ମାଓବାଦୀଙ୍କ ଗୁଳିରେ ଜିଆର୍‌ଏସ୍‌ଙ୍କ ମୃତ୍ୟୁ ଘଟଣା : ସଂଯୁକ୍ତାଙ୍କ ସ୍ବାମୀଙ୍କୁ ମିଳିଲା ୩୦ ଲକ୍ଷ

ଫିରିଙ୍ଗିଆ, ୨୯।୬-ସାଧାରଣ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ମାଓବାଦୀଙ୍କ ଗୁଳିରେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର ଜିଆର୍‌ଏସ୍‌ ସଂଯୁକ୍ତା ଦିଗାଳଙ୍କ ମୃତ୍ୟୁ ଘଟିଥିଲା। ମୃତ ସଂଯୁକ୍ତାଙ୍କ ସ୍ବାମୀ ଜିମେନ୍ଦ୍ର ଦିଗାଲଙ୍କୁ ସରକାରୀ ସହାୟତା ମିଳିଛି। ଜିଲା ପ୍ରଶାସନର ଏକ ଟିମ୍‌ ଜିମେନ୍ଦ୍ରଙ୍କ ଘରକୁ ଯାଇ ୩୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ତାଙ୍କୁ ସରକାରୀ ଚାକିରି ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରାଯିବ ବୋଲି ବିଡିଓ ପ୍ରବୀଣ କୁମାର ବାଣୁଆ ପ୍ରକାଶ କରଛନ୍ତି। ଚେକ୍‌ ପ୍ରଦାନ ବେଳେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ଫୁଲବାଣୀ ତହସିଲଦାର ପୁନମ ରାଉତ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦ୍ମ ଚରଣ ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏପ୍ରିଲ ୧୭ରେ ପୋଲିଂ ପାଟି ଚେକିଂ ପାଇଁ ଏକ ଗାଡିରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ) ପ୍ରକାଶ ଦାସ, ମେସେଞ୍ଜର ତଥା ଜିଆରଏସ୍‌ ସଂଯୁକ୍ତା ଏବଂ ଅନ୍ୟମାନେ ଯାଉଥିଲେ। ବାଲନ୍ଦାପଡାଠାରୁ ୧୦/୧୨ କିମି ଦୂର ବାରାହାଲାଠାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଡ୍ରାଇଭର ତୁରନ୍ତ ଗାଡି ଅଟକାଇ ପଛକୁ ବୁଲାଇ ଫେରିବାକୁ ଚେଷ୍ଟା କଲା ବେଳେ ଗୁଳି ଫୁଟିଥିଲା। ଗୁଳିଟି ସଂଯୁକ୍ତାଙ୍କ ମୁଣ୍ଡରେ ବାଜିଥିଲା। ଡ୍ରାଇଭର ଗାଡି ନ ଅଟକାଇ ବାଲନ୍ଦାପଡା ଡାକ୍ତରଖାନାକୁ ଆସିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ/ଭୁବନେଶ୍ୱର,୧୦ା୧୧: ପୁଣି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ଡିସେମ୍ବର ୪ରେ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସି ପୁରୀରେ ନୌସେନା ଦିବସ ପାଳନ ଉତ୍ସବରେ...

ଆମ୍ବଟାକୁଆ ଜାଉ ଖାଇବା ଘଟଣା: ପୀଡ଼ିତା କହିଲେ ପଛ କଥା ଆଉ ମନେ ପଡୁନି, ଏବେ ଦୁର୍ବଳ ଲାଗୁଛି

ଦାରିଙ୍ଗବାଡ଼ି,୧୦ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କାରେ ଆମ୍ବଟାକୁଆ ଖାଇ ଏବେ ମଧ୍ୟ ୩ ଜଣ ଚିକିତ୍ସାଧୀନ ରହିଥିବା ବେଳେ ଆଉ ୩ ଜଣ...

ବସ୍ତିରୁ ମିଳିଲା ମହିଳାଙ୍କ ମୃତଦେହ: ସ୍ବାମୀ ପୋଲିସକୁ କହିଥିବା କଥାକୁ ନେଇ ବଢ଼ୁଛି ସନ୍ଦେହ

ଭୁବନେଶ୍ବର୧୦।୧୧: ଭୁବନେଶ୍ବରସ୍ଥିତ ୟୁନିଟ-୪ ରାମପୁର ବସ୍ତିରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ରାତିରେ ଖାଇ ଶୋଇଥିବା ବେଳେ ସକାଳେ ମୃତଦେହ ମିଳିବା ଘଟଣାକୁ...

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଛାତ୍ରୀ ଶୌଚାଳୟ ବ୍ଲକ ଭୂତ କୋଠି

ବ୍ରହ୍ମପୁର,୧୦।୧୧(ସ୍ବାଧୀନ ଶେଖର ପାଢ଼ୀ ): ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରୁ ଅଗଣିତ ମେଧାବୀ ଆଜି ରାଜ୍ୟ, ଦେଶ ବିଦେଶରେ ନିଜ କାର୍ଯ୍ୟଦକ୍ଷତା...

ଓଡ଼ିଶାରେ ଲାଗିଛି ଆନ୍ଧ୍ରର ଫଳକ

ଗୁଣପୁର,୧୦।୧୧(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ୍‌ର ଆନ୍ଧ୍ର ସୀମାନ୍ତ ମାରମା ପଞ୍ଚାୟତ କାମନାଗୁଡା ଏବଂ ତୋଟାଗୁଡା ଅଞ୍ଚଳରେ ଆନ୍ଧ୍ରର ଏକ ବେସରକାରୀ ସଂସ୍ଥାର...

ସ୍ଲରି ପାଇପ୍‌ଲାଇନ ଫାଟି ଫସଲ ନଷ୍ଟ

କେନ୍ଦୁଝର/ଯୋଡ଼ା,୧୦।୧୧: (ମାନସ ମହାନ୍ତି/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ନୟାଗଡ଼ ପଞ୍ଚାୟତ କୋଟୁପାଲି ଗାଁରେ ସ୍ଲରି ପାଇପ୍‌ ଲାଇନ କୌଣସି କାରଣରୁ ଫାଟିଯାଇଛି।...

୧୬ ଯାଏ ଶୁଖିଲା ପାଗ

ଭୁବନେଶ୍ୱର,୯ା୧୧(ଅନୁରାଧା ମହାରଣା)- ଆସନ୍ତା ୫ଦିନ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ୧୬ ତାରିଖ ଯାଏ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ପାଗ ଶୁଖିଲା...

ପୋତିଦେଲେ ଅନନ୍ତ ବାସୁଦେବଙ୍କ ଐତିହ୍ୟ କୂଅ

ପୁରୁଣା ଭୁବନେଶ୍ବର,୯ା୧୧(ସୁବାସ ଚନ୍ଦ୍ର ପ୍ରଧାନ): ଏକାମ୍ର କ୍ଷେତ୍ରର ଅନ୍ୟତମ ଐତିହ୍ୟ ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଥିବା ପୁରାତନ କୂଅକୁ ପୋତିଦିଆଯାଇଛି। ଏଥିସହ କୁଅ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri