ମୁମ୍ବାଇ,୪।୪: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଏବେ ସେଠାରେ ୫୦ ଜଣ କରୋନା ପଜିଟିଭ ସୁସ୍ଥ ହୋଇଥିବା ସୂଚନା ମିଳିଛି। ମହାରାଷ୍ଟ୍ରର ସ୍ୱାସ୍ଥମନ୍ତ୍ରୀ ରାଜେଶ ଟୋପେ ଶନିବାର ଏହି ସୂଚନା ଦେଇଛନ୍ତି। ତେବେ ଶନିବାର ଅପରାହ୍ନ ସୁଦ୍ଧା ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୫୩୭ରେ ପହଂଚିଛି।ସୂଚନାଯୋଗ୍ୟ, ଏବେ ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୦୨ରେ ପହଁଚିଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ।