ମାତାପିତାଙ୍କୁ ପୂଜା ମାଧ୍ୟମରେ ଭକ୍ତିର ବାର୍ତ୍ତା

ଖଇରା, ୧୭।୨(ଡି.ଏନ.ଏ.)-ପିଲାମାନଙ୍କ ମଧ୍ୟରେ ମା’ବାପାଙ୍କ ପ୍ରତି ଭକ୍ତି ଓ ସମ୍ମାନ ସୃଷ୍ଟି କରିବା ଲକ୍ଷ୍ୟରେ ଖଇରା ବ୍ଲକର ନହଙ୍ଗ ଗ୍ରାମରେ ସୃଷ୍ଟି ହୋଇଥିବା ଶ୍ରବଣ କୁମାର ସଙ୍ଗଠନ ଅଭିନବ ପ୍ରୟାସ କରିଛନ୍ତି। ଶୁକ୍ରବାର ଖଇରା ଦୁର୍ଗାମଣ୍ଡପଠାରେ ମାତା ପିତା ପୂଜନ ସହ ଏକ ସଭା ଆୟୋଜନ କରାଯାଇଥିଲା। ସଙ୍ଗଠନ ସାଧାରଣ ସମ୍ପାଦକ ଗଣେଶ ବିଶ୍ୱାଳ ଓ କୋଷାଧ୍ୟକ୍ଷ ମନୋଜ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୦ଜଣ ମା’ବାପାଙ୍କୁ ସେମାନଙ୍କର ପୁଅ ବୋହୂମାନେ ମଞ୍ଚ ଉପରେ ବସାଇ ଗୋଡ ଧୋଇବା ପରେ ଫୁଲ ଚନ୍ଦନ ଦେଇ ପୂଜା କରିଥିଲେ। ଖଇରା ବଜାରକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଏହି କାର୍ଯ୍ୟକୁ ଧୈର୍ଯ୍ୟର ସହ ଦେଖିଥିଲେ ା ପରେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଉମେଶ ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, ଚିନ୍ତାମଣି ସାହାଣି, ଦେବେନ୍ଦ୍ର ରାଉତ, ସନାତନ ବେହେରା, ବୁଦ୍ଧିରାମ ପାଣିଗ୍ରାହୀ, କୈଳାସ ପୃଷ୍ଟି ପ୍ରମୁଖ ଅତିଥି ଭାବେ ଯୋଗଦେଇ ମାତା ପିତା ଜୀବନ୍ତ ଦେବତା। ସେମାନଙ୍କର ଆଶୀର୍ବାଦ ଅସମ୍ଭବକୁ ସମ୍ଭବ କରି ଦେଇପାରିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ବିଶିଷ୍ଟ ପ୍ରବଚକ ସୁଶାନ୍ତ ବେହେରା ନିଜ ବକ୍ତବ୍ୟରେ ବର୍ତ୍ତମାନ ଅବକ୍ଷୟମୁଖୀ ସମାଜରେ ଏଭଳି ମହତ କାର୍ଯ୍ୟରେ ଲିପ୍ତ ଥିବା ଯୁବଗୋଷ୍ଠୀଙ୍କ ଚଲାପଥ କସୁମିତ ହେବ ବୋଲି କହିଥିଲେ। ସଙ୍ଗଠନର ଉପସଭାପତି ମନମୋହନ ସ୍ବାଇଁ, ଉପଦେଷ୍ଟା କିଶୋରୀ ମୋହନ ମହାନ୍ତି, ଭାସ୍କର ମହାପାତ୍ର, ବସନ୍ତ କୁମାର ବେହେରା, ଆଲୋକ ନନ୍ଦୀ, ଶ୍ରୀକାନ୍ତ ସାହୁ, ଅଜୟ ରଥ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri