ମା’ଙ୍କ ପାଇଁ ଅଗାଧୁଆରେ ୪୦ ଦିନ

ଭିଲ୍‌ଓ୍ବାଡ଼ା : ହିନ୍ଦୁ ସମାଜରେ ଈଶ୍ୱରଙ୍କ ଆରାଧନାକୁ ପବିତ୍ର ମନେକରାଯାଏ। ବେଶ୍‌ ଶୁଦ୍ଧପୂତ ଭାବେ ଶ୍ରଦ୍ଧାଳୁ ଦେବଦେବୀଙ୍କ ଆବାହନ କରିଥାନ୍ତି। ହେଲେ ରାଜସ୍ଥାନ ଭିଲ ସମ୍ପ୍ରଦାୟ ପକ୍ଷରୁ ପାଳନ କରାଯାଉଥିବା ଗୌରଜ୍ୟା ମା’ଙ୍କ ପୂଜା ଉତ୍ସବରେ ଭାଗ ନେଉଥିବା ମାନସିକଧାରୀମାନେ ୪୦ଦିନ ଯାଏ ଅଗାଧୁଆ ରହିଥାନ୍ତି।
ରାଜସ୍ଥାନର ଭିଲଓ୍ବାଡାରେ ମହାଆଡମ୍ବରରେ ସମ୍ପନ୍ନ ହୋଇଛି ଗୌରଜ୍ୟା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା। ଏହି ଅବସରରେ ଆୟୋଜିତ ଗଓ୍ବରୀ ଲୋକନୃତ୍ୟରେ ପ୍ରଚଳିତ ପ୍ରଥା ଅନୁଯାୟୀ ୧୫୦ଜଣ କଳାକାର ଭାଗନେଇଥିଲେ। ସ୍ଥାନୀୟ ଲୋକଙ୍କ କହିବା କଥା, ଗୌରଜ୍ୟା ଠାକୁରାଣୀଙ୍କୁ ସ୍ବାଗତ ଜଣାଇ ଗଓ୍ବରୀ ନୃତ୍ୟ ପରିବେଷଣ କରୁଥିବା କଳାକାରମାନେ ୪୦ଦିନ ଯାଏ କଠୋର ବ୍ରତ ଧାରଣ କରିଥାନ୍ତି। ଏହି ସମୟରେ ସେମାନେ ଜମା ଗାଧୋଇ ନ ଥାନ୍ତି। ସେମାନଙ୍କୁ ସବୁଜ ପରିବା, ଆମିଷ, ମଦ ଆଦି ତ୍ୟାଗ କରିବାକୁ ପଡ଼େ। ସାରାଦିନର କଠୋର ବ୍ରତ ପରେ ମାତ୍ର ଥରେ ସାତ୍ତ୍ୱିକ ଭୋଜନ କରିଥାନ୍ତି ସେମାନେ। କେବଳ ଏତିକି ନୁହେଁ, ଏହି ବ୍ରତ ଏତେ କଠୋର ଯେ, ବ୍ରତଧାରୀମାନେ ବ୍ରହ୍ମଚର୍ଯ୍ୟ ପାଳନ କରିବା ସହ ଘରେ ପ୍ରବେଶ କରନ୍ତି ନାହିଁ। ସେମାନେ ପାଖାପାଖି ଦେଢ଼ମାସ ଯାଏ ମଠମନ୍ଦିରରେ ରୁହନ୍ତି। ଫୁଙ୍ଗୁଳା ପାଦରେ ଚାଲନ୍ତି। ଚଟାଣରେ ଶୁଅନ୍ତି। ନୃତ୍ୟରେ ଭାଗ ନେଉଥିବା ସମସ୍ତ କଳାକାର ପୁରୁଷ। ସେମାନଙ୍କ ମଧ୍ୟରୁ କେତେଜଣ ମହିଳାଙ୍କ ବେଶ ଧାରଣ କରି ଯାତ୍ରାରେ ଭାଗ ନେଇଥାନ୍ତି। ସମସ୍ତଙ୍କୁ କଡ଼ା ନିୟମ ମଧ୍ୟରେ ଅନ୍ତିମ ଦିନ ପାଇଁ ପ୍ରସ୍ତୁତ ହେବାକୁ ପଡ଼େ। ଅନ୍ତିମ ଦିନରେ ମା’ଙ୍କ ଶୋଭାଯାତ୍ରା ନଗର ପରିକ୍ରମା କରେ। ଏହା ପରେ ମୂର୍ତ୍ତିକୁ ବିସର୍ଜନ କରିଦିଆଯାଏ।
ଯାତ୍ରାର ଆୟୋଜକ ବଜେରାମ ଗମେତୀ କୁହନ୍ତି, ଗୌରଜ୍ୟା ଠାକୁରାଣୀ ହେଉଛି ମା’ ପାର୍ବତୀଙ୍କ ଭଉଣୀ। ବିଶ୍ୱାସ ରହିଛି ଯେ, ଯାତ୍ରା ସମୟରେ ସେ କୈଳାସ ପର୍ବତକୁ ମା’ ପାର୍ବତୀଙ୍କୁ ମିଶିବାକୁ ଆସିଥାନ୍ତି। ଠାକୁରାଣୀଙ୍କୁ ସ୍ବାଗତ କରିବାକୁ ମଓ୍ବୋରର ବିଭିନ୍ନ ସ୍ଥାନରେ ଗଓ୍ବରୀ ନୃତ୍ୟ ଆୟୋଜିତ ହୋଇଥାଏ। ମା’ ସନ୍ତୁଷ୍ଟ ହେଲେ ଅଞ୍ଚଳରେ ଶାନ୍ତି ଭାଇଚାରା ପ୍ରତିଷ୍ଠା ହେବ। ଆସନ୍ନ ସଙ୍କଟରୁ ରକ୍ଷାମିଳିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରୁମ୍‌ରେ ବିଚାରପତିଙ୍କୁ ଚପଲ ଫିଙ୍ଗିଲେ ହତ୍ୟା ଅଭିଯୁକ୍ତ

ଠାଣେ,୨୪ା୧୨:ମହାରାଷ୍ଟ୍ର ଠାଣେ ଜିଲାର ଏକ ସେସନ୍ସ କୋର୍ଟରେ ଶନିବାର ଅପରାହ୍ନରେ ଶୁଣାଣି ବେଳେ ଜଣେ ୨୨ ବର୍ଷୀୟ ହତ୍ୟା ଅଭିଯୁକ୍ତ ବିଚାରପତିଙ୍କ ଉପରକୁ ଚପଲ ଫିଙ୍ଗିଥିଲେ।...

ପପ୍‌କର୍ନରେ ଜିଏସ୍‌ଟିକୁ ନେଇ ବିବାଦ

ନୂଆଦିଲ୍ଲୀ,୨୪ା୧୨:ଦେଶରେ ପପ୍‌କର୍ନ ଉପରେ ନୂଆ ଟିକସକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏବେ ବିଭିନ୍ନ ଫ୍ଲେଭରର ପପ୍‌କର୍ନ ଉପରେ ଭିନ୍ନଭିନ୍ନ ଜିଏସ୍‌ଟି ଲାଗୁ ହୋଇଛି। ସାଦା...

ପାକିସ୍ତାନର ସ୍ବପ୍ନ ଚୂରମାର କରିଦେଲା ଭାରତ

ନୂଆଦିଲ୍ଲୀ,୨୪।୧୨: ବ୍ରିକ୍ସରେ ସଦସ୍ୟତା ପାଇବାକୁ ଆଶା ରଖିଥିବା ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତର ଦୃଢ ବିରୋଧ ଯୋଗୁ ପାକିସ୍ତାନ କେବଳ ବ୍ରିକ୍ସର ସଦସ୍ୟତାରୁ...

ସମନ ପରେ ଥାନାରେ ପହଞ୍ଚିଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୨୪।୧୨: ଥିଏଟରରେ ଦଳାଚକଟା ମାମଲାରେ ସୋମବାର ହାଇଦ୍ରାବାଦ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଏକ ନୂଆ ସମନ ପଠାଇଛି। ଯେଉଁଥିରେ ତାଙ୍କୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ...

୨୫ ବର୍ଷ ତଳୁ ସରିଥିଲା ଅନ୍ତିମ ସଂସ୍କାର: ଘରକୁ ଫେରିଲେ ମହିଳା, ଆଉ ତା’ପରେ ଘଟିଲା…

ବେଙ୍ଗାଲୁରୁ,୨୪/୧୨: ୨୫ ବର୍ଷ ତଳେ କର୍ଣ୍ଣାଟକରୁ ନିଖୋଜ ହୋଇଥିବା ଜଣେ ମହିଳାଙ୍କୁ ହିମାଚଳରୁ ଉଦ୍ଧାର କରାଯାଇଛି। ପ୍ରାୟ ଦୁଇ ଦଶନ୍ଧି ତଳେ ସେ ତାଙ୍କ ପରିବାରଠାରୁ...

ଫଡନଭିସ ସରକାରରେ ନୂଆ ବିବାଦ: ଶିବସେନା ମନ୍ତ୍ରୀମାନେ କ୍ଷୁବ୍ଧ

ପୁନେ,୨୪/୧୨:ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନଭିସ ସରକାରଙ୍କ ନୂଆ ମନ୍ତ୍ରୀଙ୍କୁ ସରକାରୀ ଘର ଆବଣ୍ଟନ କରାଯାଇଛି । ସେପଟେ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା ସରକାରୀ ଗୃହକୁ ନେଇ ଆରମ୍ଭ ହୋଇଛି...

ଦାଉଦ ଇବ୍ରାହିମଙ୍କ ଭାଇଙ୍କ ଫ୍ଲାଟକୁ କବ୍ଜା କଲା ଇଡି

ଥାନେ,୨୪/୧୨:ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମଙ୍କ ଭାଇ ଇକବାଲ କାସ୍କର ଏବଂ ତାଙ୍କ ସହଯୋଗୀଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଥାନେରେ ଥିବା...

ଜଷ୍ଟିସ୍‌ ଭି. ରାମସୁବ୍ରମଣ୍ୟନ୍‌ ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ,୨୪ା୧୨: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଭି. ରାମସୁବ୍ରମଣ୍ୟନ୍‌ଙ୍କୁ ଭାରତର ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି)ର ୯ମ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ପୂର୍ବରୁ ଏନ୍‌ଏଚ୍‌ଆର୍‌ସି ଅଧ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri