ପ୍ରଭାବ ସବୁଠି ପଡିଥିବା ଲକ୍ଷ୍ୟ କରାଯାଇଛି। ଗଣମାଧ୍ୟମ ସଂସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଏବେ ନ୍ୟୁଜିଲାଣ୍ଡର ଏକ ଗଣମାଧ୍ୟମ ସଂସ୍ଥା ମାତ୍ର ୧ ଡଲାରରେ ବିକ୍ରି ହେବ ବୋଲି ଜଣାପଡିଛି। ନ୍ୟୁଜିଲାଣ୍ଡର ବଡ ଗଣମାଧ୍ୟମ ସଂସ୍ଥା ହେଉଛି ‘ଷ୍ଟଫ’। ଏହା କେତେଗୁଡିଏ ଖବର କାଗଜ ଛାପିବା ସହ ଏକ ଲୋକପ୍ରିୟ ସମାଚାର ଓ୍ବେବସାଇଟ୍‌ ମଧ୍ୟ ଚଲାଉଥିଲା। ଏଥିରେ ୪ଶହ ଖବରଦାତାଙ୍କ ସମେତ ପାଖାପାଖି ୯ଶହ କର୍ମଚାରୀ କାମ କରୁଥିଲେ। ହେଲେ ଏବେ ଏହି ଗଣମାଧ୍ୟମ ସଂସ୍ଥା ଉପରେ କରୋନା ମହାମାରୀର ପ୍ରଭାବ ପଡିଛି। କମ୍ପାନୀର ସିଇଓ ସିନେଡ ବାଉଚର ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି, କରୋନା ମହାମାରୀ ଯୋଗୁଁ ସଂସ୍ଥା ଉପରେ ଖୁବ୍‌ ପ୍ରଭାବ ପଡିଛି। ବିଜ୍ଞାପନ ନ ଆସିବା ଫଳରେ ରାଜସ୍ବ ମଧ୍ୟ କମ୍‌ ହୋଇଛି। ତେଣୁ ଏବେ ସେ ‘ଷ୍ଟଫ’କୁ ବିକ୍ରି କରିବାକୁ ସ୍ଥିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତକୁ ଚିଠି ଲେଖିଲା ବାଂଲାଦେଶ

ଢାକା,୨୩।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ଦାବିରେ ବାଂଲାଦେଶ ଭାରତକୁ ଏକ ଚିଠି ଲେଖିଛି। ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ତାହିଦ ହୁସେନ କହିଛନ୍ତି...

ଭାରତ ଉପରେ ବାଂଲାଦେଶର ଆଉ ଏକ ବଡ଼ ଅଭିଯୋଗ

ଢାକା/ନୂଆଦିଲ୍ଲୀ,୨୩।୧୨: ବାଂଲାଦେଶ କ୍ରମାଗତ ଭାବରେ ଭାରତ ଉପରେ ନୂଆ ଅଭିଯୋଗ କରୁଛି। ବର୍ତ୍ତମାନ ବାଂଲାଦେଶର ଏକ ଅନୁସନ୍ଧାନ କମିଶନ ଦେଶରୁ ଲୋକ ନିଖୋଜ ହେବାରେ ଭାରତର...

ରାଜନୀତିରୁ କାହିଁକି ଦୂରେଇ ଗଲେ ଇଭାଙ୍କା ଟ୍ରମ୍ପ, ନୂଆ ସରକାରରେ ସାମିଲ ନ ହେବାର କାରଣ ଜାଣନ୍ତୁ

ଓ୍ବାଶିଂଟନ,୨୩।୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଝିଅ ଇଭାଙ୍କା ଟ୍ରମ୍ପ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି। ଇଭାଙ୍କା ତାଙ୍କ ପିତା ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ସରକାରରେ...

୧୨ ବର୍ଷର ଛାତ୍ର ହେଲେ ଶିକ୍ଷୟିତ୍ରୀଙ୍କ ପିଲାର ପିତା! DNA ଖୋଲିଲା ରାଜ୍‌

ଓ୍ବାଶିଂଟନ,୨୩।୧୨: ଆମେରିକାର ଟେନେସି ରାଜ୍ୟରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ଟେନିସି ରାଜ୍ୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜଣେ ୧୨ ବର୍ଷର ବାଳକକୁ ବଳାତ୍କାର...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଦିନେ ଆମେରିକାର ରାଷ୍ଟ୍ରପତି ହେବେ ଏଲୋନ ମସ୍କ? ଏହି ପ୍ରଶ୍ନର ଏମିତି ଉତ୍ତର ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୨୩।୧୨: ନିକଟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି, ସେ ମଧ୍ୟ ଖୁବ ଶୀଘ୍ର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।...

ଭାରତରୁ ପଙ୍ଗା ନେଲା ତ ଆମେରିକା ଶିଖାଇଲା ବୁଦ୍ଧି, ଏବେ ଚାଇନାର ନିଷ୍ପତ୍ତିକୁ ନେଇ ଅଡୁଆରେ ପଡିବେ ଟ୍ରୁଡୋ!

ଟରଣ୍ଟୋ,୨୩।୧୨: କାନାଡା ପାଇଁ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି, ଯାହା ଭାରତ ସହ ସମ୍ପର୍କକୁ ନଷ୍ଟ କରିସାରିଛି। ଏଥର ଏହି ପ୍ରସଙ୍ଗ ଚାଇନା...

ଗାଜାରେ ଏୟାରଷ୍ଟ୍ରାଇକ୍‌: ୨୦ ମୃତ

ଦେଇର ଅଲ୍‌-ବଲାହ,୨୩ା୧୨: ଇସ୍ରାଏଲୀ ସେନା ଶନିବାର ରାତିରୁ ଗାଜା ଷ୍ଟ୍ରିପ୍‌ ଉପରେ ଏୟାରଷ୍ଟ୍ରାଇକ୍‌ ଜାରି ରଖିଥିବାବେଳେ ଏଥିରେ ୫ ପିଲାଙ୍କ ସମେତ ଅନୂ୍ୟନ ୨୦ ଜଣ ପାଲେଷ୍ଟିନୀୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri