ନୂଆଦିଲ୍ଲୀ,୧୮।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଏବେବି ମନ୍ଥନ ଚାଲିଛି। ସୋମବାର ଏନ୍ସିପି ନେତା ଶରଦ ପାଓ୍ବାର କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ହେଲେ ସରକାର ଗଠନକୁ ନେଇ ଆଉ କିଛି ସମୟ ଲାଗିବ ବୋଲି କୁହାଯାଉଛି। ତେବେ ଶିବସେନା ସହ ମିଶି କଂଗ୍ରେସ ଓ ଏନ୍ସିପି ସରକାର ଗଠନ କରିବାକୁ ନେଇ କୌଣସି ନିଷ୍ପତ୍ତି ନେଇ ପାରି ନ ଥିବା ବେଳେ ଏବେ ଶରଦ ପାଓ୍ବାର ସୋନିଆଙ୍କୁ ଭେଟୁଥିବା କୁହାଯାଉଛି। ଏହା ଭିତରେ ମୁଖ୍ୟମନ୍ତ୍ରୀ ପଦ ଓ ବିଭିନ୍ନ ବିଭାଗକୁ ନେଇ କୌଣସି ନିଷ୍ପତ୍ତି ନିଆଯାଉ ନ ଥିବାରୁ ସରକାର ଗଠନକୁ ନେଇ ସୋନିଆ ଦ୍ୱନ୍ଦ୍ୱରେ ଥିବା କୁହାଯାଉଛି। ରବିବାର ଶରଦ ପାଓ୍ବାର ପୁଣେରେ ଦଳର ନେତାମାନଙ୍କ ସହ ଏକ ବୈଠକ ଆୟୋଜନ କରିଥିବା ବେଳେ ସୋମବାର ଦିଲ୍ଲୀରେ ସୋନିଆଙ୍କୁ ଭେଟିବେ ବୋଲି କୁହାଯାଉଛି।