ମାଓବାଦୀଙ୍କ ଶହୀଦ ସପ୍ତାହ : କୋରାପୁଟ ଜିଲାରେ ହାଇଆର୍ଲଟ, ଗାଡ଼ି ଚଳାଚଳ ବନ୍ଦ

କୋରାପୁଟ,୨୮।୭(ସ୍ବ.ପ୍ର.): ଅବିଭକ୍ତ କୋରାପୁଟ ଜିଲାରେ ମାଓବାଦୀଙ୍କ ପକ୍ଷରୁ ଶହୀଦ ସପ୍ତାହ ଆରମ୍ଭ ହୋଇଥିବାବେଳେ କୋରାପୁଟରେ ଆଂଶିକ ପ୍ରଭାବ ଦେଖାଯାଇଛି। ବିଶେଷକରି ଜିଲାର ପଟ୍ଟାଙ୍ଗି ବ୍ଲକର ଆବଲି, ଏ.ଗୋଲୁର, ତଳ ଗୋଲୁର, ନନ୍ଦପୁର ବ୍ଲକର ପାଡ୍ରୁଆ, ଅତଣ୍ଡା ଅଞ୍ଚଳ, ଲମତାପୁଟ ବ୍ଲକର ଅନକାଡେଲି, ଜଲାପୁଟ, ମାଛକୁଣ୍ଡ, ବୈପାରୀଗୁଡ଼ା ବ୍ଲକର କିଛି ଅଞ୍ଚଳରେ ଗାଡ଼ି ଚଳାଚଳ ବନ୍ଦ ରହିଥିବାବେଳେ ଦୋକାନ ବଜାର ସ୍ବାଭାବିକ ଭାବେ ଖୋଲାଯାଇଥିବା ଦେଖିବାକୁ ମିଳିଛି। ଗତ କିଛି ମାସ ତଳେ କୋରାପୁଟ ପୋଲିସ ଦ୍ୱାରା ପାଡ୍ରୁ୍ରଆ ଥାନା ଅନ୍ତର୍ଗତ କିତୁବା ଜଙ୍ଗଲରେ ୫ ମାଓବାଦୀଙ୍କୁ ଏନ୍‌କାଉଣ୍ଟର କରି ମାରିବା ଓ ଶନିବାର ଛତିଶଗଡ଼ ରାଜ୍ୟର ବସ୍ତର ଜିଲାର ପିରିୟମ କୋଟ ଜଙ୍ଗଲରେ ସିଆର୍‌ପିଏଫ୍‌ ପକ୍ଷରୁ ଏନ୍‌କାଉଣ୍ଟରରେ ୭ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଯୋଗୁ ମାଓବାଦୀ ଶିବିରରେ ଏବେ ପୋଲିସ ଓ ଯବାନକୁ ଟାର୍ଗେଟ କରି କୌଣସି ବଡ଼ଧରଣର ଅଘଟଣ କରିବା ନେଇ ସମ୍ଭାବନା ରହିଛି। ଏନେଇ ପୋଲିସ ଓ ଯବାନମାନଙ୍କ ପକ୍ଷରୁ ଜିଲାର ଆନ୍ଧ୍ର ଓ ଛତିଶଗଡ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବାବେଳେ କୋମ୍ବିଂ ଅପରେଶନକୁ ଜୋର୍‌ଦାର କରାଯାଇଛି। ଜୁଲାଇ୨୮ରୁ ଅଗଷ୍ଟ ୩ ତାରିଖ ଯାଏ ମାଓବାଦୀମାନେ ଶହୀଦ ସପ୍ତାହ ପାଳନ କରୁଥିବାରୁ ଜିଲାର ମାଓବାଦୀ ପ୍ରବଣ ସମସ୍ତ ଥାନା ଅଞ୍ଚଳରେ ହାଇଆର୍ଲଟ ଜାରି ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସଂପୃକ୍ତ ଅଞ୍ଚଳରେ ବିଏସ୍‌ଏଫ୍‌, ଏସ୍‌ଓଓଜି, ଡିଭିଏଫ, କୋବ୍ରା ବାହିନୀ ପକ୍ଷରୁ କୋମ୍ବିଂକୁ ଜୋରଦାର କରାଯାଇଥିବା ଜିଲା ଆରକ୍ଷୀ ଅଧୀକ୍ଷକ କନୱର ବିଶାଳ ସିଂ ପ୍ରକାଶ କରିଛନ୍ତି। ଜୟପୁର ପରିବହନ ଡିଭିଜନର ୧୭ଟି ରୁଟ୍‌ରେ ସମସ୍ତ ସରକାରୀ ବସକୁ ବନ୍ଦ କରାଯାଇଛି। ସେହିପରି ଲମତାପୁଟ, ରାମଗିରି, ବନ୍ଧୁଗାଁ, ନାରାୟଣପାଟଣା ଆଦି ସ୍ଥାନକୁ କେତେକ ବେସରକାରୀ ବସ ବନ୍ଦ ରହିଛି। ଫଳରେ ବହୁ ଯାତ୍ରୀ କୋରାପୁଟ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରି ରହିଥିବାର ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାରଗୁଡ଼ା ଲୋକ ମହୋତ୍ସବ ଉଦ୍‌ଯାପିତ

ନୂଆପଡ଼ା,୫ା୪(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ମାରଗୁଡ଼ା ଲୋକ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆଙ୍କ...

ମହଙ୍ଗା ପଡ଼ିଲା ପୋଲିସକୁ ପଥର ମାଡ଼

ଥୁଆମୂଳ ରାମପୁର,୫ା୪(ଦୁର୍ଗା କୀର୍ତ୍ତି): ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ କ୍ଷତିପୂରଣ ଦାବିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସମ୍ମୁଖରେ ଶୁକ୍ରବାର ମଧ୍ୟାହ୍ନରୁ...

୭ ରୋଗୀଙ୍କ ଜୀବନ ନେଇଗଲେ ନକଲି ଡାକ୍ତର

ଦମୋହ,୫।୪: ମଧ୍ୟପ୍ରଦେଶର ଦାମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା...

ମଣିପୁର ବିବାଦର ସମାଧାନ ପାଇଁ କେନ୍ଦ୍ରର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୫।୪: ମଣିପୁର ବିବାଦର ସମାଧାନ କରି ସ୍ଥାୟୀ ଶାନ୍ତି ଆଣିବାର ଉଦ୍ୟମ ସ୍ବରୂପ କେନ୍ଦ୍ର ସରକାର ଶନିବାର ମେଇତି ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ...

ଗୋ-ମାଂସ କାଟିବା ବେଳେ ମାଡ଼ି ବସିଲା ପୋଲିସ

ବାଲିଗୁଡ଼ା,୫ା୪(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ,...

ଘରୁ ଚୋରି: ପଲିଗ୍ରାଫ ଟେଷ୍ଟରେ ଧରାପଡ଼ିଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୫ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ପଞ୍ଚାୟତ ଦାଉଣି ଗ୍ରାମର ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ଘର ଗ୍ରିଲ ଭାଙ୍ଗି ଘରୁ ପ୍ରାୟ...

ଟ୍ରେନ ଆଗକୁ ଡେଇଁ ବିଡିଏ କର୍ମଚାରୀଙ୍କ ଆତ୍ମହତ୍ୟା

ବ୍ରହ୍ମପୁର,୫।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ରେ କାର୍ଯ୍ୟରତ ଜଣେ କର୍ମଚାରୀ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ା ସେ ହେଲେ ବ୍ରହ୍ମପୁର...

ଜନ୍ମ ଦିନରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଶନିବାର ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image