ମା’କ୍ଷୀରର ଚମତ୍କାରିତା: ବିନା ଔଷଧରେ କରୋନାକୁ ହରାଇଲା ୨୩ ଦିନର ଶିଶୁ !

ଆଗ୍ରା,୧୧।୫: କରୋନା ଏବେ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ଏହି ଅଦୃଶ୍ୟ ରୋଗକୁ ବିନା ଔଷଧରେ ହରାଇ ଦେଇଛନ୍ତି ଜଣେ ୨୩ ଦିନର ଶିଶୁ। ଆଗ୍ରାର ଜଣେ ୨୩ ଦିନର ଶିଶୁ ମାତ୍ର ୧୫ ଦିନ ମଧ୍ୟରେ କରୋନା ଯୁଦ୍ଧରେ ବିଜୟୀ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଆଗ୍ରା ତାଜଗଞ୍ଜର ମହମ୍ମଦ ଆରିଫଙ୍କ ୨୩ ଦିନର ପୁଅ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଏହାର ଚିକିତ୍ସା କରିବା ଡାକ୍ତରମାନଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟି ଯାଇଥିଲା। ମାର୍ଚ୍ଚ ୨୦ରେ ତାଙ୍କୁ ଏମ୍ସର ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତିକରାଯାଇଥିଲା। ଏହାପରେ ତାଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପିଲାସହ ମା’ଙ୍କୁ ଏକାଠି ରଖାଯାଇଥିଲା ବୋଲି କୁହାଯାଏ। ହେଲେ ମା’ କରୋନା ନେଗେଟିଭ ଥିବାରୁ ସେ ପିଲା ନିକଟକୁ ପିପଇ କିଟ୍‌ ପିନ୍ଧି ଯାଉଥିଲେ। ଶିଶୁଟି ପାଖରେ କୌଣସି ଲକ୍ଷଣ ଦେଖାଯାଉ ନ ଥିବାରୁ ଲକ୍ଷଣ ଆସିବା ପର୍ଯ୍ୟନ୍ତ ଡାକ୍ତର ଅପେକ୍ଷା କରିଥିଲେ। ଏହି ସମୟରେ ମା’ଙ୍କୁ ସୁଷମ ଖାଦ୍ୟ ଦେବା ସହ ଶିଶୁକୁ ୫-୭ଥର ସ୍ତନ୍ୟପାନ କରାଯାଇଥିଲା ବୋଲି କୁହାଯାଉଛି। ଏହାପରେ ୧୪ ଦିନ ମଧ୍ୟରେ ଶିଶୁଟିର ରିପୋର୍ଟ ୨ଥର ନେଗେଟିଭ ଆସିବା ପରେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ କୁହାଯାଉଛି କି ମା’କ୍ଷୀର ଯୋଗୁ ଶିଶୁଟି ଏତେଶୀଘ୍ର କରୋନା ସଂକ୍ରମଣରୁ ମୁକ୍ତି ପାଇ ପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା

ନୂଆଦିଲ୍ଲୀ,୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରଥମ ପ୍ରାର୍ଥି ତାଲିକା ପ୍ରକାଶ ପାଇଛି। ୨୯ ଜଣ ପ୍ରାର୍ଥୀଙ୍କ ଏହି ତାଲିକାରେ ଅରବିନ୍ଦ କେଜରିୱାଲ ଏବଂ...

ବଡ଼ ଦୁର୍ଘଟଣା, ଖାଲକୁ ଖସିଲା ସେନା ଗାଡ଼ି ୩ ଯବାନ ମୃତ, ୨ ଆହତ

ଜମ୍ମୁ,୪।୧: ଜମ୍ମୁ କଶ୍ମୀରରୁ ବଡ଼ ଖବର ଆସିଛି। ବାନ୍ଦିପୋରାରେ ସେନା ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ଦୁର୍ଘଟଣାରେ ୩ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ...

ବାଣ କାରଖାନାରେ ଭୟାନକ ବିସ୍ଫୋରଣ: ୬ ଜୀବନ୍ତ ଦଗ୍ଧ 

ଚେନ୍ନାଇ,୪/୧: ତାମିଲନାଡୁର ବିରୁଧୁନଗର ଜିଲରେ ଥିବା ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ରାସାୟନିକ ପଦାର୍ଥ ମିଶ୍ରଣ...

ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକା ଜାରି: କେଜରିୱାଲଙ୍କ ବିପକ୍ଷରେ ଲଢ଼ିବେ….

ନୂଆଦିଲ୍ଲୀ,୪/୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାଜପା ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ୨୯ ଜଣିଆ ଏହି ତାଲିକାରେ ଅରବିନ୍ଦ କେଜରିୱାଲ ଏବଂ...

”ଗାଁ ବିକାଶ ହେଲେ, ଦେଶର ବିକାଶ ହେବ”: ପ୍ରଧାନମନ୍ତ୍ରୀ

କଟକ,୩।୧: ପ୍ରଧାନମନ୍ତ୍ରୀ ଶନିବାର ଗ୍ରାମୀଣ ଭାରତ ମହୋତ୍ସବ ୨୦୨୫ ର ଉଦଘାଟନ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ସେୟାର କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି...

ପାକିସ୍ତାନ ଦଶା ଭୋଗିବ ବାଂଲାଦେଶ: ଭାରତର ସାହାଯ୍ୟ ସତ୍ତ୍ୱେ ସରକାରଙ୍କ ନିୟନ୍ତ୍ରଣରେ ନାହିଁ ସ୍ଥିତି

ନୂଆଦିଲ୍ଲୀ,୪।୧: ଭାରତ ସହିତ ଖରାପ ସମ୍ପର୍କ ବାଂଲାଦେଶକୁ ପ୍ରଭାବିତ କରିବା ଆରମ୍ଭ କରିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଖାଦ୍ୟ ଯୋଗାଣ ସଙ୍କଟ ଏବଂ ବୃଦ୍ଧି ପାଉଥିବା...

ଅଲ୍ଲୁ ଅର୍ଜୁନଙ୍କୁ ନିୟମିତ ଜାମିନ

ହାଇଦ୍ରାବାଦ,୪।୧: ‘ପୁଷ୍ପା ୨: ଦି ରୁଲ୍‌’ର ପ୍ରିମିୟର ଶୋ’ ଗତ ମାସରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଚାଲିଥିବାବେଳେ ଏହାର ଅଭିନେତା ଅଲ୍ଲୁ ଅର୍ଜୁନ ସେଠାରେ ପହଞ୍ଚତ୍ୟିବାରୁ...

୨୦ ହଜାର ଡଲାରର ହୀରା ଉପହାର

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୪ା୧: ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତବେଳେ ସେଠାକାର ରାଷ୍ଟ୍ରପତିଙ୍କ ସ୍ତ୍ରୀ ଜିଲ୍‌ ବାଇଡେନ୍‌ଙ୍କୁ ୨୦,୦୦୦ ଡଲାର (ପ୍ରାୟ ୧୭.୧୫ ଲକ୍ଷ ଟଙ୍କା) ମୂଲ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri