ରାୟଗଡା ଅଫିସ,୩୧।୩: ଜଣେ ଦୁର୍ଘଟଣା ଗ୍ରସ୍ତ ବାଇକ ଆରୋହୀଙ୍କୁ ୬୧ହଜାର ୧୬୦ ଫେରାଇ ନିଜର ମାନବିକତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଏଭଳି ଏକ ଘଟଣା ଘଟିଛି ରାୟଗଡ଼ା ଜିଲାରେ।
ସୂଚନାଯୋଗ୍ୟ, ଗତ ଶନିବାର ଡମ୍ବୁରୁଧର କୁଟ୍ରୁକାଙ୍କ ବାଇକ୍ ଦୁର୍ଘଟଣା ହୋଇଥିଲା। ଆମ୍ବୁଲାନ୍ସ ତାଙ୍କୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା। ଗୁରୁତର ଡମ୍ବରୁଙ୍କ ପର୍ସରୁ ନଗଦ ୪୨ ହଜର ୧୬୦ ଏବଂ ଅନ୍ୟ ଏକ ବ୍ୟାଗରୁ ୨୦ ହଜାର ମିଳିଥିଲା। ଆମ୍ବୁଲାନ୍ସର ୨ କର୍ମଚାରୀ ସନ୍ତୋଷ କୁମାର ରଗଡ଼ ସହିଦ ଅଲ୍ଲୀ ଉକ୍ତ ଟଙ୍କାକୁ ରବିବାର ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।
Posted inଆମ ଜିଲା ଖବର, ରାୟଗଡା