କଟକ ଅଫିସ,୫।୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଶନିବାରଠାରୁ ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଇଣ୍ଡିଆ-ଏ ଓ ଇଣ୍ଡିଆ-ବି ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଓଦା ଆଉଟ ଫିଲ୍ଡ ଯୋଗୁଁ ବାତିଲ ହୋଇଯାଇଛି। ରବିବାର ଇଣ୍ଡିଆ ବି ଓ ଇଣ୍ଡିଆ ସି’ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଇଣ୍ଡିଆ ସି’ ଦଳରେ ଓଡ଼ିଶାର ମାଧୁରୀ ମେହେତା ରହିଛନ୍ତି। ନୂଆ ବର୍ଷରୁ ରାଜ୍ୟରେ ବର୍ଷା ସାଙ୍ଗକୁ କୋହଲା ପାଗ ଜାରି ରହିଛି। ତେବେ ରବିବାର ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଥିବାରୁ ମ୍ୟାଚ୍ ଖେଳାଯିବାର ଆଶା ରହିଛି।