ମୁମ୍ବାଇ,୨୮।୨: ମହାରାଷ୍ଟ୍ରରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍)ଅବୈଧ ପାକିସ୍ତାନୀ ଓ ବାଲାଂଦେଶୀଙ୍କ ବିରୋଧରେ ଏକ ମୋର୍ଚ୍ଚା ବାହାର କରିଛି। ଏମ୍ଏନ୍ଏସ୍ ପୁରା ମହାରାଷ୍ଟ୍ରରେ ଏକ ପୋଷ୍ଟର ଲାଗାଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ଲେଖାହୋଇଛି ପାକିସ୍ତାନୀ ଓ ବାଲାଂଦେଶୀ ଅନୁପ୍ରବେଶକାରୀଙ୍କ ଠିକଣା ଯିଏ ଦେବ ଉକ୍ତ ବ୍ୟକ୍ତିଙ୍କୁ ୫ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ। ତେବେ ଏହି ସବୁ ପୋଷ୍ଟର ଔରାଙ୍ଗାବାଦରେ ଲଗାଯାଇଥିବା ଜଣାପଡ଼ିଛି।
Posted inଜାତୀୟ