ମୁମ୍ବାଇ,୬।୪: ଲୋକ ସଭା ନିର୍ବାଚନରେ ପରାଜୟ ବରଣ କରିଥିବା କଂଗ୍ରେସକୁ ପୁଣି ଥରେ ଲାଗିଛି ଏକ ବଡ ଝଟକା। ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ରାଧାକୃଷ୍ଣ ବିଖେ ପାଟିଲ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ସମୟରେ ସେ କହିଛନ୍ତି, ଲୋକ ସଭା ନିର୍ବାଚନରେ ସେ ପ୍ରଚାର କରି ନାହାଁନ୍ତି। ଦଳ ହାଇ କମାଣ୍ଡଙ୍କ ସହ ତାଙ୍କର ସେମିତି କୌଣସି ମନୋମାଳିନ୍ୟ ମଧ୍ୟ ନାହିଁ। ବରଂ ଦଳ ତାଙ୍କୁ ବିରୋଧୀ ଦଳର ନେତା ଭାବେ ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି। ଏବେ ପରିସ୍ଥିତିକୁ ଦେଖି ସେ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି।