ପୁରୀ ଅଫିସ, ୨୧।୫: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା(ମାଟ୍ରିକ) ଫଳ ମଙ୍ଗଳବାର ପୂର୍ବାହ୍ନ ୯ଟାରେ ପରୀକ୍ଷା ଫଳ ପ୍ରକାଶ ପାଇଛି ।
ପୁରୀରେ ଜିଲାରେ ପାସ ହାର ୭୮.୨୫ ପ୍ରତିଶତ ରହିଛି।
ଚଳିତ ବର୍ଷ ଜିଲାର ମୋଟ ୨୨୩୦୪ ପରୀକ୍ଷାର୍ଥୀ ପରୀକ୍ଷା ଲାଗି ନାମ ପଞ୍ଚିକରଣ କରିଥିଲେ। ସେଥିମଧ୍ୟରୁ ୩୧୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ଅନୁପସ୍ଥିତ ରହିଥିଲେ। ୩୫୬ ହାଇସ୍କୁଲର ୧୧୭ଟି କେନ୍ଦ୍ରରେ ୨୧,୯୯୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ୧୦ଜଣ କପିକରି ଧରା ପଡିଥିଲେ । ମଙ୍ଗଳବାର ୨୧,୯୮୦ ପରୀକ୍ଷାର୍ଥୀଙ୍କ ଫଳାଫଳ ପ୍ରକାଶ ପାଇଛି । ସେଥିମଧ୍ୟରୁ ୧୭,୨୦୦ ପରୀକ୍ଷାର୍ଥୀ ପାସ କରିଥିବା ବେଳେ ସେଥିରୁ ଛାତ୍ର ୮୩୯୫ ଓ ଛାତ୍ରୀ ୮୮୦୫ ଅଛନ୍ତି । ଏ-୧ ଗ୍ରେଡ୍ରେ ୮୦ ଛାତ୍ରୀଛାତ୍ର ରହିଥିବା ବେଳେ ଏ-୨ ଗ୍ରେଡ୍ରେ ୬୧୩, ବି-୧ରେ ୧୪୦୭, ବି-୨ରେ ୨୫୧୫,ସିରେ ୩୮୦୪, ଡିରେ ୪୯୦୮,ଇରେ ୩୮୭୩ ଏବଂ ଏଫ୍ରେ ୪୭୮୦ ରହିଛନ୍ତି ।