ମାଇକେଲ ପାତ୍ରଙ୍କ ଲାଗି ଚ୍ୟାଲେଞ୍ଜ ହେବ ମୁଦ୍ରାସ୍ଫୀତି,ଅଭିବୃଦ୍ଧି

ନୂଆଦିଲ୍ଲୀ,୧୫-୧: ରିଜର୍ଭ ବ୍ୟାଙ୍କର ଗଭର୍ନର ପଦବୀରେ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଟିମ୍‌ରେ ଡେପୁଟି ଗଭର୍ନର ଭାବେ ଓଡ଼ିଶାର ବିଭୁ ପ୍ରସାଦ କାନୁନଗୋ ରହିଛନ୍ତି। ଏହି ଶୀର୍ଷ ଟିମ୍‌ରେ ନୂଆ କରି ଆଉ ଜଣେ ଓଡ଼ିଆ ଯୋଗ ଦେଇଛନ୍ତି। ନୂଆ ଡେପୁଟି ଗଭର୍ନର ମାଇକେଲ ଦେବବ୍ରତ ପାତ୍ରଙ୍କୁ ଏହି ଟିମ୍‌ରେ ସରକାର ସାମିଲ କରିଛନ୍ତି। ପାତ୍ର ଏହା ପୂର୍ବରୁ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ଭାବେ କାର୍ଯ୍ୟରତ ଥିଲେ। ୧୯୮୫ରେ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇଥିବା ପାତ୍ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି। ସେ ୩ ବର୍ଷ ଲାଗି ନୂଆ ପଦବୀରେ କାର୍ଯ୍ୟ କରିବେ। ୨୦୦୫ରେ ଆର୍‌ବିଆଇ ମୁଦ୍ରାନୀତି କମିଟି ବିଭାଗକୁ ଆସିବା ପୂର୍ବରୁ ସେ ଅର୍ଥନୈତିକ ବିଶ୍ଳେଷଣ ଏବଂ ନୀତି ବିଭାଗରେ ପରାମର୍ଶଦାତା ତଥା ଇଣ୍ଟରନ୍ୟାଶନାଲ ଫାଇନାନ୍ସ, ମନି ଆଣ୍ଡ ବ୍ୟାଙ୍କିଙ୍ଗ ବିଭାଗର ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି। ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି ମୁମ୍ବାଇରୁ ଅର୍ଥନୀତିରେ ପିଏଚ୍‌ଡି ହାସଲ କରିଛନ୍ତି। ହାଭାର୍ଡ ବିଶ୍ୱବିଦ୍ୟାଳୟରେ ଆର୍ଥତ୍କ ସ୍ଥିରତା ବିଭାଗରେ ପୋଷ୍ଟ ଡକ୍ଟରାଲ ରିସର୍ଚ୍ଚ ମଧ୍ୟ କରିଛନ୍ତି। ଆଇଏମ୍‌ଏଫ୍‌ ଇନଷ୍ଟିଚ୍ୟୁଟ ଅନ୍‌ ଫାଇନାନ୍‌ସିଆଲ ପ୍ରୋଗ୍ରାମିଙ୍ଗ ଏବଂ ବ୍ୟାଙ୍କ୍‌ ଅଫ୍‌ ଇଂଲଣ୍ଡର ସେଣ୍ଟର ଫର ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ଷ୍ଟଡିଜରେ ପାତ୍ର ପ୍ରଫେଶନାଲ ତାଲିମ ଗ୍ରହଣ କରିଛନ୍ତି।
ମୁଦ୍ରାସ୍ଫୀତି ଲକ୍ଷ୍ୟ, ନଗଦ ପରିଚାଳନା ଏବଂ ମାକ୍ରୋଇକୋନୋମି ଭଳି ବିଭିନ୍ନ ଦିଗରେ ସେ ବର୍ତ୍ତମାନ ନୂଆ ଦାୟିତ୍ୱରେ କାର୍ଯ୍ୟ କରିବେ। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ୨୦୧୯ରେ ଲଗାତର ରେପୋ ରେଟ ହ୍ରାସ ବେଳେ ସେ ଭୋଟ ଦେଇଥିଲେ। ମାତ୍ର ଡିସେମ୍ବର ମୁଦ୍ରାନୀତି କମିଟି ବୈଠକରେ ସୁଧହାରରେ ବିରତି ନେଇ ପାତ୍ରଙ୍କ ସମେତ କମିଟିର ଅନ୍ୟ ମାନେ ଭୋଟ କରିନଥିବା ଦେଖାଯାଇଥିଲା। ଅର୍ଥ ବ୍ୟବସ୍ଥା ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଖୁଚୁରା ମୁଦ୍ରାସ୍ଫୀତି ସାଢେ ପାଞ୍ଚ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି। ଦେଶର ଅର୍ଥ ବ୍ୟବସ୍ଥାର ସ୍ଥିତି ଠିକ୍‌ ନ ଥିବା କାରଣରୁ ୨୦୧୯-୨୦ରେ ଜିଡିପି ହାର ୫% ରହିବ ବୋଲି ଆର୍‌ବିଆଇ ପୂର୍ବାନୁମାନ କରିଛି। ଏଭଳି ବିଭିନ୍ନ ପ୍ରସଙ୍ଗ ପାତ୍ରଙ୍କ ଲାଗି ଚ୍ୟାଲେଞ୍ଜ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri