ମହିଳାଙ୍କ ଓଜନ ବଢ଼ିବାର ୫ ମୁଖ୍ୟ କାରଣ

ଦ ଓବେସିଟି ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବିବାହର ୫ ବର୍ଷ ଭିତରେ ପାଖାପାଖି ୮୨ ପ୍ରତିଶତ ଦମ୍ପତିଙ୍କର ଓଜନ ୫ରୁ ୧୦ କିଲୋ ବଢ଼ି ଯାଇଥାଏ। ଏହି ଘଟଣାରେ ମହିଳାମାନେ ସବୁଠାରେ ଆଗରେ ଅଛନ୍ତି। ସେମାନଙ୍କ ଓଜନ ପୁରୁଷଙ୍କ ତୁଳନାରେ ଖୁବ୍‌ଶୀଘ୍ର ବଢ଼ିଥାଏ। ନୂଆ ନୂଆ ବାହାଘର ପରେ ଯେତେବେଳେ ହଠାତ୍‌ ଓଜନ ବଢ଼ିବାରେ ଲାଗିଥାଏ, ଲୋକେ ଚିନ୍ତିତ ହୋଇପଡ଼ିଥାନ୍ତି। ଆଉ ମନ ଭିତରେ ଅନେକ ପ୍ରକାର ପ୍ରଶ୍ନ ଆସିଥାଏ। ତେବେ ୫ଟି କାରଣ ଯୋଗୁ ଓଜନ ବୃଦ୍ଧି ପାଇଥାଏ…
* ଖାଦ୍ୟପେୟରେ ପରିବର୍ତ୍ତନ
ବିବାହ ପରେ ଝିଅର ଘର ବଦଳି ଯାଇଥାଏ। ଘର ବଦଳିବା ସହିତ ଅନେକ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆସେ। ଯେମିତିି ଖାଦ୍ୟପେୟ। ବାପଘର ଏବଂ ଶାଶୁଘର ଖାଦ୍ୟରେ ମସଲା ଓ ପ୍ରସ୍ତୁତି ଶୈଳୀ ଅଲଗା ହୋଇଥାଏ, ଯେଉଁ କାରଣରୁ ପାଚନକ୍ରିୟା ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହାଛଡ଼ା ବାପଘରେ ଖାଦ୍ୟ ଖାଇବା ପରେ ଏଠିସେଠି ବୁଲିବା କିମ୍ବା ଏପଟ ସେପଟ ହେବା ଦିନଚଯର୍‌ୟାରେ ସାମିଲ ଥିଲା,  ଶାଶୁଘରେ ଏହି ସୁବିଧା ସେଭଳି  ମିଳି ନ ଥାଏ।
*ବାହାରେ ଖାଇବା
ବିବାହ ପରେ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କ ସହ ମିଶି ଖାଇବା କିଛି ସପ୍ତାହ ପର୍ଯ୍ୟନ୍ତ ଜାରି ରହିଥାଏ। ଏହାରି ଭିତରେ ହନିମୁନ୍‌ରେ ସବୁ ପ୍ରକାର ଖାଦ୍ୟର ମଜା ନିଅନ୍ତି, ଯେଉଁଥି ପାଇଁ  ଆବଶ୍ୟକତାଠାରୁ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ମଧ୍ୟ ଖାଇଥାନ୍ତି। ଓଜନ ବଢ଼ିବାର ଏହା ମଧ୍ୟ ଆଉ ଏକ କାରଣ ।
*ଦାୟିତ୍ୱବୋଧତା
ବିବାହ ପରେ ଝିଅମାନେ ନିଜ ପସନ୍ଦର ନୁହେଁ, ବରଂ ସ୍ବାମୀ ଏବଂ ଶାଶୁଘର ଲୋକଙ୍କ ପସନ୍ଦ ଅନୁସାରେ ଖାଦ୍ୟ ପ୍ରସ୍ତୁତ କରିଥାଆନ୍ତି। ଶାଶୁଘର ଲୋକଙ୍କୁ ଖୁସି କରିବା ଉଦ୍ଦେଶ୍ୟରେ ଅଧିକ ଘିଅ, ମସଲା ବ୍ୟବହାର କରିଥାଆନ୍ତି। ଏତେ ପରିଶ୍ରମରେ ପ୍ରସ୍ତୁତ କରିଥିବା ଖାଦ୍ୟ ଯେପରି ନଷ୍ଟ ନ ହେବ, ବେଳେବେଳେ ଅଧିକ ଖାଇବା ମଧ୍ୟ ହୋଇଯାଏ। ସମୟ ସହ ବଦଳୁଥିବା ଏଭଳି ଲାଇଫ୍‌ ଷ୍ଟାଇଲ ମଧ୍ୟ  ଓଜନ ବଢ଼ିବାରେ ଅନ୍ୟ ଏକ ମୁଖ୍ୟ କାରଣ ହୋଇଥାଏ।
*ଅବହେଳା/ଅସାବଧାନତା
ବିବାହ ପୂର୍ବରୁ ଅନେକ ଲୋକ ଆକର୍ଷଣୀୟ ଦେଖାଯିବା ପାଇଁ ଖାଦ୍ୟପେୟରେ ଧ୍ୟାନ ରଖିବା ସହ ନିୟମିତ ବ୍ୟାୟାମ କରିଥାଆନ୍ତି। କିନ୍ତୁ ବିବାହ ପରେ ସବୁକିଛି ଓଲଟପାଲଟ ହୋଇଯାଏ। ନ ଚାହିଁ ବି ଲୋକେ ଚିନ୍ତାଗ୍ରସ୍ତ ହୋଇପଡ଼ିଥାନ୍ତି ଏବଂ ଅନେକଙ୍କୁ କାର୍ଯ୍ୟବ୍ୟସ୍ତତା ଯୋଗୁ ବ୍ୟାୟାମ ପାଇଁ ସମୟ ମିଳି ନ ଥାଏ। ଖାଇବା, ପିଇବାର ସମୟ ବଦଳିଯାଏ। କେବେକେବେ ଏହି ଭାବନା ମନ ଭିତରେ ଘର ବସା ବାନ୍ଧିଥାଏ ଯେ ଏବେ ତ ବିବାହ ସରିଯାଇଛି, ଆଉ କ’ଣ ଫରକ ପଡ଼ିବ।
* ଷ୍ଟ୍ରେସ/ଚାପ
ବିବାହ ପରେ ନୂଆ ଘର ବା ପରିବେଶରେ ଖାପ ଖୁଆଇ ଚଳିବା ସାମାନ୍ୟ କଷ୍ଟକର ହୋଇପଡ଼େ। ଏଭଳି ସ୍ଥିତିରେ ଯଦି ଝିଅଟି କର୍ମଜୀବିନୀ ଥାଏ, ତା’ହେଲେ ବୋଝ ଆହୁରି ବଢ଼ିଯାଏ। ଅଫିସ ସହିତ ଘରେ ବି ନିଜର ବେଷ୍ଟ ଦେବା ପ୍ରୟାସରେ ସବୁବେଳେ ଚିନ୍ତାଗ୍ରସ୍ତ ରହିଥାଏ। ଧୀରେଧୀରେ ଷ୍ଟ୍ରେସ ଇଟିଙ୍ଗର ଶିକାର ହୋଇ ଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚିନାବାଦାମ ଖାଉଥିଲେ

ଚିନାବାଦାମ ଖାଇବା ଅନେକଙ୍କର ପସନ୍ଦ। ତେବେ ଭଜା ଚିନାବାଦାମ ତୁଳନାରେ ସିଝା ଚିନାବାଦାମ ଖାଇଲେ ଶରୀରକୁ ଅନେକ ଉପକାର ମିଳିଥାଏ। ପ୍ରଥମତଃ ଭଜା ଚିନାବାଦାମ ତୁଳନାରେ...

ଫଟୋ ବି ବଦଳାଇପାରେ ଭାଗ୍ୟ: ଜାଣନ୍ତୁ କେମିତି…

ପ୍ରତ୍ୟେକ ବ୍ୟକ୍ତିଙ୍କର ସମସ୍ୟା ଭିନ୍ନ ଭିନ୍ନ ହୋଇଥାଏ। କାହାର ଚାକିରିକୁ ନେଇ ଟେନ୍‌ସନ୍‌ ରହିଥାଏ ତ କାହାର ବିଜ୍‌ନେସ୍‌କୁ ନେଇ। ପୁଣି କିଏ ପଇସାପତ୍ର ପାଇଁ...

ଟେନ୍‌ସନ୍‌ରେ ରହୁଛନ୍ତି କି? ଦେଖାଦେଇପାରେ ଏହି ବଡ଼ ସମସ୍ୟା…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ଜୀବନଶୈଳୀ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର। କାରଣ ନିଜକୁ ସୁସ୍ଥ ରଖିବା ପଛରେ ଏହା ଅନେକାଂଶରେ ସାହାଯ୍ୟ କରିଥାଏ।...

ସୁସ୍ଥ ହୃତ୍‌ପିଣ୍ଡ, ନୀରୋଗ ଶରୀର

ମଣିଷ ଶରୀରରେ ହୃତ୍‌ପିଣ୍ଡ ମୁଖ୍ୟତଃ ଏକ ମାଂସପେଶୀୟ ଅଙ୍ଗ। ଏହାର ଆକାର ହାତର ମୁଠା ସହ ପ୍ରାୟ ସମାନ। ଓଜନ ୨୫୦-୩୫୦ ଗ୍ରାମ୍‌, ଲମ୍ବ ୧୨...

Featured Video Play Icon

ଖାଲି ପେଟରେ କାହିଁକି ଖାଆନ୍ତି ଗ୍ୟାସ ବଟିକା?

ଅଧିକ ଖାଇ ଦେଲେ ଗ୍ୟାସ ହୁଏ , କିଛି ନ ଖାଇଲେ ବି ଗ୍ୟାସ ହୁଏ କାହିଁକି ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର।

ଏସବୁ ଗୁଣକୁ କାଢ଼ି ଫୋପାଡି ଦେଲେ ରାତାରାତି ହୋଇଯିବେ…

ମହାନ ଆଚାର୍ଯ୍ୟ ତଥା ପଣ୍ଡିତ ଚାଣକ୍ୟଙ୍କ ନୀତିଶାସ୍ତ୍ର ବିଭିନ୍ନ ବିଷୟ ଉପରେ ପ୍ରଚାର କରିବା ସହିତ ସଠିକ୍‌ ମାର୍ଗଦର୍ଶନ କରାଇଥାଏ। ସେ ବ୍ୟକ୍ତିଗତ ହେଉ କି...

ସନ୍ତୁଳିତ ରହିବ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣ କରେ ଏବଂ...

କୃତ୍ରିମ ରକ୍ତ

ପିଟ୍ସବର୍ଗ ମେଡିକାଲ ୟୁନିଭରସିଟିର ରୋଗୀ ରକ୍ତ ପରିଚାଳନା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜୋନାଥନ ୱାଟର୍ସ ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ବ୍ୟବହାର କରି ଅନେକ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri