ମାଡ଼ିିଲାଣି ମାନ୍ଦାବସ୍ଥା

ଓ୍ବାଶିଂଟନ,୧୧ା୧: ୨୦୨୩ ବିଶ୍ୱ ଅର୍ଥନୀତି ପାଇଁ ଏକ ବିପଜ୍ଜନକ ବର୍ଷ ହେବାକୁ ଯାଉଛି। କାରଣ ଯେଉଁ ମାନ୍ଦାବସ୍ଥାକୁ ନେଇ ଅର୍ଥନୀତିଜ୍ଞମାନେ ଚିନ୍ତା କରୁଥିଲେ ତାହା ଆସିସାରିଛି। ଆମେରିକା, ୟୁରୋପ ଓ ଚାଇନା ଭଳି ବୃହତ୍‌ ଅର୍ଥନୀତିରେ ଦୁର୍ବଳ ଅଭିବୃଦ୍ଧି ଯୋଗୁ ବୈଶ୍ୱିକ ମାନ୍ଦାବସ୍ଥାର ଦ୍ୱାରଦେଶରେ ପୃଥିବୀବାସୀ ଛିଡ଼ା ହୋଇଛନ୍ତି। ମଙ୍ଗଳବାର ନିଜ ବାର୍ଷିକ ରିପୋର୍ଟରେ ଏଭଳି ଭୟଙ୍କର ଚେତାବନୀ ଦେଇଛି ବିଶ୍ୱବ୍ୟାଙ୍କ।
ଦରିଦ୍ର ରାଷ୍ଟ୍ରଗୁଡ଼ିକୁ ବିକାଶମୂଳକ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ବିଶ୍ୱବ୍ୟାଙ୍କ ଏହାର ଆନୁଆଲ୍‌ ରିପୋର୍ଟ ପ୍ରକାଶ କରିଛି। ଏଥିରେ ଉଲ୍ଲେଖ କରାଯାଇଛି, ଚଳିତ ବର୍ଷ ବୈଶ୍ୱିକ ଅଭିବୃଦ୍ଧି ପ୍ରାୟ ଅଧା ହ୍ରାସ ପାଇ ୧.୭%କୁ ଖସିବ, ଯାହାକି ୩% ରହିବା ନେଇ ପୂର୍ବରୁ ଆକଳନ କରାଯାଇଥିଲା। ଉକ୍ତ ଭବିଷ୍ୟବାଣୀ ସତ ପ୍ରମାଣିତ ହେଲେ ୩ ଦଶନ୍ଧି ମଧ୍ୟରେ ଏହା ହେବ ତୃତୀୟ ଦୁର୍ବଳତମ ବାର୍ଷିକ ପ୍ରସାରଣ। ଏହା ପୂର୍ବରୁ ୨୦୦୮ରେ ବୈଶ୍ୱିକ ଆର୍ଥିକ ସଙ୍କଟ ଦେଖାଦେଇଥିବାବେଳେ ୨୦୨୦ରେ କରୋନା ମହାମାରୀଜନିତ ଆର୍ଥିକ ମନ୍ଥରତା ସବୁ ଦେଶକୁ କବଳିତ କରିଥିଲା।
ଆମେରିକା ଚଳିତବର୍ଷର ମାନ୍ଦାବସ୍ଥାକୁ ଏଡ଼ାଇବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଥିଲେ ମଧ୍ୟ ୟୁଏସ୍‌ ଅର୍ଥନୀତିର ଅଭିବୃଦ୍ଧିରେ ୦.୫% ହ୍ରାସ ଘଟିବ। ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଆକାଶଛୁଅଁା ଦରବୃଦ୍ଧି ଓ ଏଥିରେ ଲଗାମ ଲଗାଇବା ପାଇଁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ସୁଧ ହାର ବଢ଼ାଉଛି। ତଥାପି ବିଶ୍ୱ୍ୟାବ୍ୟାପୀ ଅର୍ଥନୀତିରେ ଦୁର୍ବଳତା ଆମେରିକାର ବ୍ୟବସାୟିକ ସଂସ୍ଥା ଓ ଉପଭୋକ୍ତାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିବ। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇଥିବାବେଳେ ଯଦି କୋଭିଡ୍‌-୧୯ ସଂକ୍ରମଣ ବଢ଼େ ତେବେ ଆମେରିକା ଉପରେ ଆହୁରି ବିପଦ ଦେଖାଦେବ। ଦୀର୍ଘ ସମୟ ଧରି ଚାଇନାକୁ ରପ୍ତାନି କ୍ଷେତ୍ରରେ ବୃହତ୍‌ ଭୂମିକା ନେଇଆସୁଥିବା ୟୁରୋପ ମଧ୍ୟ ଚାଇନାର ଦୁର୍ବଳ ଅର୍ଥନୀତି ଯୋଗୁ ପ୍ରଭାବିତ ହେବ। ବିଶ୍ୱବ୍ୟାଙ୍କ ରିପୋର୍ଟରେ ଆହୁରି ଦର୍ଶାଯାଇଛି, ଆମେରିକା ଓ ୟୁରୋପ ଭଳି ବୃହତ୍‌ ଅର୍ଥନୀତିଗୁଡ଼ିକରେ ସୁଧହାର ବୃଦ୍ଧି ଗରିବ ଦେଶଗୁଡ଼ିକରୁ ପୁଞ୍ଜିନିବେଶକୁ ଆକର୍ଷିତ କରିବ। ଫଳରେ ସେହି ଦେଶଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଘରୋଇ ନିବେଶରୁ ବଞ୍ଚତ୍ତ ହେବେ। ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଯୋଗୁ ଖାଦ୍ୟ ମୂଲ୍ୟ ଉଚ୍ଚରେ ଥିବାବେଳେ ଏହି ସୁଧହାର ବୃଦ୍ଧି ହେତୁ ବିକଶିତ ରାଷ୍ଟ୍ରଗୁଡ଼ିକରେ ଅଭିବୃଦ୍ଧି ଧିମେଇଯିବ ବୋଲି ବିଶ୍ୱବ୍ୟାଙ୍କ ପ୍ରେସିଡେଣ୍ଟ ଡେଭିଡ୍‌ ମାଲପାସ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସାହାରୀୟ ଆଫ୍ରିକା ଭଳି ଅଞ୍ଚଳର ଦରିଦ୍ର ଦେଶଗୁଡ଼ିକରେ ପୃଥିବୀର ୬୦% ଗରିବ ଲୋକ ବସବାସ କରନ୍ତି। ବୈଶ୍ୱିକ ମାନ୍ଦାବସ୍ଥାର କଷାଘାତ ଏଭଳି ଲୋକଙ୍କୁ ସବୁଠୁ ବେଶି ବାଧିବ। ବିଦ୍ୟୁତ୍‌, ସାର, ଖାଦ୍ୟ ଓ ପୁଞ୍ଜି ସୀମିତ ହୋଇଯିବ। ୨୦୨୩ ଓ ୨୦୨୪ରେ ମୁଣ୍ଡପିଛା ଆୟ ମାତ୍ର ୧.୨% ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ଲେବାନନ ଆକ୍ରମଣକୁ ନେଇ ଚର୍ଚ୍ଚାରେ ମିଷ୍ଟ୍ରି ଗର୍ଲ!

ଜେରୁଜେଲମ,୨୧।୯: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଲେବାନନରେ ପେଜର୍‌ ଆକ୍ରମଣ ସାରା ବିଶ୍ୱରେ ଆଲୋଚନା ହେଉଛି। ଏହି ଆକ୍ରମଣ ସହ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସୁଛି।...

୫୮ ପୁରୁଷଙ୍କ ସହ ସମ୍ପର୍କ ରଖି ଫସିଲେ ଚାଇନାର ‘ବିୟୁଟିଫୁଲ ଗଭର୍ନର’

ବେଜିଂ,୨୧।୯: ଦକ୍ଷିଣ-ପଶ୍ଚିମ ଚାଇନାର ଜଣେ ମହିଳାଙ୍କୁ ୧୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ଅସଦାଚରଣ ପାଇଁ ଏକ ମିଲିୟନ ୟୁଆନ ଅର୍ଥାତ୍‌ ୧୮୩୦୦୦ ଆମେରିକୀୟ...

ଶ୍ରୀଲଙ୍କାରେ ଆଜି ରାଷ୍ଟ୍ରପତି ନିର୍ବାଚନ, ନାହାଁନ୍ତି ଜଣେ ବି ମହିଳା ପ୍ରାର୍ଥୀ

କଲମ୍ବୋ,୨୧।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ପଦ ପାଇଁ ମତଦାନ ଶନିବାର ଅନୁଷ୍ଠିତ ହୋଇଛି। ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ଉପରେ ଭାରତ ସମେତ ବିଶ୍ୱର ନଜର ରହିଛି। ୨୦୨୨ରେ,...

ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି: ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ରହିବ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଗସ୍ତ ଆମେରିକା ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ...

ଆମେରିକାର ଧ୍ରୁବୀ ପଟେଲ ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌

ଓ୍ବାଶିଂଟନ,୨୧ା୯: ଆମେରିକାର କମ୍ପ୍ୟୁଟର ଇନ୍‌ଫର୍ମେଶନ ସିଷ୍ଟମ୍‌ ଛାତ୍ରୀ ଧ୍ରୁବୀ ପଟେଲଙ୍କୁ ଚଳିତ ବର୍ଷର ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌ ବିଜେତା ଘୋଷଣା କରାଯାଇଛି। ଧ୍ରୁବୀ ବଲିଉଡ୍‌ ଅଭିନେତ୍ରୀ...

ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ରଖିଲା ଇସ୍ରାଏଲ, ହମାସ କଲା ଖାରଜ

ଜେରୁଜେଲମ,୨୦।୯: ଇସ୍ରାଏଲ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ଦେଇଛି। ଇସ୍ରାଏଲ କହିଛି ଯେ ଯଦି ସମସ୍ତ ବନ୍ଧକଙ୍କୁ ଏକାଠି ମୁକ୍ତ କରାଯାଏ ଏବଂ ଗାଜାକୁ ନିରସ୍ତ୍ର...

ଲେବାନନରେ ଆତଙ୍କ ସୃଷ୍ଟି କଲା ଇସ୍ରାଏଲ, ୧୦୦୦ ରକେଟ୍‌ ଲଞ୍ଚର ବ୍ୟାରେଲ୍‌କୁ କଲା ନଷ୍ଟ

ଜେରୁଜେଲମ୍‌,୨୦ା୯: ଇରାନ ସମର୍ଥିତ ହେଜବୁଲ୍ଲାର ବିବାଦ ଥମିବା ପରି ମନେ ହେଉନାହିଁ। ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କଲାବେଳେ ସେ ପେଜର୍‌ ଏବଂ ଓ୍ବାକି-ଟକି ବିସ୍ଫୋରଣରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri