Posted inଜାତୀୟ

ମହାରାଷ୍ଟ୍ର, ହରିୟାଣାରେ ଭାଜପାର ବିଜୟ ନେଇ ଜନମତ ସର୍ଭେ: ପ୍ରଚାରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ନୂଆଦିଲ୍ଲୀ,୨୦ା୧୦: ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ଲାଗି ସୋମବାର ଭୋଟଗ୍ରହଣ ହେବାକୁ ଯାଉଥିଲାବେଳେ ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ ଜୋରଦାର ପ୍ରଚାର କରିଥିଲେ। ହରିୟାଣାରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଚ୍ଛେଦ ୩୭୦ ଏବଂ କର୍‌ତାରପୁର କରିଡର ପ୍ରସଙ୍ଗକୁ ନେଇ ବିରୋଧୀ ଦଳ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି। ଏହି ସର୍ବପୁରାତନ ଦଳର ଭୁଲ୍‌ ନିଷ୍ପତ୍ତି ଦେଶକୁ ଧ୍ୱଂସମୁଖକୁ ଠେଲିଦେଇଥିବା ମୋଦି ଅଭିଯୋଗ କରିଥିଲେ। ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଡ୍‌କର ଅନୁଚ୍ଛେଦ ୩୭୦କୁ ଅସ୍ଥାୟୀ ବ୍ୟବସ୍ଥା କହିଥିବାବେଳେ କଂଗ୍ରେସ ପାଇଁ ଏହା ୭୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ବଳବତ୍ତର ରହିଲା। କେନ୍ଦ୍ର ସରକାରଙ୍କ ଉଦାସୀନତା ପାଇଁ କଶ୍ମୀର ସ୍ଥିତି ଅଧିକରୁ ଅଧିକ ଖରାପ ହେବାରେ ଲାଗିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅନ୍ୟପକ୍ଷରେ  ମାନ୍ଦାବସ୍ଥା, ବେରୋଜଗାରି ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଭାଜପା ଓ କେନ୍ଦ୍ର ସରକାରଙ୍କୁ ଜୋରଦାର ସମାଲୋଚନା କରିଥିଲେ।
ପ୍ରଚାରର ଶେଷ ଦିନରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଭାଜପା ବିପୁଳ ବିଜୟ ହାସଲ କରିବ ବୋଲି ପୂର୍ବାନୁମାନ କରାଯାଇଛି। ଆଇଏଏନ୍‌ଏସ୍‌-ସିଭୋଟର ପକ୍ଷରୁ କରାଯାଇଥିବା ପ୍ରାକ୍‌ ନିର୍ବାଚନୀ ସର୍ଭେ ଅନୁଯାୟୀ ଭାଜପା ନେତୃତ୍ୱାଧୀନ ମେଣ୍ଟ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ୧୮୨ରୁ ୨୦୬ ଆସନ ହାସଲ କରିବ। ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ଉପା ୭୨ରୁ ୯୮ ଆସନରେ ସୀମିତ ରହିବ ବୋଲି ଉକ୍ତ ସର୍ଭେରେ କୁହାଯାଇଛି। ମୁମ୍ବାଇରେ ଏନ୍‌ଡିଏକୁ ୩୦ରୁ ୩୪ ଆସନ ମିଳିବାକୁ ଥିଲାବେଳେ କୋଙ୍କଣ ଅଞ୍ଚଳରେ ୩୨ରୁ ୩୬, ମରାଠଓ୍ବାଡାରେ ୨୩ରୁ ୨୭, ଉତ୍ତର ମହାରାଷ୍ଟ୍ରରେ ୧୯ରୁ ୨୩, ବିଦର୍ଭରେ ୩୭ରୁ ୪୧ ଏବଂ ପଶ୍ଚିମ ମହାରାଷ୍ଟ୍ରରେ ୪୧ରୁ ୪୫ ଆସନ ମିଳିବ ବୋଲି ସର୍ଭେରେ କୁହାଯାଇଛି। ଅନ୍ୟପକ୍ଷରେ ଉପାକୁ ମୁମ୍ବାଇ ଅଞ୍ଚଳରୁ ୦ରୁ ୬ ଆସନ ମିଳିବାକୁ ଥିଲାବେଳେ କୋଙ୍କଣରେ ୨ରୁ ୬, ମରାଠଓ୍ବାଡାରେ ୧୮ରୁ ୨୨, ଉତ୍ତର ମହାରାଷ୍ଟ୍ର ଅଞ୍ଚଳରେ ୧୨ରୁ ୧୬, ବିଦର୍ଭରେ ୧୬ରୁ ୨୦ ଏବଂ ପଶ୍ଚିମ ମହାରାଷ୍ଟ୍ରରେ ୨୪ରୁ ୨୮ ଆସନ ମିଳିବା ସମ୍ଭାବନା ରହିଛି। ଏନ୍‌ଡିଏକୁ ୪୭.୩ ପ୍ରତିଶତ ଭୋଟ ମିଳିବାକୁ ଥିଲାବେଳେ ଉପାକୁ ୩୮.୫ ଏବଂ ଅନ୍ୟାନ୍ୟ ଦଳଙ୍କୁ ୧୪.୩ ପ୍ରତିଶତ ଭୋଟ ମିଳିବ ବୋଲି ସର୍ଭେ ରିପୋର୍ଟରେ ସୂଚନା ଦିଆଯାଇଛି।
ସେହିପରି ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ଭାଜପାକୁ ୭୯ରୁ ୮୭ ଆସନ ମିଳିବା ସମ୍ଭାବନା ଥିଲାବେଳେ କଂଗ୍ରେସ ମାତ୍ର ୧ରୁ ୭ ମଧ୍ୟରେ ସୀମିତ ରହିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ଭୋଟ ହାର ଅନୁଯାୟୀ ଭାଜପାକୁ ୪୭.୫ ପ୍ରତିଶତ ଭୋଟ ମିଳିବାକୁ ଥିଲାବେଳେ କଂଗ୍ରେସକୁ ୨୧.୪%, ଜନନାୟକ ଜନତା ପାର୍ଟି (ଜେଜେପି)କୁ ୯.୩ ପ୍ରତିଶତ ଓ ଅନ୍ୟାନ୍ୟ ଦଳଙ୍କୁ ୨୧.୪ ପ୍ରତିଶତ ଭୋଟ ମିଳିବ ବୋଲି ଆଇଏଏନ୍‌ଏସ୍‌-ସି ଭୋଟର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଉଭୟ ରାଜ୍ୟରେ ୨୧ ତାରିଖ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ହେଉଥିଲାବେଳେ ୨୪ ତାରିଖରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ୨୭ରେ ଶେଷ ହେବ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାର ୨୯ ଆସନ ଅନୁସୂଚିତ ଜାତି ପାଇଁ ଓ ୨୫ ଆସନ ଅନୁସୂଚିତ ଜନଜାତି ବର୍ଗଙ୍କ ନିମନ୍ତେ ସଂରକ୍ଷିତ ରହିଛି। ମହାରାଷ୍ଟ୍ରରେ ମୋଟ ୮ କୋଟି ୯୫ ଲକ୍ଷ ୬୨ ହଜାର ୭୦୬ ଭୋଟର ସୋମବାର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ଥିଲାବେଳେ ଏଥିପାଇଁ ୧.୮ ଲକ୍ଷ ବାଲଟ ୟୁନିଟ, ୧.୨୮ ଲକ୍ଷ କଣ୍ଟ୍ରୋଲ ୟୁନିଟ ଓ ୧.୩୯ ଲକ୍ଷ ଭିଭିପିଏଟି ବ୍ୟବହାର କରାଯିବ। ବିଭିନ୍ନ ଦଳର ଦାବି ଫଳରେ ପ୍ରଥମ ଓ ଦ୍ୱିତୀୟ ମହଲାରେ ଥିବା ୫୦୦୦ରୁ ଊର୍ଦ୍ଧ୍ୱ ବୁଥ୍‌କୁ ତଳ ମହଲାକୁ ଅଣାଯାଇଛି। ମାଓବାଦୀ ପ୍ରବଣ ଗଡଚିରୋଲି, ଗୋଣ୍ଡିଆ ଅଞ୍ଚଳ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥର ମୋଟ ୯୫,୪୭୩ଟି ମତଦାନ କେନ୍ଦ୍ରରେ ଭୋଟ ନିଆଯିବ।
ହରିୟାଣାରେ ମୁଖ୍ୟତଃ ଭାଜପା, କଂଗ୍ରେସ ଓ ଇଣ୍ଡିଆନ ନ୍ୟାଶନାଲ ଲୋକ ଦଳ (ଆଇଏନ୍‌ଏଲ୍‌ଡି) ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ୧୧୬୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଛନ୍ତି। ୧.୮୩ କୋଟି ଭୋଟର ସୋମବାର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri