ମହାରାଷ୍ଟ୍ର ଦର୍ଶକଙ୍କ ପାଇଁ ଖୁସି ଖବର: ଫିଲ୍ମ ତାନାଜୀ ହେଲା ଟ୍ୟାକ୍ସ ଫ୍ରି

ମୁମ୍ବାଇ,୨୨।୧: ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ-ଦ ଅନସଙ୍ଗ ଓ୍ବାରିୟର’ ବକ୍ସ ଅଫିସ୍‌ରେ ଏବେ ଧମାଲ୍‌ କରୁଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଥିବା ବେଳେ ଫିଲ୍ମ ଭଲ ବ୍ୟବସାୟ କରୁଛି। ସୂଚନା ମୂତାବକ ଏହି ଫିଲ୍ମ ଖୁବ୍‌ଶୀଘ୍ର ୨ଶହ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି। ଗୋଟିଏ ପଟେ ଏହି ଐତିହାସିକ ଫିଲ୍ମ ପ୍ରତି ଲୋକଙ୍କ ରୁଚି ବୃଦ୍ଧି ପାଉଛି। ଅନ୍ୟପଟେ ଏହା ତାନାଜୀ ମାଲସୁରେଙ୍କ କାହାଣୀକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଫଳ ହୋଇଛି। ତେବେ ଏହି ଫିଲ୍ମ ପାଇଁ ଆଉ ଏକ ଖୁସି ଖବର ଆସିଛି। ଉତ୍ତରପ୍ରଦେଶରେ ଜିଏସ୍‌ଟି ଫ୍ରି ଓ ହରିୟାଣାରେ ଟ୍ୟାକ୍ସ ଫ୍ରି ହେବାପରେ ଏବେ ମହାରାଷ୍ଟ୍ରରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଛି। ବୁଧବାର କ୍ୟାବିନେଟ ବୈଠକ ପରେ ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏହାକୁ ଟ୍ୟାକ୍ସ ଫ୍ରି କରିବାକୁ ନେଇ ମହାରାଷ୍ଟ୍ରରେ ଭାଜପା ଓ ଶିବସେନା ମଧ୍ୟରେ ମତଭେଦ ଦେଖାଦେଇଥିଲା। ରାଜ୍ୟରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବା ପାଇଁ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ବାଲାସାହେବ ଥୋରାଟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ପାପ କରିଛନ୍ତି ମୋଦି: ଖୋଲାଖୋଲି ଏମିତି କହିଦେଲେ ଉଦ୍ଧବ ଠାକ୍‌ରେ

ନୂଆଦିଲ୍ଲୀ,୧୧।୧୧: ମହାରାଷ୍ଟ୍ରରେ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ପ୍ରାୟ ଏକ ସପ୍ତାହ ବାକି ଅଛି। ନଭେମ୍ବର ୨୦ରେ ରାଜ୍ୟର ୨୮୮ ବିଧାନସଭା ଆସନ ପାଇଁ...

ଟ୍ରମ୍ପ ନିର୍ବାଚନ ଜିତିବା ପରେ ପ୍ରଥମେ ୩ ଜଣଙ୍କୁ କରିଥିଲେ କଲ୍‌: ଜୟଶଙ୍କର ଖୋଲିଲେ ରାଜ୍‌

ନୂଆଦିଲ୍ଲୀ,୧୧।୧୧: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଭାରତ-ଆମେରିକା ସମ୍ପର୍କକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିବା...

ଟ୍ରମ୍ପ ତାଙ୍କ କଥା ରଖିଲେ , ନିଶ୍ଚିତ ଭାବେ ଚାଇନାର ହେବ କ୍ଷତି, ଭାରତକୁ ମିଳିବ ଲାଭ!

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧।୧୧: ଆମେରିକାର ଲୋକମାନେ ଡୋନାଲ୍ଡ ଟ୍ରମ୍ପଙ୍କୁ ସେମାନଙ୍କର ରାଜା ଭାବରେ ମନୋନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକମାନେ ବିଶ୍ୱାସ କରିଥିଲେ ଯେ ଟ୍ରମ୍ପ ତାଙ୍କ ପ୍ରତିଶ୍ରୁତି...

ଅବସର ପୂର୍ବରୁ ଏହି କେସ୍‌ର ଶୁଣାଣି ସମୟରେ ଭାବପ୍ରବଣ ହୋଇପଡ଼ିଥିଲେ ଡି.ଓ୍ବାଇ ଚନ୍ଦ୍ରଚୁଡ

ନୂଆଦିଲୀ,୧୧।୧୧: ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୁଡ ପ୍ରଧାନ ବିଚାରପତି ପଦରୁ ଅବସର ନେଇଛନ୍ତି। ଅବସର ପୂର୍ବରୁ ନଭେମ୍ବର ୬ରେ ସେ ଉତ୍ତରପ୍ରଦେଶ ସରକାରଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ...

ପ୍ରଥମ ଦିନ ପୁଅକୁ ଘୋଡ଼ାରେ ବସାଇ ସ୍କୁଲ ପଠାଇଲେ ମାତାପିତା, ଦେଲେ ଏକ ପ୍ରେରଣାଦାୟକ ବାର୍ତ୍ତା

ଚଣ୍ଡିଗଡ଼,୧୧।୧୧: ହରିୟାଣା ବାହାଦୂରଗଡ଼ର ଏକ ପରିବାର ଶିକ୍ଷା ପ୍ରତି ଏକ ସକରାତ୍ମକ ବାର୍ତ୍ତା ଦେବା ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ପ୍ରଥମ ଥର...

କଂଗ୍ରେସର ବଡ଼ ଆକ୍ସନ: ୨୮ ବିଦ୍ରୋହୀ ପ୍ରାର୍ଥୀ ଦଳରୁ ନିଲମ୍ବିତ

ମୁମ୍ବାଇ,୧୧।୧୧: ନଭେମ୍ବର ୨୦ରେ ମହାରାଷ୍ଟ୍ରର ସମସ୍ତ ୨୮୮ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି। ଏହାପୂର୍ବରୁ ମହା ବିକାଶ ଆଗାଡିର ଅଂଶ ହୋଇଥିବା...

ପୁଅ ବିଜୟ ପାଇଁ କାହାକୁ ଭିକ ମାଗିବି ନାହିଁ: କାହିଁକି ଏମିତି କହିଲେ ରାଜ ଠାକ୍‌ରେ

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ସମସ୍ତ ଦଳ ସେମାନଙ୍କର ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ଅଛନ୍ତି। ଏହି ସମୟରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌)...

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା

ନୂଆଦିଲ୍ଲୀ,୧୧ା୧୧: ସୁପ୍ରିମକୋର୍ଟର ୫୧ତମ ମୁଖ୍ୟ ବିଚାରପତି ଭାବେ ସୋମବାର ଶପଥ ନେଇଛନ୍ତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri