ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ ଆରମ୍ଭ :୪ ରୁଟ୍‌ରେ ସରକାରୀ ବସ୍‌ ଚଳାଚଳ ବନ୍ଦ

ବ୍ରହ୍ମପୁର ଅଫିସ,୩ା୧୨-ସୋମବାରରୁ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ କରାଯାଉଛି । ପୂର୍ବରୁ ସପ୍ତାହ ପାଳନ ବେଳେ ବ୍ୟାପକ ହିଂସା ହୋଇଥାଏ। ସରକାରୀ ଗାଡ଼ିଗୁଡ଼ିକକୁ ମାଓବାଦୀମାନେ ଜାଳି ଦେଉଥିବା ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ସତର୍କ ହୋଇଯାଇଛି ଓଡ଼ିଶା ରାଜ୍ୟ ପରିବହନ ନିଗମ। ୪ ରୁଟ୍‌ରେ ସରକାରୀ ବସ୍‌ ଚଳାଚଳ ବନ୍ଦ ରହିଛି। ବ୍ରହ୍ମପୁରରୁ ଭାୟା ଗୁମୁଡ଼ା ହୋଇ ଯାଉଥିବା ବସ୍‌ଗୁଡ଼ିକ ବନ୍ଦ ରହିଛି। ବିଶେଷକରି ବ୍ରହ୍ମପୁରରୁ ବାଲିମେଳା, ରାୟଗଡ଼ା ଏବଂ ଉମରକୋଟ ବସ୍‌ ଉଭୟ ପଟରୁ ଚଳାଚଳ ବନ୍ଦ କରି ଦିଆଯାଇଛି। ସେହିଭଳି ଭଞ୍ଜନଗରରୁ ମଧ୍ୟ ବସ୍‌ ଚଳାଚଳ ବନ୍ଦ ରହିଛି। ଭଞ୍ଜନଗରରୁ ସୁନାବେଡ଼ା, ମାଲ୍‌କାନଗିରି ଏବଂ ଇନ୍ଦ୍ରାବତୀକୁ ବସ୍‌ ଚଳାଚଳ ବନ୍ଦକରି ଦିଆଯାଇଛି। ଅନ୍ୟପଟେ ଭୁବନେଶ୍ୱର ଏବଂ କଟକରୁ ବସ୍‌ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ଭୁବନେଶ୍ୱରରୁ ବ୍ରହ୍ମପୁର ହୋଇ ମୋଟୁ, ମାଲକାନଗିରିକୁ ବସ୍‌ ଚଳାଚଳ ବନ୍ଦ ରହିଛି। ସେହିଭଳି କଟକରୁ ଚିତ୍ରକୋଣ୍ଡା ଏବଂ ରାୟଗଡ଼ା ମଧ୍ୟ ବସ୍‌ ଚଳାଚଳ କରୁନି। ତେବେ ଘରୋଇ ବସ୍‌ଗୁଡ଼ିକ ଚଳାଚଳ କରୁଥିବା ସୂଚନା ମିଳିଛି। ଏ ନେଇ ଜିଲା ପରିବହନ ପରିଚାଳକ (ଡିଟିଏମ୍‌) ଧୀରେନ କୁମାର ଦାଶ କହିଛନ୍ତି, ମାଓବାଦୀଙ୍କ ପିଏଲଜି ସପ୍ତାହ ପାଳନ ଅବସରରେ ସରକାରୀ ବସ୍‌ଗୁଡ଼ିକ ଉପରୋକ୍ତ ରୁଟରେ ବନ୍ଦ କରି ଦିଆଯାଇଛି। ଅନ୍ୟପଟେ ପୋଲିସ ତରଫରୁ ଏ ନେଇ ଘରୋଇ ମାଲିକମାନଙ୍କୁ ବସ୍‌ ଚଳାଚଳ ବନ୍ଦ ନ କରିବା ପାଇଁ ନିବେଦନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ସହ ବ୍ୟାପକ ପାଟ୍ରୋଲିଂ ଚାଲିଥିବା ଯୋଗୁ ଭୟଭୀତ ନ ହୋଇ ବସ୍‌ ଚଳାଚଳ ସ୍ବାଭାବିକ କରିବାକୁ ପୋଲିସ ତରଫରୁ କୁହାଯାଇଛି। ତଥାପି ସରକାରୀ ବସ୍‌ଗୁଡ଼ିକ ହିଂସା ଭୟରେ ବନ୍ଦ ରହୁଛି। ଫଳରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଯାତ୍ରୀମାନେ ହଇରାଣ ହେବା ଆଶଙ୍କା ଦେଖାଦେଇଛି ।
୨୦୦୦ ରେ ମାଓବାଦୀ ସଂଗଠନଗୁଡ଼ିକ ତରଫରୁ ପିପୁଲ୍‌ସ ଲିବରେଶନ୍‌ ଗରିଲା ଆର୍ମି (ପିଏଲ୍‌ଜିଏ) ସ୍ଥାପନ କରାଯାଇଥିଲା ।
ଏହା ପରଠୁ ବିଭିନ୍ନ ସମୟରେ ମାଓବାଦୀମାନେ ପିଏଲ୍‌ଜିଏ ସପ୍ତାହ ଡାକରା ଦେଇଥାନ୍ତି। ସପ୍ତାହ ପାଳନ ବେଳେ ଅନେକ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା। ମାଓବାଦୀମାନେ ସରକାରୀ ସମ୍ପତ୍ତି ଧ୍ୱଂସ କରିଦେଇଥାନ୍ତି ।
୨୦୦୯ ଡିସେମ୍ବର ୨୮ରେ ମାଓବାଦୀମାନେ ପିଏଲ୍‌ଜିଏ ସପ୍ତାହ ପାଳନ ବେଳେ ଗଜପତି ଜିଲା ବିରିକୋଟ ଏବଂ ରାଇପଙ୍କା ନିକଟରେ ୪ ଓଏସ୍‌ଆର୍‌ଟିସି ବସ୍‌କୁ ଅଟକାଇଥିଲେ। ଏହି ବସ୍‌ଗୁଡ଼ିକ ବ୍ରହ୍ମପୁର-ଜୟପୁର, କଟକ- ଜୟପୁର ଏବଂ ବ୍ରହ୍ମପୁର- ଭବାନୀପାଟଣା ଯାତ୍ରା କରୁଥିଲା। ମାଓବାଦୀମାନେ ବସ୍‌କୁ ଅଟକାଇ ଯାତ୍ରୀମାନଙ୍କୁ ପଦାକୁ ବାହାର କରି ଦେଇଥିଲେ । ୪ ବସ୍‌ରେ ଡିଜେଲ୍‌ ଢ଼ାଳି ନିଅଁା ଲଗାଇ ଦେଇଥିଲେ । ରାତି ତମାମ୍‌ ଯାତ୍ରୀମାନେ ସେଠାରେ ଅଟକି ରହିଥିଲେ। ଏହା ପରଠୁ ବିଭିନ୍ନ ସମୟରେ ପିଏଲ୍‌ଜିଏ ସପ୍ତାହ ପାଳନ ବେଳେ ରାସ୍ତା କାଟିବା ସହ ଗଛ ପକାଇ ଦେଇଥାନ୍ତି । ବସ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥାଏ । ମାଓବାଦୀମାନେ ବସ୍‌ କର୍ମଚାରୀଙ୍କୁ ଅଟକାଇ ଧମକ ଦେଇଥାନ୍ତି । ଫଳରେ ବିଗତ କିଛି ବର୍ଷ ହେଲା ପିଏଲ୍‌ଜିଏ ସପ୍ତାହ ପାଳନ ବେଳେ ମାଓବାଦୀ ପ୍ରବଣ ଅଞ୍ଚଳକୁ ବସ୍‌ ନେବାକୁ କର୍ମଚାରୀମାନେ ରାଜି ହୋଇ ନ ଥାନ୍ତି । ଏଣୁ ବସ୍‌ ଚଳାଚଳ ବନ୍ଦ ରଖାଯାଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରି ଜେଲ୍‌ ଗଲେ ଦମ୍ପତି

ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ): ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଧରାକୋଟ,୧୯।୯: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଂହିରା ପଲ୍ଲି ନିକଟରେ ଦୁର୍ଘଟଣା ଘଟିଛି। ଅଙ୍ଗନବାଡ଼ିରୁ ଫେରୁଥିବା ୩ ବର୍ଷର ଛାତ୍ରଙ୍କୁ ଏକ ବାଇକ୍‌ ଧକ୍କା...

ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଲାଗି ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୁଷୋତ୍ତମପୁର,୧୯।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅଧକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଗୁରବାର ଅନୁଷ୍ଟିତ ହୋଇଯାଇଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri