Posted inଖେଳ

ମା’ଙ୍କ ପାଇଁ ଯନ୍ତ୍ରଣା ସହି କ୍ରିକେଟ ମୈଦାନରେ ଖେଳି ଚାଲିଥିଲେ ଏହି ଖେଳାଳି

ମାଞ୍ଚେଷ୍ଟର, ୨୦।୬: ଆୟୋଜକ ଇଂଲଣ୍ଡ ବିଶ୍ୱକପର ୨୪ତମ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ବୃହତ୍‌ ୧୫୦ ରନରେ ପରାସ୍ତ କରିଛି। ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୩୯୭ ରନ ବିଶାଳ ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ ୮ ଉଇକେଟ ହରାଇ ୨୪୭ ରନରେ ସୀମିତ ରହି ଆତ୍ମସମର୍ପଣ କରିଥିଲା। ଏହି ମ୍ୟାଚ୍‌ ଚାଲିଥିଲାବେଳେ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ହଶମତୁଲ୍ଲାହ ସାହିଦ ବ୍ୟାଟିଂ କରୁଥିଲେ। ତାଙ୍କୁ ବୋଲିଂ କରୁଥିଲେ ଇଂଲଣ୍ଡର ମାର୍କ ବୁଡ୍‌। ବୁଡ୍‌ଙ୍କ ଏକ ବାଉନସର୍‌ ବଲ୍‌ ସାହିଦ୍‌ଙ୍କ ହେଲମେଟ୍‌ରେ ବାଜିଥିଲା। ଫଳରେ ହେଲମେଟ୍‌ଟି ଫାଟିଯିବା ସହ ସେ ତଳେ ପଡିଯାଇଥିଲେ। ଦଳର ଫିଜିଓ ଆସି ତାଙ୍କୁ କିଛି ସମୟ ବ୍ୟାଟିଂ ନ କରିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ସେ ତୁରନ୍ତ ଉଠି ଖେଳିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମ୍ୟାଚ୍‌ ପରେ ଏନେଇ ସାହିଦଙ୍କୁ ପଚରାଯିବାରୁ ସେ କହିଥିଲେ, ମୋ ପରିବାର ମ୍ୟାଚ୍‌ ଦେଖୁଥିଲେ। ଷ୍ଟାଡିୟମରେ ମୋ ଭାଇ ଉପସ୍ଥିତ ଥିଲେ। ମୁଁ ସେମାନଙ୍କୁ ଚିନ୍ତିତ ଅବସ୍ଥାରେ ଦେଖିବାକୁ ଚାହୁଁ ନ ଥିଲି। ଗତବର୍ଷ ପିତାଙ୍କ ମୃତ୍ୟୁ ପରେ ମୋ ମା’ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି। ତାଙ୍କୁ ଆଉ କଷ୍ଟ ଦେବାକୁ ଚାହୁଁ ନ ଥିଲି ବୋଲି ସାହିଦ କହିଛନ୍ତି। ସୂଚନାଯୋଗ୍ୟ, ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଶାହିଦ୍‌ ସର୍ବାଧିକ ୭୬ରନ୍‌ର ପାଳି ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ବିକ୍ରି ନ ହୋଇ ବି କୋଟି କୋଟି ରୋଜଗାର କଲେ ଓ୍ବାର୍ନର; ଫିଲ୍ମ ‘ରବିନହୁଡ୍‌’ ପାଇଁ ମିଳିଛି…

ହାଇଦ୍ରାବାଦ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ୍‌ ଓ୍ବାର୍ନର ଭାରତକୁ ବହୁତ ଭଲ ପାଆନ୍ତି। ବିଶେଷକରି ଭାରତର ଲୋକ, ସଂସ୍କୃତି ଏବଂ ସିନେମା ତାଙ୍କୁ ପସନ୍ଦ। ଏଥିନେଇ...

ଫାଇନାଲ ମୁକାବିଲାରେ ବୋଲର୍‌ ଏକାକି ନେଲେ ୧୧ ଉଇକେଟ, ଇତିହାସ ରଚିଲା ଟିମ୍‌ 

କାନ୍‌ବେରା,୨୯।୩: ଦକ୍ଷିଣ ଅଷ୍ଟ୍ରେଲିଆ ଦଳ ସେଫିଲ୍ଡ ସିଲ୍ଡ ଟାଇଟଲ ଜିତି ଇତିହାସ ରଚିଛି। ଏହି ଟୁର୍ନାମେଣ୍ଟର ଫାଇନାଲରେ କୁଇନ୍ସଲ୍ୟାଣ୍ଡକୁ ପରାସ୍ତ କରି ଦଳ ୨୯ ବର୍ଷ...

ମ୍ୟାଚ୍‌ ପରେ CSK ବୋଲରଙ୍କ ଉପରେ ରାଗିଗଲେ ବିରାଟ କୋହଲି? ଭାଇରାଲ Videoକୁ ନେଇ ବଢ଼ୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୩: ଆଇପିଏଲ୍‌ ୨୦୨୫ରେ ଲଗାତାର ୨ ମ୍ୟାଚ୍‌ରେ ବିଜେତା ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)। ଶୁକ୍ରବାର ସିଏସ୍‌କେ ବିପକ୍ଷରେ ଖେଳାଯାଇଥିବା ମୁକାବିଲାରେ ଦଳ ୫୦ ରନ୍‌ରେ...

IPL 2025 ପ୍ରଥମ ସପ୍ତାହରେ viewership ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ,୨୯।୩: IPL ସିଜିନ ୧୮ ଚମତ୍କାର ଭାବରେ ଆରମ୍ଭ ହୋଇଛି। କେବଳ ଗୋଟିଏ ସପ୍ତାହ ମଧ୍ୟରେ ଆମେ ଅନେକ ରୋମାଞ୍ଚକର ମ୍ୟାଚ ଦେଖିଛୁ। ଏହି ମ୍ୟାଚ୍‌ଗୁଡ଼ିକରେ...

୧୨ ବର୍ଷର ରେକର୍ଡ ଭାଙ୍ଗିଲେ ରଜତ ପାଟିଦାର: ଦ୍ୱିତୀୟ ଅଧିନାୟକ ଭାବେ…

ଚେନ୍ନାଇ,୨୯।୩: ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି RCB ଅଧିନାୟକ ଭାବରେ ରଜତ ପାଟିଦାର ଇତିହାସ ସୃଷ୍ଟି କରିଛନ୍ତି। ସେ ଏହି ଷ୍ଟାଡିୟମରେ...

ହକି ଇଣ୍ଡିଆ ସଭାପତି ଦିଲିପ ତିର୍କୀଙ୍କ ବଡ଼ ସୂଚନା: ଚେନ୍ନାଇ, ମଦୁରାଇରେ ଖେଳାଯିବ ଜୁନିୟର ପୁରୁଷ ହକି ବିଶ୍ୱକପ୍‌

ଚେନ୍ନାଇ, ୨୮ା୩: ଚେନ୍ନାଇ ଓ ମଦୁରାଇରେ ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ନଭେମ୍ବର ୨୮ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଖେଳାଯିବ। ହକି ଇଣ୍ଡିଆ ସଭାପତି...

ଜାତୀୟ ରେକର୍ଡ ଭାଙ୍ଗିଲେ ଗୁରିନ୍ଦରବୀର

ବେଙ୍ଗାଲୁରୁ, ୨୮ା୩: ଗୁରିନ୍ଦରବୀର ସିଂ ରେକର୍ଡ ବୁକ୍‌ରେ ସ୍ଥାନ ପାଇଛନ୍ତି। ବେଙ୍ଗାଲୁରୁରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୧ରେ ସେ ୧୦.୨୦ ସେକେଣ୍ଡ ଟାଇମିଂରେ ପୁରୁଷ ୧୦୦...

IPL 2025: CSK ପାଇଁ ବିପଦ ସାଜିଲେଣି ଧୋନୀ?

ନୂଆଦିଲ୍ଲୀ,୨୮।୩: ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶଂସକଙ୍କ ପାଇଁ ଏମଏସ ଧୋନି କୌଣସି ଭଗବାନଙ୍କଠାରୁ କମ ନୁହଁନ୍ତି। ଧୋନିଙ୍କ ଯୋଗୁଁ ହିଁ ସାରା ବିଶ୍ୱର ପ୍ରଶଂସକ ଚେନ୍ନାଇ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image