ପାଟଣା,୧୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ଡିମିରିଡିହା ଗ୍ରାମର ଜଣେ ବୃଦ୍ଧଙ୍କର ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି । ମୃତକ ହେଲେ ଅବସରପ୍ରାପ୍ତ ଶିକ୍ଷକ ଦୈତାରୀ ବେହେରା (୬୪)।
ସୂଚନା ଅନୁଯାୟୀ, ଦୈତାରୀ ନିଜ ଗାଁରୁ ପାଟଣା ବଜାରକୁ ବାଇକ୍ରେ ଯାଉଥିବା ବେଳେ ଗୁଳୁଦୀପଶି ଗାଁ ମୁଣ୍ଡରେ ଏକ ବରଗଛରେ ବସାବାନ୍ଧିଥିବା ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।